ବଲିଉଡ ଅଭିନେତା ଦିଲୀପ କୁମାର ଓ ରାଜ କପୁରଙ୍କ ଘର କିଣିବେ ପାକିସ୍ତାନ ସରକାର

ବଲିଉଡ ଅଭିନେତା ଦିଲୀପ କୁମାର (Dilip Kumar) ଓ ସ୍ୱର୍ଗତ ରାଜ କପୁର (Raj Kapoor) ଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର । ଏହି ଦୁଇଟି କୋଠାକୁ ଜାତୀୟ ଐତିହ୍ୟ ଭାବରେ ଘୋଷିତ ହୋଇଛି ।

Tamal Bakchi/ତମାଲ ବାକଚି Sun, 27 Sep 2020-11:20 pm,
1/6

ନୂଆଦିଲ୍ଲୀ: ପାକିସ୍ତାନର ଖୈବର-ପାଖ୍ତନଖୱାର ପ୍ରାଦେଶିକ ସରକାର ଐତିହାସିକ କୋଠାର ସଂରକ୍ଷଣକୁ ଦୃଷ୍ଟିରେ ରଖି ବଲିଉଡର ପ୍ରସିଦ୍ଧ ଅଭିନେତା ରାଜ କପୁର (Raj Kapoor) ଏବଂ ଦିଲୀପ କୁମାର (Dilip Kumar) ଙ୍କ ପୈତୃକ ଘର କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଘରର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । ଏହା ଧ୍ୱଂସ ହେବାର ସମ୍ଭାବନା ରହିଛି । ଏଭଲି ସ୍ଥିତିରେ ଖୈବର-ପାଖ୍ତନଖୱାର ପ୍ରାପ୍ତର ପ୍ରତ୍ନତତ୍ତ୍ୱ ବିଭାଗ ଏହି ଦୁଇଟି କୋଠା କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଉଭୟ କୋଠା ପେଶୱାର ସହରରେ ଅବସ୍ଥିତ ।

2/6

ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ଡକ୍ଟର ଅବଦୁସ ସମଦ ଖାନ କହିଛନ୍ତି ଯେ, ଉଭୟ ଐତିହାସିକ ଭବନର ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ପେଶୱାରର ଡେପୁଟି କମିଶନରଙ୍କ ନିକଟକୁ ଏକ ସରକାରୀ ଚିଠି ପଠାଯାଇଛି । ଯେଉଁଠାରେ ବିଭାଜନ ପୂର୍ବରୁ ଭାରତୀୟ ସିନେମାର ୨ ମହାନାୟକ ଜନ୍ମଗ୍ରହଣ କରିଥିଲେ । 

3/6

ରାଜ କପୁରଙ୍କ ପୈତୃକ ଘର କପୁର ହାୱଲି ନାମରେ ଜଣାଶୁଣା । ଯାହା କିସ୍ସା ଖୱାନୀ ବଜାରରେ ଅବସ୍ଥିତ । ୧୯୧୮ରୁ ୧୯୨୨ ମଧ୍ୟରେ ରାଜ କପୁରଙ୍କ ଜେଜେବାପା ଦିୱାନ ବଶେଶ୍ୱରନାଥ କପୁରଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା ।

4/6

ଅଭିନେତା ଦିଲୀପ କୁମାରଙ୍କ ପ୍ରାୟ ୧୦୦ ବର୍ଷ ପୁରୁଣା ପୈତୃକ ଘର ମଧ୍ୟ ଏହି ଅଞ୍ଚଳରେ ଅବସ୍ଥିତ । ଏହି ଘରଟି ସଙ୍କଟାପନ୍ନ ଅବସ୍ଥାରେ ରହିଛି  । ୨୦୧୪ରେ ତତ୍କାଳୀନ ନୱାଜ ସରିଫ ସରକାର ଏହାକୁ ଏକ ଜାତୀୟ ଐତିହ୍ୟ ଘୋଷଣା କରିଥିଲେ । 

5/6

ଖାନ କହିଛନ୍ତି ଯେ ଏହି ଦୁଇଟି ଐତିହାସିକ ଅଟ୍ଟାଳିକାର ମାଲିକମାନେ ବହୁଥର ଏହାକୁ ଭାଙ୍ଗି ବ୍ୟବସାୟିକ ପ୍ଲାଜା ନିର୍ମାଣ ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଏପରି ସମସ୍ତ ପ୍ରୟାସକୁ ରୋକି ଦିଆଯାଇଛି । କାରଣ ଐତିହାସିକ ଗୁରୁତ୍ୱ ଯୋଗୁଁ ପ୍ରତ୍ନତତ୍ତ୍ୱ ବିଭାଗ ଏହାକୁ ସଂରକ୍ଷଣ କରିବାକୁ ଚାହୁଁଛି । 

6/6

ତେବେ କପୁର ମହଲାର ମାଲିକ ଅଲି କାଦର କହିଛନ୍ତି ଯେ, ସେ କୋଠା ଭାଙ୍ଗିବାକୁ ଚାହୁଁନାହାଁନ୍ତି । ଅଲି ଦାବି କରିଛନ୍ତି ଯେ ଏହି ଐତିହାସିକ ଭବନର ସୁରକ୍ଷା ତଥା ସଂରକ୍ଷଣ ପାଇଁ ସେ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀଙ୍କ ସହ ଅନେକ ଥର ସମ୍ପର୍କ କରିଥିଲେ । ଘରର ମାଲିକ ଏହାକୁ ସରକାରଙ୍କୁ ବିକ୍ରି କରିବା ପାଇଁ ୨୦୦ କୋଟି ଟଙ୍କା ଦାବି କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link