​Navratri 2023 Surya Gochar: ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ, ନବରାତ୍ରୀ ସମୟରେ (​Navratri 2023) ଗ୍ରହ ଗୁଡି଼କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି କ୍ରମରେ,  ନବରାତ୍ରୀର ଚତୁର୍ଥ ଦିନ ଅର୍ଥାତ୍ (ଅକ୍ଟୋବର ୧୮)ରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ (Surya Gochar) ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଚଳିତ ମାସ ଅକ୍ଟୋବର ୧୮ ତାରିଖରେ ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଦେବଙ୍କ ଏହି ରାଶି ପରିବର୍ତ୍ତନ  ୪ ରାଶିଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

Also Read: Odisha News: ଜୀ ସାର୍ଥକରେ ଆରମ୍ଭ ହେଲା 'ପାର୍ବଣରେ ସୁନାର ବର୍ଷା' ପ୍ରତିଯୋଗିତା, ଜାଣନ୍ତୁ ଭାଗ ନେବେ କେମିତି?


ମାଲେମାଲ୍ ହେବେ ଏହି ସବୁ ରାଶି:


ତୁଳା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ  ଅକ୍ଟୋବର ୧୮ ତାରଖରେ ଏହି ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଏହି ଅବଧି ମଧ୍ୟରେ ଚାକିରି ସହିତ ବ୍ୟବସାୟରେ ଅଗ୍ରଗତି ହେବ। ଖାସ୍ କରି ଏହି ସମୟ ଭିତରେ ଆପଣଙ୍କୁ ନୂଆ ଚାକିରି ଅଫର ମିଳିବା ସହ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିରୁ ଆପଣ ଲାଭ ପାଇବେ। ପରିବାରରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ।  ସ୍ବାସ୍ଥ୍ୟ ଭଲ ରହିବ।


ମିଥୁନ: ସେହିପରି ମିଥୁନ ରାଶିର ଲୋକଙ୍କୁ ମଧ୍ୟ ସୂର୍ଯ୍ୟ ଭଗବାନ୍ ଶୁଭଫଳ ପ୍ରଦାନ କରିବେ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଏହି ସମୟରେ ମନ ପସନ୍ଦର ଚାକିରି ଅଫର ମିଳିପାରେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଅଟକି ରହିଥିବା ଟଙ୍କା ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ  ଆସିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। 


ମୀନ: ଏହି ଅବଧି ମଧ୍ୟରେ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କ ପାଇଁ ପ୍ରଗତିର ସମ୍ଭାବନା ଅଛି । ଫସି ରହିଥିବା ଟଙ୍କା ଫେରିପାଇବେ। କର୍ମକ୍ଷେତ୍ରରେ ପରିବେଶ ଅତ୍ୟନ୍ତ ମନୋରମ ହେବ । ଖାସ୍ କରି ଧନ ସମ୍ପତ୍ତିରେ ଘର ପରିପୂର୍ଣ୍ଣ ହେବ। ଏବଂ ଯଦି ଆପଣ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରନ୍ତି । ତେବେ, ଆପଣ ଅଧିକ ଲାଭ ପାଇବେ। ଚାକିରି ପାଇଁ ବଡ ଅଫର ଆସିପାରେ। ଏହା ବ୍ୟତୀତ, ଆପଣ ଏହି ସମୟ ମଧ୍ୟରେ ଜମି, ଘର ଏବଂ ନୂଆ ଗାଡି କିଣି ପାରିବେ । ବୈବାହିକ ଜୀବନ ସୁଖମୟ ହେବ। 


ଧନୁ: ସେହିପରି,  ଧନୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ସୁନାପରି ନବରାତ୍ରରୁ ଚମକିବ।  ଯେଉଁମାନେ କମ୍ପିଟେଟିଭ୍ ପରୀକ୍ଷା ଦେଉଛନ୍ତି । ସେମାନେ ଶୁଭଫଳ ପାଇବେ। ରାଜନୀତିର ଜଡିତ ଥିବା ଲୋକେ ଏହି ସମୟରେ ଦଳ ପରିବର୍ତ୍ତନ କଲେ ମଧ୍ୟ ସେମାନଙ୍କ କ୍ୟାରିୟର ପାଇଁ ଖୁବ୍ ଭଲ ରହିବ। ଅବିବାହିତ ଯୁବକ ଯୁବତୀଙ୍କ ପାଇଁ  ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)