Never do these things in morning: 


COMMERCIAL BREAK
SCROLL TO CONTINUE READING

କୁହାଯାଏ ଯେ ସକାଳୁ ଯଦି ଦିନର ଆରମ୍ଭ ହୁଏ । ଯଦି ଦିନର ଆରମ୍ଭ ଭଲ ହୁଏ ତାହେଲେ ପୁରା ଦିନ ଭଲ ଯାଏ । ହସଖୁସିରେ ସବୁ କ୍ଷେତ୍ରରେ ସଫଳତା ମିଳେ । କିନ୍ତୁ ଅଧିକନ୍ତୁ ଘରୁ ବାହାରିବା ସମୟରେ କିଛି ନା କିଛି ସମସ୍ୟା ହୁଏ, ଫଳରେ ମୁଡ଼ ପରିବର୍ତ୍ତନ ହୋଇଯାଏ । ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଏଭଳି କିଛି କାମ କରିବା ଦ୍ବାରା ମଧ୍ୟ ଏସବୁ ଘଟିଥାଏ । ବାସ୍ତୁଶାସ୍ତ୍ରେ କୁହାଯାଇଛି ଯେ ସମାଳୁ କେଉଁଭଳି କାମ କରିବା କଥା ନୁହେଁ । କୁହାଯାଏ ଯେ ସକାଳୁ ଉଠି ଏସବୁ ଜିନିଷ ଦେଖିବା ଦ୍ବାରା ମଧ୍ୟ ଅଶୁଭ ହୋଇଥାଏ । ଏହାସହ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦିଏ । ଆସନ୍ତୁ ଜାଣିବା ସକାଳୁ କେଉଁ କାମ କରିବା କଥା ନୁହେଁ ।


ନିଜର କି ଅନ୍ୟର ଛାଇ ଦେଖନ୍ତୁ ନାହିଁ


ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି ନିଜର କି ଅନ୍ୟ କାହାର ଛାଇ ଦେଖିବା ଅଶୁଭ ବୋଲି କୁହାଯାଏ । କୁହାଯାଏ ଯେ ସୂର୍ଯ୍ୟ ଦର୍ଶନ ସମୟରେ ସକାଳୁ ଯଦି ପଶ୍ଚିମ ଦିଗରେ ନିଜର ଛାଇ ଦେଖନ୍ତି ତାହେଲେ ଅଶୁଭ ହୋଇଥାଏ । ସେଥିପାଇଁ ଅଶୁଭ ପ୍ରଭାବରୁ ବଂଚିବାକୁ ହେଲେ ଛାଇ ଦେଖନ୍ତୁ ନାହିଁ ।


ଅଇଁଠା ବାସନ ଦେଖିବା ମନା


ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଅଇଁଠା ବାସନ ମାଜିବା ଦରକାର । ଏଭଳି କରିବା ଦ୍ବାରା ମା ଲକ୍ଷ୍ମି ପ୍ରସନ୍ନ ହୋଇଥାନ୍ତି । ଏହାସହ ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ । ଯଦି କୌଣସି କାରଣରୁ ରାତିର ବାସନ ରହି ଯାଇଛି ତାହେଲେ ସେସବୁ ସକାଳୁ ଉଠି ଦେଖିବା ମାତ୍ରେ ଅଶୁଭ ଫଳ ମିଳେ । ଜୀବନରେ ଅନେକ ସମସ୍ୟା ଆସିପାରେ । ଏହାସହ ଦାରିଦ୍ର୍ୟତା ମଧ୍ୟ ଦୂର ହୁଏ ନାହିଁ । ଏଥିପାଇଁ ସବୁବେଳେ ରାତିର ବାସନ ଧୋଇ ରଖନ୍ତୁ ।


ସକାଳୁ ଉଠି ଆଇନା ଦେଖିବା


ଅନେକ ଲୋକଙ୍କ ଅଭ୍ୟାସ ଯେ ସକାଳୁ ଉଠି ନିଜ ମୁହଁ ଆଇନାରେ ଦେଖନ୍ତି । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି କରିବା ଭୁଲ୍ । କାରଣ ରାତିରେ ସମସ୍ତ ନକାରାତ୍ମକ ଉର୍ଜା ଆପଣଙ୍କ ଭିତରେ ପ୍ରବେଶ କରେ । ଏହାଦ୍ବାରା ପୁରା ଦିନ ଖରାପ ହୁଏ । ଏହାସହ ଦାରିଦ୍ର୍ୟତା ମଧ୍ୟ ଦୂର ହୁଏନି ।