Horoscope 2025: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବ ଶନି-ବୃହସ୍ପତି-ରାହୁଙ୍କ ଶୁଭଯୋଗ, କିଣିବେ ନୂଆ ଘର ସହ ଚାକିରିରେ ମିଳିବ ପଦୋନ୍ନତି!

Horoscope Prediction 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଛାୟାଗ୍ରହ ରାହୁ ଏବେ ମୀନ ଓ ଦେବଗୁରୁ ବୃହସ୍ପତି ଏବେ ବୃଷ ରାଶିରେ ବିରାଜମାନ ଅଛନ୍ତି। ୨୦୨୫, ଜାନୁଆରୀ ୨୫ ତାରିଖ ସକାଳ ୬ଟା ୫୦ ମିନିଟ୍ ସମୟରେ ରାହୁ ଓ ବୃହସ୍ପତି ଏକାସାଙ୍ଗରେ କୁମ୍ଭ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଶନି ମହାରାଜ୍ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳିନ ଶୁଭଯୋଗ ସୃଷ୍ଟି କରୁଛି। ଏହି ଶୁଭଯୋଗ କିଛି ରାଶି ପାଇଁ ବରଦାନ ସାବ୍ୟସ୍ତ ହେବେ। ତେବେ, ଆସନ୍ତୁ ଜାଣିବା ଏହି ୩ ଗ୍ରହର ଶୁଭଦୃଷ୍ଟି କେଉଁସବୁ ରାଶି ଉପରେ ବର୍ଷ ୨୦୨୫ ଶେଷ ପର୍ଯ୍ୟନ୍ତ ରହିବ।...

Narmada Behera Wed, 23 Oct 2024-8:22 am,
1/5

ବୃଷ:  ଶନି-ରାହୁ ଓ ବୃହସ୍ପତିଙ୍କ ଏହି ମିଳନ ଏହି ରାଶି ପାଇଁ ବେଶ୍ ଭାଗ୍ୟାଶାଳୀ ପ୍ରମାଣିତ ହେବ। ବିଶେଷକରି, କ୍ୟାରିୟରରେ ଅଗ୍ରଗତି କରିବେ।  କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ଯେଉଁମାନେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ କମ୍ପାନୀରୁ ଚାକିରି ଚାକିରି ପାଇଁ ଅଫର ମିଳିବ। ସମାଜରେ ମାନ-ସମ୍ନାନ ବୃଦ୍ଧି ପାଇବ। ଆସନ୍ତାବର୍ଷ ବ୍ୟବସାୟୀଙ୍କ ପାଇଁ ବି ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘ ଦିନର ଆଶା, ଯେପରିକି ନୂଆ ଜାଗା କିମ୍ବା ଘର କିଣିବେ। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। ଅବିବାହିତଙ୍କର ବିବାହ ଯୋଗ ଫିଟିବ।  

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ଶୁଭ ରହିବ ନୂଆ ସପ୍ତାହ , କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବ୍ୟବସାୟୀଙ୍କର ବଢିବ ଲାଭ!

 

2/5

ସିଂହ: ରାହୁ-ବୃହସ୍ପତି ଓ ଶନିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି। କ୍ୟାରିୟରକୁ ନେଇ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କ୍ୟାରିୟରରେ ସ୍ଥିରତା ଆସିବ। ଅର୍ଥାତ୍ ଯେଉଁମାନେ ଭଲ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ମିଳିବ। ବିଦେଶରେ ବ୍ୟବସାୟ ଆରମ୍ଭ କରିବା ଲାଗି ସମୟ ଶୁଭ ରହିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସକ୍ଷମ ହେବେ। ନିଜ ସାଥୀଙ୍କ ସହ ବିଦେଶ ଯାତ୍ରା କରିବାର ଯୋଗ ରହିଛି। ଦୂରଯାତ୍ରା ଶୁଭଫଳ ପ୍ରଦାନ କରିବ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ଅଧିକାଂଶ ସମସ୍ୟା ସମାଧାନ ହୋଇପାର। ପରିସ୍ଥିତିକୁ ଧୌର୍ଯ୍ୟର ସହକାରେ ମୁକାବିଲା କରିବା ଶୁଖନ୍ତୁ। ପ୍ରେମ ସମ୍ପର୍କରେ ଥିବା ଲୋକଙ୍କ ବିବାହ ସ୍ଥିର ହୋଇପାରେ।

 

3/5

କନ୍ୟା: କନ୍ୟା ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଦିର୍ଘ ଦିନଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରୟାସ କରୁଛନ୍ତି। ସେମାନଙ୍କ ସ୍ବପ୍ନ ପୂରଣ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବଢିବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଧାର-କରଜରୁ ମୁକ୍ତି ମିଳିବ। ବୈବାହିକ ଜୀବନ ସୁଖମୟ ହେବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ସାମାନ୍ୟ ଦେଖାଦେବ।

 

4/5

ତୁଳା: ଶନି-ବୃହସ୍ପତି ଓ ରାହୁଙ୍କ ମିଳିବ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଫଳଦାୟୀ ରହିବ । ବିଶେଷକରି, କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ।  କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଂସଶା କରିବା ସହିତ ସମ୍ମାନୀତ କରିବେ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଇଚ୍ଛା କରୁଛନ୍ତି । ସେମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଚେଷ୍ଟା ଜାରି ରଖନ୍ତୁ, ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟୀମାନେ ଲାଭବାନ୍ ହେବ। ବ୍ୟାଙ୍କିଙ୍ଗ୍, ଏଲଆଇସି ଓ ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ସେୟାର ମାର୍କେଟ୍ ଓ ଲଟେରୀରୁ ଟଙ୍କା ମିଳିବ। ପୁରୁଣା ବିନିଯୋଗରୁ ଅଧିକ ଲାଭବାନ୍ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

5/5

ବିଛା: ଏହି ରାଶିର ଲୋକଙ୍କର ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଦିର୍ଘ ଦିନ ଧରି ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବାକୁ ଯାଉଛି। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ସଞ୍ଚୟ କରିବାକୁ ଯୋଜନା କରିବେ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ଅଧିକ ଲାଭ ପାଇବେ।  ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବେ।  ଜୀବନସାଥୀଙ୍କ ସହିତ ସମ୍ପର୍କ ଅଧିକ ମଜବୁତ୍ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link