Kidney Detox Drinks: ସୁସ୍ଥ କିଡନୀ ପାଇଁ ପିଅନ୍ତୁ ଏହି ଜିନିଷ

Kidney Detox Drinks: ସଠିକ୍ ପାନୀୟ ଗ୍ରହଣ କରିବା ଦ୍ୱାରା କିଡନୀକୁ ଡିଟକ୍ସାଇଫ କରିବାରେ ବହୁତ ଲାଭଦାୟକ ହୋଇପାରେ । ଆମେ ଆପଣଙ୍କୁ କିଛି ଆଶ୍ଚର୍ଯ୍ୟଜନକ ପାନୀୟ ବିଷୟରେ କହିବୁ, ଯାହା ଆପଣଙ୍କ କିଡନୀ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 01 Nov 2024-5:32 pm,
1/5

ଲେମ୍ବୁ

ପ୍ରତିଦିନ ସକାଳ ଆରମ୍ଭରୁ ଆପଣ ୨ ଗ୍ଲାସ୍ ଉଷୁମ ପାଣିରେ ଲେମ୍ୱୁ ମିଶାଇ ପିଇବା ଆବଶ୍ୟକ । ଯାହା କିଡନୀ ସ୍ୱାସ୍ଥ୍ୟ ପାଇଁ ଭଲ ହେବ । ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ, ଯାହା କିଡନୀ ଷ୍ଟୋନକୁ ରୋକିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ ।

2/5

ଧନିଆ ପତ୍ର ରସ

ଦିନକୁ ଗୋଟିଏ ଗ୍ଲାସ୍ ତାଜା ଧନିଆ ପତ୍ର ରସ ପିଇବା କିଡନୀ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହି ରସ ଶରୀରକୁ ହାଇଡ୍ରେଟ୍ ରଖେ ଏବଂ କିଡନୀ ସଫା କରିବାରେ ସାହାଯ୍ୟ କରେ ।

3/5

ଅମୃତଭଣ୍ଡା ଏବଂ କମଳା ରସ

ଏହି ଦୁଇଟି ଫଳ କିଡନୀ ରୋଗ ପାଇଁ ଏକ ଔଷଧ ଭାବେ ବିବେଚନା କରାଯାଏ । ଯଦି ଆପଣ ମଧ୍ୟ କିଡନୀ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ ଏହି ଦୁଇଟିକୁ ମିଶାଇ ତାଜା ରସ ଗ୍ରହଣ କରି ପାରିବେ । ଅମୃତଭଣ୍ଡାରେ ପେପେନ୍ ନାମକ ଏକ ଏନଜାଇମ୍ ଥାଏ, ଯାହା କିଡନୀ ସଫା କରିବାରେ ସାହାଯ୍ୟ କରିଥାଏ । କମଳାରେ ଭିଟାମିନ୍ ସି ଥାଏ, ଯାହା କିଡନୀ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ । ଉଭୟ ଫଳର ରସ ପିଇବା ଦ୍ୱାରା କିଡନୀ ଷ୍ଟୋନ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ ।

4/5

ଅଦା ଏବଂ ଲେମ୍ବୁ ଚା

ଉଭୟ ଅଦା ଏବଂ ଲେମ୍ବୁ କିଡନୀ ପାଇଁ ଲାଭଦାୟକ ଅଟେ । ଅଦା କିଡନୀ ଫୁଲାକୁ କମ୍ କରିଥାଏ । ଏଥି ସହିତ ଲେମ୍ବୁ କିଡନୀକୁ ସଫା ରଖିବାରେ ସହାୟକ ହୋଇଥାଏ । ଅଦାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଆପଣ ୧ କପ୍ ପାଣି ଗରମ କରି ସେଥିରେ ୧ ଇଞ୍ଚର ଅଦା ଏବଂ ଫାଳେ ଲେମ୍ବୁର ରସ ମିଶାଇ ପିଅନ୍ତୁ ।

5/5

ଶୁଦ୍ଧ ପାଣି

କିଡନୀ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାନୀୟ ହେଉଛି ଶୁଦ୍ଧ ଜଳ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା କିଡନୀ ସଫା ହେବାରେ ସାହାଯ୍ୟ କରେ । ଜଳ ମଧ୍ୟ କିଡନୀକୁ ଫିଲ୍ଟ୍ରେସନରେ ସାହାଯ୍ୟ କରିଥାଏ । ପାଣି ପିଇବା ଦ୍ୱାରା କିଡନୀ ବିଷାକ୍ତ ପଦାର୍ଥ ବାହାରିଯାଏ । ଗୋଟିଏ ଦିନରେ ଅତି କମରେ ୮ ରୁ ୧୦ ଗ୍ଲାସ୍ ପାଣି ପିଇବା ଆବଶ୍ୟକ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link