Odisha News: ଆଜିଠୁ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ (Nabin Odisha Magic Card) ପଞ୍ଜିକରଣ (Registration) ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୫ ସୁଧା ଏହି କାର୍ଡ଼ ବଣ୍ଟନ କରାଯିବ। ଏହି କାର୍ଡ଼କୁ ଶିକ୍ଷାର୍ଥୀମାନେ ସ୍ମାର୍ଟ କାର୍ଡ ଭାବେ ବ୍ୟବହାର କରିବେ। ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବାରେ ଏହା ସହାୟକ ହେବ।  ଏହି କାର୍ଡ଼ ଆବେଦନ ପାଇଁ ଏକ ପୋର୍ଟାଲ୍ (Registration Portal) ଆଜି ଲୋକାର୍ପଣ କରାଯିବ।  ଏହି ନବୀନ ଓଡି଼ଶା ମ୍ୟାଜିକ୍ କାର୍ଡ଼ (Nabin Odisha Magic Card) ପାସପୋର୍ଟରୁ ସମୃଦ୍ଧି ପାଲଟିବ। ଛାତ୍ରଛାତ୍ରୀଙ୍କୁ  ପ୍ରଦର୍ଶନ ଆଧାରରେ ଏହି କାର୍ଡ଼କୁ ଅପଗ୍ରେଡ୍ ହେବ। 


COMMERCIAL BREAK
SCROLL TO CONTINUE READING

ALSO READ: Guru Gochar 2024: ବୃହସ୍ପତିଙ୍କ ଚଳନ ବଦଳାଇବ ତିନି ରାଶିଙ୍କ ଭାଗ୍ୟ, ନୂଆ ଚାକିରି ସାଙ୍ଗକୁ ରହିଛି ପଦୋନ୍ନତିର ଯୋଗ


ସିଲଭର, ଗୋଲ୍ଡ,ପ୍ଲାଟିନମ୍ ସ୍ତର ଯାଏଁ ଅପଗ୍ରେଡ୍ କରିହେବ। ଶିକ୍ଷାର୍ଥୀଙ୍କ ଉପସ୍ଥାନ, ଶୃଙ୍ଖଳଆ, ମନୋଭାବ ଶିକ୍ଷାଗତ ସଫଳତା ,ସୃଜନଶିଳତା,କ୍ରୀଡା ସଫଳତା, ସାମାଜିକ  ଏବଂ ବୃତ୍ତିଗତ ଅବଦାନ ଭଳି ବିଭିନ୍ନ ମାପଦଣ୍ତ ରହିଛି।  ଏଥିରେ ଭଲ ପ୍ରଦର୍ଶନ କଲେ ନିଜ ମ୍ୟାଜିକ୍ କାର୍ଡରେ ଆପେ ଅପଗ୍ରେଡସନ୍ ହୋଇଯିବ। ଏଥିରେ ଛାତ୍ରଛାତ୍ରୀ ବସ୍, ଟ୍ରେନ୍ ଏବଂ ବିମାନ ଯାତ୍ରା କରିବା ସମୟରେ ରିହାତି ପାଇବେ।  ଏଥିସହ ମାଗଣା ଓ୍ବାଇଫାଇ , ଅନଲାଇନ୍ କୋର୍ସ, ଫୋନ୍, ଡାଟା ରିଚାର୍ଜ,ଇ-ଲାଇବ୍ରେରୀ, ଦକ୍ଷତା ବିକାଶ ପାଠ୍ୟକ୍ରମ, କୋଚିଂ ଭଳି ବିଭିନ୍ନ ଏକାଡେମିକ୍ କ୍ଷେତ୍ରରେ ସହାୟକ ହେବ। ଏପରିକି ପିଲାମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ସମୟରେ ଏହି କାର୍ଡ ଦେଖାଇ ଷ୍ଟାଡିୟମକୁ ପ୍ରବେଶ କରିବେ। ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ମଜା ଉଠାଇପାରିବେ।