ଶୁକ୍ର-ସୂର୍ଯ୍ୟ-ଶନିଙ୍କ କୃପାରୁ ବର୍ଷ ଶେଷରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଆରମ୍ଭ ହେବ ଶୁଭ ସମୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!
December Grah Gohcar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ବର୍ଷର ଶେଷ ମାସରେ ଏକାଧିକ ଗ୍ରହ ନିଜର ମୂଳ ରାଶି ପରିବର୍ତ୍ତନ କରିବାକୁ ଥିବା ବେଳେ ଆଉ କେତେକ ଗ୍ରହ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ରକ୍ତ, କ୍ରୋଧ, ମଙ୍ଗଳ ଓ ସାହାସର କାରକ ମଙ୍ଗଳ ଡିସେମ୍ବର ୨ ରାତି ୧୨ଟା ୫ ମିନିଟ୍ ସମୟରେ ମକର ରାଶିକୁ ଚଳନ କରିବାକୁ ଥିବା ବେଳେ ସୂର୍ଯ୍ୟ ତୁଳା ରାଶି ଛାଡି ଡିସେମ୍ବର ୧୫ ତାରିଖ ସକାଳ ୭ଟା ୪୧ ମିନିଟ୍ ସମୟରେ ବିଛା ରାଶିକୁ ଚଳନ କରିବେ। ଏହାସହ ଶନିଙ୍କ କୁମ୍ଭ ରାଶିରେ ଓଲଟା ଚଳନ ଶଶରାଜଯୋଗ ଯୋଗ ସୃଷ୍ଟି କରିବ। ଏ-ହିସବୁ ଗ୍ରହଙ୍କ ରାଶି ପରିବର୍ତ୍ତନ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇବ। କିଛି ରାଶି ଶୁଭଫଳ ପାଇବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ। ତେବେ, ଆସନ୍ତୁ ଜାଣିବା ଆସନ୍ତା ମାସରେ କେଉଁ ସବୁ ରାଶିଙ୍କ ଭାଗ୍ୟ ଫିଟୁଛି...
ମେଷ: ଆସନ୍ତାମାସରୁ ଶୁକ୍ର-ସୂର୍ଯ୍ୟ ଶନିଙ୍କ କୃପାରୁ ଏହି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ବିଶେଷକରି, ଆର୍ଥିକ ସ୍ଥିତିରେ ମଜବୁତ୍ ହେବ। ଯେଉଁମାନେ ଦିର୍ଘ ଦିନ ହେବ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ନୂତନ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିପାରିବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଆୟ ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବଢିବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ପିତାମାତାଙ୍କ ସହ ଦୂରଯାତ୍ରା କରିବା । ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ଦିର୍ଘ ଦିନର ଆଶା ପୂରଣ ହେବ । ଏହି ସମୟ ମଧ୍ୟରେ ନୂତନ ଘର କିମ୍ବା ଜମି କ୍ରୟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ALSO READ: Weekly Special Horoscope: ନୂଆ ସପ୍ତାହରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଦଳିବ ଆର୍ଥିକ ସ୍ଥିତି!
ALSO READ: Weather Update: ରାଜ୍ୟରେ ଶୀତର ଲହରି ଜାରି, ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା
ବୃଷ: ଆସନ୍ତାମାସରେ ଶୁକ୍ର -ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ବୃଷ ରାଶିର ଭାଗ୍ୟ ପରିବର୍ତ୍ତନ କରିବ। ବିଶେଷକରି, କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ମନ ପସନ୍ଦର ଚାକିରି ମିଳିବ। ପୁଞ୍ଜି ବିନିଯୋଗ ପାଇଁ ସମୟ ଶୁଭ ରହିବ। ଯେଉଁମାନେ ବିନିଯୋଗ କରିବାକୁ ଚାହୁଁଛନ୍ତି , ସେମାନେ ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରମର୍ଶ ନେଇ ବିନିଯୋଗ କଲେ ଭଲ ଲାଭ ପାଇବେ। ବାଣିଜ୍ୟ -ବେପାରରେ ଲାଭ ବଢିବ। କ୍ଷତି ସହୁଥିବା ବ୍ୟବସାୟୀମାନେ ବ୍ୟବସାୟରେ ବୃଦ୍ଧି ଘଟିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ସାଥୀଙ୍କ ସହିତ ଦୂରଯାତ୍ରା କରିବେ।
ତୁଳା: ଶୁକ୍ରଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି , ସେମାନଙ୍କୁ କୌଣସି ସଂସ୍ଥାରୁ ଚାକିରି ପାଇଁ ଭଲ ଫୋନ୍ କଲ୍ ବା ଅଫର ମିଳିବ। ବ୍ୟବସାୟୀମାନେ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ। ବିଦେଶରେ ବାଣିଜ୍ୟ ବ୍ୟବସାୟ ବିସ୍ତାରେ କରିବାରେ ସଫଳ ହେବେ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ନୂଆ ଘର କିମ୍ବା ଗାଡି କିଣିବେ। ଆୟ ବ୍ୟୟ ସମାନ ରହିବ। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।
ମକର: ଶୁକ୍ର-ଶନି ଓ ସୂର୍ଯ୍ୟଙ୍କ କୃପାରୁ ମକର ରାଶିର ଭାଗ୍ୟ ଚମକିବାକୁ ଯାଉଛି। ଶୁକ୍ରଙ୍କ ଚଳନ ମକର ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରାଇବ। ଏହି ସମୟ ମଧ୍ୟରେ ଆତ୍ମବିଶ୍ବସା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିବେ। ଆମଦାନୀ ଓ ରପ୍ତାନୀ ବ୍ୟବସାୟୀରେ ଜଡିତ ଥିବା ଲୋକେ ଭଲ ଲାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ପଦୋନ୍ନତି ସହ ମନ ପସନ୍ଦର ସ୍ଥାନକୁ ଟ୍ରନ୍ସଫର ହେବ। ପ୍ରେମ ଜୀବନ ଭଲ ରହିବ। ଋତୁକାଳିନ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।
କୁମ୍ଭ: ଆସନ୍ତାମାସରୁ ଏହି ରାଶିର ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ବ୍ୟବସାୟୀମାନେ ବାଣିଜ୍ୟ ବ୍ୟବସାୟରୁ ଅପ୍ରତ୍ୟାଶିକ ଲାଭ ପାଇବେ। ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ବୈବାହିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)