ଫ୍ରିଜରେ ଖାଦ୍ୟ ରଖିବା ସମୟରେ ଭୁଲରେ ଏସବୁ କରନ୍ତୁ ନାହିଁ, ନହେଲେ ଖାଦ୍ୟ ନଷ୍ଟ ହେବ


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ନିଜ ଘରେ ଫ୍ରିଜର ବ୍ୟବହାର କରୁଛନ୍ତି । କାରଣ ଖାଦ୍ୟକୁ ଏଥିରେ ବହୁ ସମୟ ପର୍ଯ୍ୟନ୍ତ ରଖିହେବ । ହେଲେ ଅନେକ ସମୟରେ ଖାଦ୍ୟ ଫ୍ରିଜରେ ଥାଇ ମଧ୍ୟ ନଷ୍ଟ ହୋଇଥାଏ । ଏହାର କାରଣ କଣ ? ଆସନ୍ତୁ ଜାଣିବା ଏହା ଫ୍ରିଜର ସମସ୍ୟା ନା ଆମ ମାନଙ୍କ ଭୁଲ୍ ପାଇଁ ହୋଇଥାଏ ।


 ଫଳ-ପନିପରିବାକୁ ଧୋଇ ରଖିବା


ଅନେକ ସମୟରେ ଆମେ ବଜାରରୁ ପରିବା ଆଣି ତାକୁ ଧୋଇ ଫ୍ରିଜରେ ଷ୍ଟୋର କରିଥାଉ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । କାରଣ ଏହାଦ୍ବାରା ପରିବାରେ ଫଙ୍ଗସ୍ ଏବଂ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି । ଏବଂ ତାହା ଜଲଦି ନଷ୍ଟ ହୋଇଯାଏ । ସେଥିପାଇଁ ସେସବୁ ନଧୋଇ ଅରିଜିନାଲ ପ୍ୟାକେଟ୍ ସହ ଫ୍ରିଜରେ ଷ୍ଟୋର କରନ୍ତୁ । ରୋଷେଇ କରିବା ପୂର୍ବରୁ ସେସବୁ ପାଣିରେ ଧୁଅନ୍ତୁ ।


ଖାଦ୍ୟକୁ ଘୋଡ଼ାଇ ନରଖିବା


ଯଦି କୌଣସି ଖାଦ୍ୟକୁ ନଘୋଡ଼ାଇ ରଖିଛନ୍ତି ତାହେଲେ ତାହା ଜଲଦି ଖରାପ ହୋଇଥାଏ । ସେଥିପାଇଁ ଖାଦ୍ୟକୁ ପ୍ଲାଷ୍ଟିକ୍ ରାପର ରେ କଭର କରି ରଖନ୍ତୁ ନହେଲେ ଟାଇଟ୍ କଣ୍ଟେନରରେ ରଖିବା ଉଚିତ୍ ।


ଅଣ୍ଡାକୁ ଫ୍ରିଜରେ ଭୁଲ୍ ସ୍ଥାନରେ ରଖିବା


ଯଦି ଅଣ୍ଡା ଫ୍ରିଜରେ ରଖିବା ପରେ ମଧ୍ୟ ଖରାପ ହେଉଛି ତାହେଲେ ଭୁଲ୍ ଜାଗାରେ ରଖିବା ଦ୍ବାରା ହୋଇଥାଇପାରେ । ଫ୍ରିଜର ଡ଼ୋର ସାଇଟରେ ଅଣ୍ଡା ଟ୍ରେ ଲାଗିଥାଏ । ତଥାପି ସେଥିରେ ରଖିବା ଠିକ୍ ନୁହେଁ । ଅଣ୍ଡାକୁ ସବୁବେଳେ ଫ୍ରିଜର ତଳ ସେଲ୍ଫରେ ତଳକୁ କରି ରଖିବା ଉଚିତ । କାରଣ ଅଣ୍ଡା ଫ୍ରେସ ରହିବା ପାଇଁ ୪୦ ଡ଼ିଗ୍ରୀ ଫାରେନହାଇଟ୍ କିମ୍ବା ତାଠାରୁ କମ୍ ଟେମ୍ପରେଚରର ଆବଶ୍ୟକ ।


ବଳକା ଖାଦ୍ୟ ବହୁତ ଦିନ ପର୍ଯ୍ୟନ୍ତ ରଖିବା


ବଳି ପଡ଼ିଥିବା ଖାଦ୍ୟକୁ କେବେହେଲେ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିବା କଥା ନୁହେଁ । କାରଣ ୩-୪ ଦିନ ପରେ ସେଥିରେ ପଙ୍ଗସ ଏବଂ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି ।


ଫ୍ରିଜରେ ଭୁଲ୍ ସ୍ଥାନରେ ଜିନିଷ ରଖିବା


ବହୁତ ଲୋକ ଏକଥା ଜାଣନ୍ତି ନାହିଁ ଯେ ଫ୍ରିଜରେ ପ୍ରତ୍ୟେକ ଜିନିଷ ପାଇଁ ଅଲଗା ଅଲଗା ସ୍ଥାନ ରହିଛି । ସାଧାରଣତଃ ସମସ୍ତେ ଏ ଭୁଲ୍ କରନ୍ତି ଯେ ଖାଦ୍ୟକୁ ଭୁଲ୍ ଜାଗାରେ ରଖନ୍ତି । ସବୁବେଳେ ମାଛ ଏବଂ ମାଂସକୁ ଫ୍ରିଜର ତଳ ସେଲ୍ଫର ରଖିବା ଉଚିତ୍ । ଏବଂ କ୍ଷୀର ଜାତୀୟ ଖାଦ୍ୟ ମଧ୍ୟ ସେହି ସ୍ଥାନରେ ରଖିବା ଦରକାର । ଏବଂ ରେଡ଼ି ଟୁ ଇଟ୍ ଖାଦ୍ୟ ପଦାର୍ଥକୁ ସବୁଠୁ ଉପରେ ଥିବା ସେଲ୍ଫରେ ରଖିବା ଉଚିତ୍ ।