Budha Gochar 2024: ନଭେମ୍ବରରେ ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କ ବଢିବ ଆୟ ସହ...

Budha Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଆସନ୍ତା ମାସରେ ଥରେ ନୁହେଁ ଦୁଇ ଥର ନକ୍ଷେତ୍ର ପରିବର୍ତ୍ତନ କରିବେ। ନଭେମ୍ବର ୧ ତାରିଖ ସକାଳ ୯ଟା ୪୫ ମିନିଟ୍ ସମୟରେ ଜ୍ୟୋଷ୍ଠା ନକ୍ଷେତ୍ରକୁ ଚଳନ କରିବାକୁ ଥିବା ବେଳେ ପୁଣି ୧୧ ତାରିଖରେ ଶତାବିଶ ନକ୍ଷେତ୍ରକୁ ଗମନ କରିବେ। ବୁଧଙ୍କୁ ଏହି ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ବୁଧ କେଉଁସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି। ...

Narmada Behera Sat, 26 Oct 2024-7:48 am,
1/5

ମିଥୁନ: ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  କାହିଁକିନା ଏହି ରାଶିର ପ୍ରଭୁ ହେଉଛନ୍ତି ବୁଧ। ତେଣୁ, ଏହି ଅବଧି ମଧ୍ୟରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ।  ବ୍ୟବସାୟୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ବିଶେଷକରି, କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ବିଗିଡି ଯାଇଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ଯଦି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ତେବେ, କରନ୍ତୁ, ଶୁଭଫଳ ପାଇବେ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ। ଯେଉଁମାନେ ବିଦେଶରେ ବ୍ୟବସାୟ ବିସ୍ତାର କରିବାକୁ ଚାହୁଁଛନ୍ତି, ସେମାନେ ଏହି ସମୟରେ  ଆରମ୍ଭ କଲେ ଲାଭବାନ୍ ହେବେ। ନିଜ ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। 

ALSO READ: Weather Update: 'ଦାନା' ଆଣିଲା ଥଣ୍ତା, ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ALSO READ: Weekly Special Horoscope: ନୂଆସପ୍ତାହରେ ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ସମୟ, ଚାକିରିରେ ମିଳିବ ପଦୋନ୍ନତି, ମାଲାମାଲ୍ ହେବେ ବ୍ୟବସାୟୀ!

 

2/5

କନ୍ୟା: ନଭେମ୍ବରରେ ବୁଧଙ୍କ ଦୁଇ ଥର ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ପାଇଁ ପ୍ରମୋସନ୍ ଦେଇପାରନ୍ତି। ସରାକରୀ ଚାକିରିଆଙ୍କ ଲାଗି ସମୟ ଶୁଭ ରହିବ।  ବ୍ୟବସାୟୀଙ୍କ କାରବାର ବୃଦ୍ଧି ପାଇବ। ପୁଞ୍ଚି ବିନିଯୋଗ ଲାଗି ସମୟ ଭଲ ରହିଛି । ଯଦି ଜଣେ ଏକ୍ସପର୍ଟଙ୍କ ପରାମର୍ଶରେ  ଆପଣ ବିନିଯୋଗ କରନ୍ତି । ତେବେ, ଭଲ ଲାଭ ଭବିଷ୍ୟତରେ ପାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ବିବାହ ପ୍ରସ୍ତାବ ପାଇବେ। ପରିବାରରେ ଶାନ୍ତିର ବାତାବରଣ ରହିବ। କିନ୍ତୁ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିବ।

3/5

ତୁଳା:   ବୁଧଙ୍କ କୃପାରୁ ଚମକିବ ଏହି ରାଶିଙ୍କ ଭାଗ୍ୟ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିବା ଲାଗି ସମୟ ଅନୁକୂଳ ରହିଛି।  ଏହି ଅବଧି ମଧ୍ୟରେ ଆପଣଙ୍କ ନୂଆ ଜମି କ୍ରୟ କରିପାରନ୍ତି। ବ୍ୟାଙ୍କିଂ- ଏଲଆଇସି- ମାର୍କେଟିଂ କ୍ଷେତ୍ରରେ ଥିବା ଲୋକେ ନିଜ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। ସମାଜରେ ମାନ ସମ୍ନାନ ବୃଦ୍ଧି ପାଇବ।  କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନକୂଳ ରହିଛି। ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ସ୍ବାସ୍ଥ୍ୟ ଭଲ ରହିବ।  

4/5

ବିଛା:  ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହିରାଶିକୁ ଧନବାନ୍ କରାଇବ।  ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଯେଉଁମାନେ ଚାକିରି ବଦଳାଇବାକୁ  ଚାହୁଁଛନ୍ତି। ସେମାନେ ନିଜ ପ୍ରୟାସରେ ସଫଳ ହେବେ। ବେକାରିମାନଙ୍କୁ  ଭଲ ସଂସ୍ଥାକୁ ଚାକିରି ଅଫର ମିଳିବ। ଜିମି ବିକ୍ରି ଓ ରିୟଲି -ଇଷ୍ଟେଟ୍  କ୍ଷେତ୍ରରେ ଜଡିତ ଥିବା ଲୋକଙ୍କ ଆୟ ବଢିବ। ଶିକ୍ଷକ, ଡାକ୍ତରୀ, ରିସର୍ଚ୍ଚ , ସାହିତ୍ୟ  ଓ କଳା କ୍ଷେତ୍ରରେ ଜଡିତ ଲୋକେ ନିଜ କର୍ମକ୍ଷେତ୍ରରେ ଜଶ ଲାଭ କରିବେ। ପାରିବାରିକ ଜୀବନ ଭଲ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବ।

5/5

ସିଂହ:  ବୁଧଙ୍କ କୃପାରୁ ଉଦୟ ହେବ ଏହିରାଶିଙ୍କ ଭାଗ୍ୟ। ଆର୍ଥିକ ସଙ୍କଟ ଦୂର ହେବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ଲାଗି ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଚାକିରିଆମାନଙ୍କୁ ଖୁସି ଖବର ସହ ବୋନସ୍ ମିଳିବ । ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଗୁଡ୍ ନ୍ୟୁଜ୍ ପାଇପାରନ୍ତି। ରାଜନୈତିକ କ୍ଷେତ୍ରରେ  କାର୍ଯ୍ୟ କରୁଥିବା ଲୋକେ ଦଳ ପକ୍ଷରୁ ବଡ଼ ଦାୟିତ୍ବ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଘରକୁ ଅତିଥିଙ୍କ ଆଗମନ ହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link