Water Chestnut Benefits: ପାଣି ସିଙ୍ଗଡାରେ ରହିଛି ଅମୂଲ୍ୟ ଗୁଣ, ଜାଣନ୍ତୁ ଖାଇଲେ କ`ଣ ଲାଭ ?

Water Chestnut Benefits: ପାଣି ସିଙ୍ଗଡା ଖାଇବା ଦ୍ୱାରା ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ । ଅନେକ ପ୍ରକାରର ରୋଗ ପାଇଁ ଏହି ଫଳ ଅତ୍ୟନ୍ତ ଉପକାରୀ । ଆସନ୍ତୁ ଜାଣିବା ପାଣି ସିଙ୍ଗଡାର ଉପକାରିତା ବିଷୟରେ…

1/8

ଆଜମା ରୋଗୀଙ୍କ ପାଇଁ ପାଣି ସିଙ୍ଗଡା ଖାଇବା ଉପକାରୀ ବୋଲି ବିବେଚନା କରାଯାଏ । ଯେଉଁମାନଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ଥାଏ ସେମାନେ ମଧ୍ୟ ପାଣି ସିଙ୍ଗଡା ଖାଇବା ଆବଶ୍ୟକ । ଡାକ୍ତରଙ୍କ କହିବାନୁଯାୟୀ, ନିୟମିତ ଭାବେ ପାଣି ସିଙ୍ଗଡା ଖାଇବା ଦ୍ୱାରା ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

2/8

ପାଣି ସିଙ୍ଗଡା ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ତଥା- ଗ୍ୟାସ୍, ଅମ୍ଳତା, କୋଷ୍ଠକାଠିନ୍ୟ ମଧ୍ୟ ଦୂର ହୋଇପାରେ । ଏହା ଅନ୍ତନଳୀ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହା ବ୍ୟତୀତ ଭୋକ ଜନିତ ସମସ୍ୟା ଥିଲେ ତାହା ମଧ୍ୟ ଭଲ ହୋଇପାରିବ । ପାଣି ସିଙ୍ଗଡା ଖାଇବା ଦ୍ୱାରା ହଜମ ପକ୍ରିୟା ସହଜ ହୋଇଯାଏ । 

3/8

ପାଣି ସିଙ୍ଗଡା ଗଳା ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ପାଣି ସିଙ୍ଗଡାରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ଗଳା ଏବଂ ଟନସିଲ ଇତ୍ୟାଦିରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ପାଣି ସିଙ୍ଗଡାର ବ୍ୟବହାର ଅନିଦ୍ରା ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।  ଏହାକୁ ଖାଇବା ଦ୍ୱାରା ଶରୀରରେ ତତକ୍ଷଣାତ୍ ଶକ୍ତି ବୃଦ୍ଧି ହୋଇଥାଏ 

4/8

ପାଣି ସିଙ୍ଗଡାରେ ଭରପୂର ମାତ୍ରାରେ କ୍ୟାଲସିୟମ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର କ୍ୟାଲସିୟମ ଆବଶ୍ୟକତା ପୂରଣ ହୋଇଥାଏ । ଏହା ହାଡ ଏବଂ ଦାନ୍ତକୁ ଦୃଢ କରିଥାଏ । ଏହା ବ୍ୟତୀତ ଶାରୀରିକ ଦୁର୍ବଳତାକୁ ମଧ୍ୟ ଦୂର କରିଥାଏ । ପାଣି ସିଙ୍ଗଡାରେ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ରହିଥାଏ ।

5/8

ଡାଏଟିସିଆନଙ୍କ କହିବାନୁଯାୟୀ, କେଶ ସମସ୍ୟା ପାଇଁ ପାଣି ସିଙ୍ଗଡା ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଏ। ଏଥିରେ ଥିବା ଲୌରିକ୍ ଏସିଡ୍ କେଶକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ପାଣି ସିଙ୍ଗଡା ଖାଇବା ଦ୍ୱାରା ଚର୍ମ ମଧ୍ୟ ସୁସ୍ଥ ରହିଥାଏ ।

6/8

ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ଶୀତ ଦିନେ ନିଜ ଡାଏଟ୍ ରେ ପାଣି ସିଙ୍ଗଡା ଅନ୍ତର୍ଭୂକ୍ତ କରିବା ଜରୁରୀ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ, ଯାହା ଶରୀରରେ ମୁକ୍ତ ରେଡିକାଲକୁ ହ୍ରାସ କରିଥାଏ । ଏଥିରେ ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

7/8

ଶୀତଦିନେ କିଛି ଲୋକ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତି ନାହିଁ, ଯାହା ସେମାନଙ୍କ ଶରୀରରେ ଡିହାଇଡ୍ରେସନ୍ ର କାରଣ ହୋଇପାରେ । ପାଣି ସିଙ୍ଗଡା ଖାଇବା ଦ୍ୱାରା ଶରୀର ହାଇଡ୍ରେସନ ବଜାୟ ରଖେ । ଯଦି ଆପଣ କମ୍ ପରିମାଣରେ ପାଣି ପିଅନ୍ତି ତେବେ ନିଶ୍ଚିତ ଭାବରେ ପାଣି ସିଙ୍ଗଡା ଖାଆନ୍ତୁ । ଏହାକୁ ଖାଇଲେ ଡିହାଇଡ୍ରେସନର କୌଣସି ଅସୁବିଧା ହେବ ନାହିଁ ।

8/8

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link