Solar eclipse 2023: ହିନ୍ଦୁ ଧର୍ମରେ(Hindu Religion) ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣର ବିଶେଷ ଗୁରୁତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର(Horoscope) ଅନୁସାରେ ଏହାର ପ୍ରଭାବ ଆମ ମନୁଷ୍ୟ ସମାଜରେ ମଧ୍ୟ ରହିଥାଏ ।ପ୍ରତିବର୍ଷ ପ୍ରାୟ ୨ ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ପଡ଼ିଥାଏ। ତେବେ ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ତାରିଖରେ ହୋଇଥିବା ବେଳେ ଦ୍ୱିତୀୟ ସୂର୍ଯ୍ୟ ପରାଗ ୧୪ ଅକ୍ଟୋବରରେ(October) ପଡ଼ିବାକୁ ଯାଉଛି।ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଏପରି ଅନେକ କାର୍ଯ୍ୟ ଅଛି ଯାହା କରିବାକୁ ବାରଣ କରାଯାଇଥାଏ। କାରଣ ଏହାର ଖରାପ ପ୍ରଭାବ ଆମ ଜୀବରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ। ଦିଲ୍ଲୀ ସ୍ଥିତ ଜଣେ ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ଆଲୋକ ପାଟିଜା ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ ବିଷୟରେ ବିସ୍ତୃତ ଭାବରେ ନିଜର ମତାମତ ଦେଇଛନ୍ତି। ଏହା କେତେ ଦିନ ପର୍ଯ୍ୟନ୍ତ ରହିବ, କେଉଁଠାରେ ଏହା ଦୃଶ୍ୟମାନ ହେବ ଏବଂ ଏହି ସମୟ ମଧ୍ୟରେ କ’ଣ କରିବା ଉଚିତ୍ ନୁହେଁ ସେ ସମ୍ପର୍କରେ ମଧ୍ୟ ସେ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

୨୦୨୩ ଦ୍ୱିତୀୟ ସୂର୍ଯ୍ୟ ପରାଗ-


ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ୧୪ ଅକ୍ଟୋବର ଶନିବାର ରାତି ୮:୩୪ ରେ ଆରମ୍ଭ ହୋଇ ମଧ୍ୟରାତ୍ରିରେ ୨:୨୫ରେ ଶେଷ ହେବ।  ଆଶ୍ୱିନ ମାସ ଅମାବାସ୍ୟା, କୁମାରୀ ରାଶି ଏବଂ ଚିତ୍ର ନକ୍ଷତ୍ରରେ ଏହି ସୂର୍ଯ୍ୟ ପରାଗ ହେବା ନେଇ ସେ କରିଛନ୍ତି ।


ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ କେଉଁଠାରେ ଦେଖାଯିବ?


୨୦୨୩ ତଥା ଚଳିତ ବର୍ଷ ହେବାକୁ ଥିବା ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟପରାଗ କାନାଡା, ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ, ଗୁଆଟେମାଲା, ମେକ୍ସିକୋ, ଆର୍ଜେଣ୍ଟିନା, କଲମ୍ବିଆ, କ୍ୟୁବା, ବାରବାଡୋସ, ପେରୁ, ଉରୁଗୁଏ, ଆଣ୍ଟିଗୁଆ, ଭେନେଜୁଏଲା, ଆମେରିକା, ବ୍ରାଜିଲ, ପାରାଗୁଏ, ଜାମାଇକା, ହାଇତି, ଇକ୍ୟୁଏଡର୍, ଚିଲି, ନିକାରାଗୁଆ , ଡୋମିନିକା, ବାହାମା ଇତ୍ୟାଦି ସ୍ଥାନଗୁଡିକରେ ଦୃଶ୍ୟମାନ ହେବ।


ସୂର୍ଯ୍ୟ ଗ୍ରହଣ ସମୟରେ ଏହି କାମ କରିବା ନିଷେଧ-


1-ସୂର୍ଯ୍ୟ ଗ୍ରହଣ ସମୟରେ ଖାଦ୍ୟ ଖାଇବା ନିଷେଧ। ଏହି ସମୟରେ କୌଣସି ପ୍ରକାରର ରନ୍ଧା ଖାଦ୍ୟ ଗ୍ରହଣ କରିବା ଉଚିତ୍ ନୁହେଁ। ଏହି କାରଣରୁ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।


2- କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ସୂର୍ଯ୍ୟ ଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ଅଧିକ ଶକ୍ତିଶାଳୀ ହୋଇଥାନ୍ତି।  ଯେଉଁ କାରଣରୁ କୌଣସି ଶୁଭ କାର୍ଯ୍ୟ କରିବା ନିଷେଧ ବୋଲି ଧରାଯାଏ।


3- ଗର୍ଭବତୀ ମହିଳାମାନେ ବିଶେଷ ଯତ୍ନ ନିଅନ୍ତୁ-


ଚନ୍ଦ୍ରଗ୍ରହଣ ସମୟରେ କୌଣସି ଗର୍ଭବତୀ ମହିଳା ଘରୁ ବାହାରକୁ ଯିବା ଉଚିତ୍ ନୁହେଁ। ଏହା ବ୍ୟତୀତ, ଚନ୍ଦ୍ରଗ୍ରହଣ ସମୟରେ ସେମାନେ ଛୁରୀ, କଇଁଚି କିମ୍ବା କୌଣସି ପ୍ରକାରର ତୀକ୍ଷ୍ଣ ବସ୍ତୁ ବ୍ୟବହାର କରିବା ମଧ୍ୟ ଉଚିତ୍ ନୁହେଁ। ଏହା ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଥାଏ।


4- ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଠାରୁ ଦୂରେଇ ରୁହନ୍ତୁ


ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ଶୋଇବା ଉଚିତ୍ ନୁହେଁ | ଏହା କରିବା ଦ୍ୱାରା ନକାରାତ୍ମକ ଶକ୍ତିର ଯୋଗାଯୋଗ ବୃଦ୍ଧି ପାଇଥାଏ |


5- ଚନ୍ଦ୍ରଗ୍ରହଣରେ ଏହି କାର୍ଯ୍ୟ କରନ୍ତୁ ନାହିଁ-


ଚନ୍ଦ୍ରଗ୍ରହଣ ପୂର୍ବରୁ ସୂତାକ ସମୟରେ ଦେବତାଙ୍କ ପ୍ରତିମା ଛୁଇଁବା ଉଚିତ୍ ନୁହେଁ। ଚନ୍ଦ୍ରଗ୍ରହଣ ସମୟରେ ନଖ ଏବଂ କେଶ କାଟିବା ମଧ୍ୟ ଏଡାଇବା ଉଚିତ୍।


Also Read: Odisha Civil Services 2021 result: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ ରେଜଲ୍ଟ, ଏଠାରେ ଦେଖନ୍ତୁ ଟପ୍ପର ଲିଷ୍ଟ


ITR Filing Last Date: ITR ଫାଇଲିଂର ଆଜି ହେଉଛି ଶେଷ ଦିନ, ନକରିଥିଲେ ହେବ ଏତିକି ଟଙ୍କାର କ୍ଷତି !