Shani Jayanti 2024: ଶନି ଜୟନ୍ତୀରେ ପଞ୍ଚଗ୍ରାହୀ ଯୋଗ, ଏହି ସବୁ ରାଶିଙ୍କ ଖୋଲିବ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ହେବ ଧନ ବର୍ଷା!

Shani Jayanti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଶନି ଜୟନ୍ତୀ ପାଳନ କରାଯାଏ। ଏହି ଦିନରେ ଶନି ମହାରାଜଙ୍କୁ ପୂଜା କରାଯାଏ। ଏହି ଦିନ ଶନିଙ୍କୁ ପୂଜା କଲେ ସମସ୍ତ ରୋଗ, ବ୍ୟାଧି ଏବଂ ବାଧାବିଘ୍ନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । ଚଳିତ ବର୍ଷ ଶନି ଜୟନ୍ତୀ ଜୁନ୍ ୬ ତାରିଖରେ ପାଳନ କରାଯିବ। କିନ୍ତୁ ଚଳିତ ଥର ଶନି ଜୟନ୍ତୀରେ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ବୃଷ ରାଶିରେ ବୁଧ, ସୂର୍ଯ୍ୟ, ବୃହସ୍ପତି, ଶୁକ୍ର ଏବଂ ଚନ୍ଦ୍ର ଚଳନ କରିବେ। ଗୋଟିଏ ରାଶିରେ ୫ ଗ୍ରହଙ୍କ ମହା ମିଳନ ପଞ୍ଚଗ୍ରାହୀ ଯୋଗ ସୃଷ୍ଟି କରିବ। ଏହା ବ୍ୟତିତ ବୁଦ୍ଧଦିତ୍ୟ ଯୋଗ, ଶୁକ୍ରଦିତ୍ୟ ଯୋଗ, ଗଜଲକ୍ଷ୍ମୀ ଯୋଗ ମଧ୍ୟ ଗଠନ ହେବ। । ଯାହାକି କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ....

Narmada Behera Mon, 20 May 2024-1:34 pm,
1/5

ମେଷ: ଶନିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ପଞ୍ଚଗ୍ରାହୀ ଯୋଗ ଏହି ମେଷ ରାଶି ପାଇଁ ବରଦାନ ପାଲଟିବ। ଏହି ଅବଧି ମଧ୍ୟରେ ଆକସ୍ମିକ ଧନପ୍ରାପ୍ତି ନେଇ ଯୋଗ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଦିର୍ଘଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପାରିପାରିବ ଜୀବନରେ ସୁଖମୟ ହେବା ସହ ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ବ୍ୟବସାୟରେ ଉନ୍ନତି ହେବ। ଧାର୍ମିକ ସ୍ଥାନକୁ ଭ୍ରମଣରେ ଯିବେ।   ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ବିଦେଶ ଯାଇ ପାରନ୍ତି। 

 

2/5

ବୃଷ:  ବୁଦ୍ଧଦିତ୍ୟ , ଶୁକ୍ରଦିତ୍ୟ  ଓ ଗଜଲକ୍ଷ୍ମୀ ଯୋଗ  ସହ ଶନି ଜୟନ୍ତୀ ପ୍ରଭାବ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଅତ୍ୟନ୍ତ ଲାଭଦାୟୀ ରହିବ। ଏହି ସମୟରେ ମାନ ସମ୍ମାନ ବୃଦ୍ଧି ପାଇବ ସହ ସମାଜରେ ପ୍ରତିଷ୍ଠା ଲାଭ ହେବ । ଦୀର୍ଘ ସମୟରୁ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ହେବା ନେଇ ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

 

3/5

ତୁଳା:  ଶୁକ୍ର ତୁଳା ରାଶିର ଶାସକ ଗ୍ରହ ହୋଇଥିବାବେଳେ ଶନି ଦେବଙ୍କ ମିତ୍ର ଅଟନ୍ତି ।  ତେଣୁ, ଏହି କାରଣରୁ ଶନି ଅଧିକାଂଶ ସମୟରେ ତୁଳା ରାଶିରେ ଅବସ୍ଥାନ କରିଥାଆନ୍ତି । ଶନିଙ୍କ କୃପାରୁ ଆର୍ଥିକ ସ୍ଥିତି ମଜଭୁତ ହେବ। ଚାକିରି ଓ ବ୍ୟବସାୟରେ ମଧ୍ୟ ଲାଭ ମିଳିଥାଏ । ଦାମ୍ପତ୍ୟ ଜୀବନରେ ଉନ୍ନତି ଆସିବ । ଅବିବାହିତଙ୍କ ଲାଗି ଏହି ସମୟ ମଧ୍ଯରେ ବିବାହ ହେବା ନେଇ ଯୋଗ ରହିଛି । ନବ ବିବାହିତମାନେ ସନ୍ତାନ ସନ୍ତତି ଲାଭ ହେବ ।

 

4/5

ମକର:  ସେହିପରି ମକର ରାଶିରେ ଶନିଙ୍କ ସାଢେ ସାତୀ ଚାଲିଛି । ତେଣୁ ଏହି ରାଶିର ଲୋକମାନେ  ଶନି ଜୟନ୍ତୀ ଦିନ ଶନିଦେବଙ୍କୁ ପୂଜା କରିବା ସହ ଜଳ ଅର୍ପଣ କଲେ ଶୁଭଫଳ ପାଇବା ସହ ଶନିଙ୍କ ଆର୍ଶିବାଦ ପାଇବେ। ଜୀବନରେ ଆସୁଥିବା ବିଭିନ୍ନ ପ୍ରକାର ସମସ୍ୟାର ଅନ୍ତ ଘଟାଇବେ ଶନି ମହାରାଜ୍ । 

5/5

ବିଛା:  ସେହିପରି ଏ-ହି ରାଶି ଉପରେ ମଧ୍ୟ ଶନିଙ୍କ କୋପ ଦୃଷ୍ଟି ରହିଛି । ତେଣୁ ଶନିଙ୍କ ଆର୍ଶିବାଦ ପାଇବା ପାଇଁ ଶନି ଜୟନ୍ତୀ ଦିନ ଉପବାସ ସହ ନିଷ୍ଠାର ସହ ପୂଜା କଲେ ଶନିଙ୍କ କୃପା ବର୍ଷିବ। ଏବଂ ଜୀବନରେ ସୁଖ ଶାନ୍ତି ବର୍ଷିବ।  

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link