କଞ୍ଚା ରସୁଣର ଚମତ୍କାର ଲାଭ, ଜାଣିଲେ ରହିବେ ନିରୋଗ !

ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ରସୁଣ ଶରୀରରେ ଅନେକ ଗମ୍ଭୀର ରୋଗକୁ ଭଲ କରିବା ପାଇଁ ବ୍ୟବହୃତ ହୁଏ ବୋଲି ବିଶେଷଜ୍ଞମାନେ କୁହନ୍ତି ।

1/7

ରସୁଣରେ ଆଲିସିନ୍ ନାମକ ଏକ ଉପାଦାନ ରହିଥାଏ ଯାହା କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସହାୟ ହୋଇଥାଏ । କୋଲେଷ୍ଟ୍ରଲ ରକ୍ତ ଉପରେ ଚାପ ପକାଇଥାଏ, ଯେଉଁ କାରଣରୁ ରକ୍ତଚାପ ବଢିଥାଏ । ଯେଉଁଥିରେ ରସୁଣ ଖାଇବା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୁଏ ।

2/7

ରସୁଣରେ ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ଥଣ୍ଡା, କାଶ, ଜ୍ୱର ସମେତ ହୃଦ ସମ୍ଭନ୍ଧୀୟ ସଂକ୍ରମଣକୁ ହ୍ରାସ କରିବାରେ ବେଶ୍ ସହାୟକ ହୋଇଥାଏ ।

3/7

ଏହା ରକ୍ତ ଜମାଟ ବାନ୍ଧିବା ସମସ୍ୟାକୁ ମଧ୍ୟ ରୋକିବାରେ ସହାୟକ ହୋଇଥାଏ । ପ୍ରତିଦିନ ରସୁଣ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ହେବାରେ ସାହାଯ୍ୟ କରିଥାଏ ଏବଂ ହୃଦଘାତର ଆଶଙ୍କା ହ୍ରାସ କରିଥାଏ ।

4/7

ରସୁଣର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ରସୁଣ ଖାଇବା ଦ୍ୱାରା ଆର୍ଥ୍ରାଇଟିସ୍ ଭଳି ରୋଗରୁ ମଧ୍ୟ ଆଶ୍ୱସ୍ତି ମିଳିଥାଏ ।

5/7

ରସୁଣର ଚୋପା ସହ ଅଳ୍ପ ସମୟ ପର୍ଯ୍ୟନ୍ତ ପାଣିରେ ଫୁଟାଇ ଏହାକୁ ଚା ଭଳି ପିଇବା ଦ୍ୱାରା ଭଲ ଲାଭ ମିଳିଥାଏ ।

6/7

ରସୁଣକୁ ଚୋପା ସହିତ ସୋରିଷ ତେଲରେ ମିଶାଇବା ପରେ ତାହାକୁ ଗରମ କରିବା ଏବଂ ସାମାନ୍ୟ ଉଷୁମ ତେଲକୁ ଶରୀରରେ ମସାଜ କରିବା ଦ୍ୱାରା କ୍ରନିକ ଯନ୍ତ୍ରଣା ମଧ୍ୟ ଭଲ ହୋଇପାରେ । ପ୍ରାଚୀନ କାଳରୁ ଏପରି ପଦ୍ଧତି ଅନୁସରଣ କରାଯାଉଛି । ଏଥିସହ ଏହା କେଶ ଏବଂ ଚର୍ମ ପାଇଁ ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ ।

7/7

Disclamer: ଯଦି ଆପଣ ରସୁଣକୁ ଔଷଧ ଭାବରେ ବ୍ୟବହାର କରୁଛନ୍ତି ତେବେ ଡାକ୍ତରୀ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ରୋଗ, ବୟସ ଏବଂ ଓଜନ ଅନୁଯାୟୀ ସଠିକ୍ ଡ଼ୋଜ୍ କେବଳ ଜଣେ ବିଶେଷଜ୍ଞ ହିଁ ଆପଣଙ୍କୁ ପରାମର୍ଶ ଦେଇପାରିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link