Headache Treatment: ମୁଣ୍ଡବିନ୍ଧା ସମସ୍ୟା ହୋଇଯିବ ଦୂର, କରନ୍ତୁ ଏହି କାମ

Remedies for Headache: ମୁଣ୍ଡବିନ୍ଧା ତଥା ମାଇଗ୍ରେନର ବିଭିନ୍ନ କାରଣ ରହିଛି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଅନେକ ଘରୋଇ ଉପଚାର ମଧ୍ୟ କରିପାରିବେ । ଏଥିପାଇଁ ଆପଣଙ୍କୁ ଆଜି ଜଣାଇବୁ କିଛି ସହଜ ଉପାୟ ।

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 07 Nov 2024-6:03 pm,
1/8

ବିଶ୍ୱାସ କରାଯାଏ ଯେ, ବୟସ୍କ ବ୍ୟକ୍ତି ମୁଣ୍ଡବିନ୍ଧାର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ । କ୍ରୋଧ କାରଣରୁ ମଧ୍ୟ ମୁଣ୍ଡ ବିନ୍ଧା ହୋଇଥାଏ । ମୁଣ୍ଡବିନ୍ଧା ସମସ୍ୟା ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିଥାଏ । 

2/8

ମୁଣ୍ଡବିନ୍ଧାର କାରଣ ଅନେକ ରହିଛି ଯଥା- ମୁଣ୍ଡରେ ଆଘାତ, କୌଣସି ପ୍ରକାରର ଔଷଧ ସେବନ, ସଂକ୍ରମଣ, ମୋଟାପଣ, ଧୂମପାନ, ଉଚ୍ଚ କଫିନ୍ ଗ୍ରହଣ କିମ୍ବା ନିଦ୍ରା ସମ୍ବନ୍ଧୀୟ ସମସ୍ୟା । ଆଜି ଆପଣଙ୍କୁ ୫ ଟି ପ୍ରାକୃତିକ ଉପଚାର କହିବୁ ଯାହା ଆପଣଙ୍କୁ ମୁଣ୍ଡବିନ୍ଧାର ସମସ୍ୟାର ଉପଶମ କରିବାରେ ସାହାଯ୍ୟ କରିବ ।

3/8

ପ୍ରତିଦିନ ପର୍ଯ୍ୟାପ୍ତ ପାଣି ପିଅନ୍ତୁ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହାଁନ୍ତି, ତେବେ ଏହା ଆପଣଙ୍କ ଶରୀରରେ ଡିହାଇଡ୍ରେସନ୍ ସୃଷ୍ଟି କରିଥାଏ । ଏହି ପରିସ୍ଥିତିରେ ମୁଣ୍ଡବିନ୍ଧା ପରି ସମସ୍ୟା ଉପୁଜିପାରେ । ବହୁ ଗବେଷଣା ପରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଡିହାଇଡ୍ରେସନ୍ ହେଉଛି ପ୍ରବଳ ମୁଣ୍ଡବିନ୍ଧାର କାରଣ । ଡିହାଇଡ୍ରେସନ୍ ଉତ୍ତେଜନା ସୃଷ୍ଟି କରିଥାଏ ଏବଂ ଆପଣଙ୍କ ଏକାଗ୍ରତା ଉପରେ ମଧ୍ୟ ଅନେକ ପ୍ରକାର ପ୍ରଭାବ ପକାଇଥାଏ । ତେଣୁ, ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଆବଶ୍ୟକୀୟ ପରିମାଣର ପାଣି ପିଇବା ଆବଶ୍ୟକ । ଜଳଯୁକ୍ତ ଫଳ ଖାଇବା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ।

4/8

ଖାଦ୍ୟରେ ମ୍ୟାଗ୍ନେସିୟମ୍ ଅନ୍ତର୍ଭୂକ୍ତ କରନ୍ତୁ

ରକ୍ତରେ ଶର୍କରା ସ୍ତରବଜାୟ ରଖିବା ପାଇଁ ମ୍ୟାଗ୍ନେସିୟମ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍, ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ସୂଚନା ଅନୁଯାୟୀ, ଅନେକ ପ୍ରମାଣ ରହିଛି ଯେ, ମ୍ୟାଗ୍ନେସିୟମର ଅଭାବ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିପାରେ ।

5/8

ମଦ୍ୟପାନରୁ ଦୂରରେ ରୁହନ୍ତୁ

ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ପ୍ରଦାହ ସୃଷ୍ଟି ହୁଏ ଏବଂ କିଛି ସ୍ନାୟୁଗତ ପଥ ସକ୍ରିୟ ହୋଇଯାଏ । ଏହା ରକ୍ତ ନଳୀକୁ ବିସ୍ତାର କରିପାରେ । ଅଧ୍ୟୟନରୁ ଜଣାପଡିଛି ଯେ, ଜନସଂଖ୍ୟାର ଏକ ତୃତୀୟାଂଶ ବ୍ୟକ୍ତି ଯେଉଁମାନେ ମଦ୍ୟପାନ କରନ୍ତି ସେମାନେ ପ୍ରାୟତଃ ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି।

6/8

ଭଲ ନିଦ

ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଚିନ୍ତା ହେଉଛି ମୁଣ୍ଡବିନ୍ଧାର ଏକ ପ୍ରମୁଖ କାରଣ । ଯଦି ଆମେ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ନଶୋଇବା ତେବେ ତାହା ନିଦ୍ରାହୀନତାରେ ପରିଣତ ହୋଇ ମୁଣ୍ଡବିନ୍ଧା ସମସ୍ୟା ସୃଷ୍ଟି କରିପାରେ ।

7/8

ଉଚ୍ଚ ହିଷ୍ଟାମାଇନ୍ ଖାଦ୍ୟରୁ ଦୂରେଇ ରୁହନ୍ତୁ

ହିଷ୍ଟାମାଇନ୍ ହେଉଛି ଏପରି ଏକ ପ୍ରକାର ରାସାୟନିକ ଯାହା ଶରୀରରେ ରହିଛି।  ଏହା ଆମର ରୋଗ ପ୍ରତିରୋଧକ ଶକ୍ତି, ହଜମ ଏବଂ ସ୍ନାୟୁ ପ୍ରଣାଳୀ ଉପରେ ଗଭୀର ପ୍ରଭାବ ପକାଇପାରେ । ହିଷ୍ଟାମାଇନ୍ ର ସାଧାରଣ ଲକ୍ଷଣ ହେଉଛି ମୁଣ୍ଡବିନ୍ଧା । ତେଣୁ ଉଚ୍ଚ ହିଷ୍ଟାମାଇନ୍ ଖାଦ୍ୟଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

8/8

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link