ହାଇ କୋଲେଷ୍ଟ୍ରଲ, ହୃଦ ରୋଗ ଏବଂ କୋଷ୍ଠକାଠିନ୍ୟ ହେବ ଦୂର, ଏମିତି କରନ୍ତୁ ତେନ୍ତୁଳିର ବ୍ୟବହାର
Tamarind Benefits In Winter: ତେନ୍ତୁଳିର ସ୍ୱାଦ କାହାକୁ ବା ଭଲ ନଲାଗେ ? ଯଦିଓ ଏହା ପ୍ରତ୍ୟେକ ଋତୁରେ ଆମକୁ ଲାଭ ଦିଏ, କିନ୍ତୁ ବିଶେଷ କରି ଏହାକୁ ଶୀତଦିନେ ଖାଇବା ଆବଶ୍ୟକ । ଯାହା ଦ୍ୱାରା ଆପଣ ଅନେକ ରୋଗରୁ ସୁରକ୍ଷିତ ରହିପାରିବେ ।
ଏହା ବ୍ୟତୀତ ଏଥିରେ ଅନେକ ପ୍ରକାରର ପ୍ରୋଟିନ୍ ମଧ୍ୟ ମିଳିଥାଏ, ଯାହା କେବଳ ରକ୍ତରେ ଶର୍କରା ନିୟନ୍ତ୍ରଣ କରି ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହୁଏ ନାହିଁ, ବରଂ ଜିମ୍ ଯାଉଥିବା ଲୋକଙ୍କ ହାଡ ଏବଂ ମାଂସପେଶୀକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ମଧୁମେହରେ ଉପକାରୀ
ତେନ୍ତୁଳିରେ ପ୍ରଚୁର ପରିମାଣରେ ପଲିଫେନୋଲ ମିଳିଥାଏ, ଯାହା ଆମ ଶରୀରର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ । ମଧୁମେହ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।
ତେନ୍ତୁଳିରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା କର୍କଟ ରୋଗକୁ ରୋକିବାରେ ସହାୟକ ହୋଇଥାଏ । ଯେଉଁ କାରଣରୁ ଅକ୍ସିଡେଟିଭ୍ କ୍ଷତି କମିଯାଏ ଏବଂ ଶରୀରର କୋଷଗୁଡ଼ିକ ନିରାପଦରେ ରହନ୍ତି ।
ଆୟୁର୍ବେଦିକ ବିଶେଷଜ୍ଞ ଡକ୍ଟର ଅମିତ କୁମାରଙ୍କ କହିବାନୁଯାୟୀ, "କୋଲେଷ୍ଟ୍ରଲ ହ୍ରାସ କରିବାରେ ତେନ୍ତୁଳି ବେଶ୍ ସହାୟକ ହୋଇଥାଏ। ସାଧାରଣତଃ ଶୀତଦିନେ ଅଧିକ ହୃଦଘାତ ଖବର ଆସିଥାଏ । ଶୀତଦିନେ ତେନ୍ତୁଳି ଖାଇବା ଦ୍ୱାରା LDL କମ୍ ରହିଥାଏ, ଯାହା ହୃଦଘାତର ସମ୍ଭାବନାକୁ ହ୍ରାସ କରିଥାଏ।"
କେବଳ ଏତିକି ନୁହେଁ, ତେନ୍ତୁଳି ଶରୀରରେ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଖରାପ କୋଲେଷ୍ଟ୍ରଲ ହ୍ରାସ କରିଥାଏ । ଧମନୀରେ ରକ୍ତ ସଞ୍ଚାଳନ ସଠିକ କରିଥାଏ ଫଳରେ ହୃଦଘାତ ହେବାର ଆଶଙ୍କା କମିଯାଏ। "
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ
ଡକ୍ଟର ଅମିତ ଆହୁରି କହିଛନ୍ତି ଯେ, "ତେନ୍ତୁଳି ଆଣ୍ଟିଅକ୍ସିଡାଣ୍ଟ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ।
ପ୍ରତ୍ୟକ ଦିନ ଏକ ଚାମଚ ତେନ୍ତୁଳି ରସ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ । ଡାକ୍ତର ଅମିତଙ୍କ କହିବା ଅନୁଯାୟୀ, "ତେନ୍ତୁଳି ହଜମ ପ୍ରକ୍ରିୟାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ। ଏଥିରେ କିଛି ଏସିଡ୍ ଥାଏ ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ। ଏହାର ବ୍ୟବହାର ଡାଇରିଆ ଏବଂ ପେଟ ଯନ୍ତ୍ରଣାରୁ ମଧ୍ୟ ଆପଣଙ୍କୁ ମୁକ୍ତି ଦେଇପାରେ। ଏଥିସହ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।