Sprouted Potatoes Side Effects: ଗଜା ଆଳୁ ଖାଉଛନ୍ତି ? ହୋଇପାରେ ଏହି କ୍ଷତି

Sprouted Potatoes Side Effects: ଯଦି ଆପଣ ମଧ୍ୟ ଗଜା ଆଳୁ ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ କାରଣ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

1/8

ଗଜା ଆଳୁ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହା କେବଳ ରକ୍ତରେ ଶର୍କରା ସ୍ତର ବଢାଏ ତାହା ନୁହେଁ ବରଂ ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ମଧ୍ୟ ବୃଦ୍ଧି କରେ । ନ୍ୟାସନାଲ କ୍ୟାପିଟାଲ ପଏଜନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଗଜା ଆଳୁରେ ଦୁଇଟି ବିଷାକ୍ତ ପଦାର୍ଥ ସୋଲାନାଇନ୍ ଏବଂ କ୍ୟାକୋନିନ୍ ପ୍ରାକୃତିକ ଭାବରେ ମିଳିଥାଏ। ପ୍ରଥମେ ଆଳୁରେ ଏହାର ପରିମାଣ ବହୁତ କମ୍ ଥାଏ କିନ୍ତୁ ପରେ ଏହା ଗଜା ହେବା ଆରମ୍ଭ କରିବା ସମୟରେ ଉଭୟ ବିଷାକ୍ତ ଉପାଦାନର ପରିମାଣ ଏଥିରେ ବଢିଥାଏ । ତେଣୁ, ଯଦି ଆପଣ ଏହାକୁ ଖାଆନ୍ତି ତେବେ ଅନେକ ଗୁରୁତର ରୋଗର ଶିକାର ହୋଇପାରନ୍ତି ।

2/8

ଗଜା ଆଳୁର କ୍ରମାଗତ ଭାବେ ବ୍ୟବହାର କରିବା ଅନେକ କ୍ଷତି ଘଟାଇପାରେ । ଯେତେବେଳେ ଗଜା ଆଳୁରେ ଥିବା କାର୍ବୋହାଇଡ୍ରେଟ୍ ଷ୍ଟାର୍ ସୁଗରରେ ପରିଣତ ହୁଏ ଏବଂ ଏହା ପରେ ଯେତେବେଳେ ଆପଣ ତାହାକୁ ଖାଆନ୍ତି ସେତେବେଳେ ଆପଣଙ୍କ ରକ୍ତରେ ଶର୍କରା ସ୍ତର ବଢିବା ଆରମ୍ଭ ହୋଇଥାଏ । ରକ୍ତରେ ଶର୍କରା ରୋଗୀଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହା ବ୍ୟତୀତ ଗଜା ଆଳୁ ହଜମ ପ୍ରକ୍ରିୟାରେ ମଧ୍ୟ ବହୁତ କ୍ଷତି କରିଥାଏ । କେବଳ ଏତିକି ନୁହେଁ, ଗଜାଆଳୁ ଶରୀରରେ ସ୍ଲୋ ପଏଜନ ଭଳି କାମ କରିଥାଏ ।

3/8

ଆଳୁକୁ ଘରେ ଓଦା ସ୍ଥାନରେ ରଖନ୍ତୁ ନାହିଁ, ଯଦି ସମ୍ଭବ ତେବେ ଏହାକୁ ଖରାରେ ଶୁଖାଇବା ପରେ ରଖନ୍ତୁ ।

4/8

ମନେରଖନ୍ତୁ ଯେ, ଆଳୁକୁ କେବଳ ପେପର୍ ବ୍ୟାଗ କିମ୍ବା କପା ବ୍ୟାଗରେ ରଖନ୍ତୁ ।

5/8

ସର୍ବଦା ଆଳୁକୁ ଥଣ୍ଡା, ଭେଣ୍ଟିଲେଟ୍ ଏବଂ ଅନ୍ଧାର ସ୍ଥାନରେ ରଖନ୍ତୁ ।

6/8

ଆଳୁ ଏବଂ ପିଆଜକୁ ଆଦୌ ଏକାଠି ରଖନ୍ତୁ ନାହିଁ

7/8

ଆଳୁକୁ ସୂର୍ଯ୍ୟ କିରଣଠାରୁ ଦୂରରେ ରଖନ୍ତୁ, ଯାହା ଦ୍ୱାରା ତୁରନ୍ତ ଗଜା ହେବ ନାହିଁ ।

8/8

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link