Shani Gochar 2024: ଶନି କରିବେ ନକ୍ଷେତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କ ଉପରେ ପଡି଼ବ ବଡ଼ ପ୍ରଭାବ!

Shani Gochar 2024: ନଅଟି ଗ୍ରହ ମଧ୍ୟରୁ ଶନିଙ୍କ ଶନିଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ପ୍ରତ୍ୟକ ବ୍ୟକ୍ତିଙ୍କୁ ଶନିଦେବ ନିଜ କର୍ମ ଅନୁସାରେ, ଫଳ ଦେଇଥାଆନ୍ତି। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ଅଗଷ୍ଟ ୩ ରାତି ୧୨ଟା ୩୦ ମିନିଟ୍ ସମୟରେ ଶତାବିଶ ନକ୍ଷେତ୍ରକୁ ଚଳନ କରିବେ। ଏବଂ ଚଳିତ ବର୍ଷ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ସେହି ନକ୍ଷେତ୍ରରେ ରହିବେ। ତେବେ, ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ କେତେକ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କେତେକ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ କେଉଁ ରାଶି ପାଇଁ ଶୁଭଫଳ କରିବାକୁ ଯାଉଛି।

Narmada Behera Sat, 20 Jul 2024-8:24 am,
1/3

ମେଷ: ମେଷ ରାଶିଙ୍କ ଜୀବନରେ ସୁଖ ସମୃଦ୍ଧି ବଢିବ। ଶନିଙ୍କ କୃପାରୁ ଦିର୍ଘ ଦିନର ଆଶା ପୂରଣ ହେବ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଅନୁକୂଳ ରହିଛି। ଚାକିରି ଖୋଜୁଥିବା ଲୋକମାନେ ଭଲ ନିଯୁକ୍ତି ଅଫର ପାଇବେ। ପୁରୁଣାରୋଗରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ପ୍ରେମ ଜୀବନରେ ମଧୁରତା ଭରିବ। ଭଲ ପାଉଥିବା ଜୀବନ ସାଥୀଙ୍କ ସହ ବିବାହ ଠିକ୍ ହୋଇପାରେ। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

2/3

ବୃଷ: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବେ। ଏହି ଅବଧି ମଧ୍ୟରେ ଶନିଙ୍କ କୃପାରୁ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଖାସ୍ କରି କ୍ୟାରିୟରରେ ବିଶେଷ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହୋଇପାରେ। ବିଦେଶ ଯାତ୍ରା କରିପାରନ୍ତି। ବ୍ୟବସାୟୀମାନେ ବିଦେଶ ଯାତ୍ରାରୁ ଆର୍ଥିକ ଲାଭ ପାଇବେ। ଶରୀର ସୁସ୍ଥ ରହିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

3/3

ଧନୁ: ଧନୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖକୁ ଲାଘବ କରିବେ ଶନି ମହାରାଜ୍। ବିଶେଷ କରି ବେକାରିମାନେ ଭଲ ଚାକିରି ପାଇବେ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି । ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟୀମାନେ ବେପାର-ବାଣିଜ୍ୟରେ ବିପୁଳ ଲାଭ ପାଇବେ। ସରକାରୀ ଚାରିକିଆଙ୍କ ପାଇଁ ସମୟ ଭଲ ରହିବ। ପଦୋନ୍ନତି ପାଇବା ସହ ଟ୍ରାନ୍ସଫର ମଧ୍ୟ ହୋଇପାରେ। ଆୟ ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link