ଉପକାରୀ ଫଳ `ପିଜୁଳି`; ନିୟମିତ ସେବନ କଲେ ମିଳେ ଏହି ସବୁ ଲାଭ

ଏଭଳି କିଛି ଫଳ ଓ ପନିପରିବା ଅଛି, ଯାହାକୁ ନିୟମିତ ସେବନ କରିବା ଦ୍ୱାରା ରୋଗ ଆପଣଙ୍କ ଠାରୁ ଦୂରେଇ ରୁହେ। ସେଥିମଧ୍ୟରୁ ପିଜୁଳି ଅନ୍ୟତମ।

Fri, 25 Feb 2022-10:43 am,
1/6

ଶକ୍ତି ବର୍ଦ୍ଧକ

ପିଜୁଳିରେ ପ୍ରଚୁର ପରିମାଣର କାର୍ବୋହାଇଟ୍ରେଟ୍ ଓ ସୁଗର ଅଛି। ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଶକ୍ତି ବଢିଥାଏ।

2/6

ଗ୍ୟାସ ଏବଂ ଏସିଡିଟିରୁ ମୁକ୍ତି

ପିଜୁଳି ଖାଇବା ଦ୍ୱାରା ଗ୍ୟାସ ଏବଂ ଏସିଡିଟିରୁ ମୁକ୍ତି ମିଳିଥାଏ। ପିଜୁଳି ଖାଇବା ଦ୍ୱାରା ଶରୀରର ବାୟୁ ସନ୍ତୁଳିତ ରହିଥାଏ, ଯେଉଁଥିପାଇଁ ଗ୍ୟାସ ସହଜରେ ବାହାରିଥାଏ।

3/6

କୋଷ୍ଠକାଠିନ୍ୟରୁ ମୁକ୍ତି

କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ପିଜୁଳି ବହୁତ ପ୍ରଭାବଶାଳୀ। ପିଜୁଳିରେ ଭଲ ପରିମାଣର ଡାଏଟାରୀ ଫାଇବର ମିଳିଥାଏ, ଯାହା ଅନ୍ତନଳୀ ଗତି ପ୍ରକ୍ରିୟାକୁ ସହଜ କରିଥାଏ। ଏହା ହଜମକୁ ତ୍ୱରାନିତ କରିବାରେ ମଧ୍ୟ ସାହାଯ୍ୟ କରେ।

 

4/6

ପେଟ ଯନ୍ତ୍ରଣା

ଯଦି ପିଜୁଳିକୁ ସଠିକ୍ ଉପାୟରେ ଖାଆନ୍ତି, ତେବେ ଏହା ପେଟ ଯନ୍ତ୍ରଣାରେ ଆରାମ ଦେଇଥାଏ। ଆପଣ ପିଜୁଳିକୁ ଚୋବାଇ ଖାଆନ୍ତୁ, କିନ୍ତୁ ଏହାର ମଞ୍ଜି ଚୋବାଇବା ଠାରୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କ ପେଟ ଯନ୍ତ୍ରଣାକୁ ବଢାଇପାରେ।

5/6

ପେଟ ସମସ୍ୟା

ଆଜିକାଲି ଭୁଲ ଖାଇବା ଅଭ୍ୟାସ, ନିଷ୍କ୍ରିୟ ଜୀବନଶୈଳୀ ଏବଂ ଚାପ ଯୋଗୁଁ ପେଟ ସହ ଜଡିତ ସମସ୍ୟା ବଢିବାରେ ଲାଗିଛି। ପେଟକୁ ସୁସ୍ଥ ରଖିବା ପାଇଁ, ଆପଣ ଅନେକ ଉପାୟ ଚେଷ୍ଟା କରନ୍ତି, କିନ୍ତୁ ଏହାର ପ୍ରଭାବ ମିଳିନଥାଏ। ଏପରି ପରିସ୍ଥିତିରେ ପିଜୁଳି ଖାଇବା ଲାଭଦାୟକ ହୋଇପାରେ।

 

6/6

ଉପକାରୀ ପିଜୁଳି

ପିଜୁଳି ପୋଷକ ତତ୍ତ୍ୱରେ ଭରପୂର। ଏଥିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ଡାଏଟାରୀ ଫାଇବର ଏବଂ ପ୍ରୋଟିନ୍ ଥାଏ। ଏହା ବ୍ୟତୀତ ପିଜୁଳି ଭିଟାମିନ୍ ସି, ଭିଟାମିନ୍ B6ର ଏକ ଉତ୍ତମ ଉତ୍ସ। ପିଜୁଳିରେ କିଛି ପରିମାଣର କ୍ୟାଲସିୟମ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ଥାଏ। ଏକ ସୁସ୍ଥ ଶରୀର ପାଇଁ ଏସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ବିବେଚନା କରାଯାଏ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link