Shani Asta in Kumbha 2023: ଶନି ଦେବ (Shani Dev) ଙ୍କୁ ନ୍ୟାୟର ଦେବତା ଓ କର୍ମ ପ୍ରଦାନକାରୀ ବୋଲି କୁହାଯାଏ । ସେ ନିଜର ଦଶା, ମହାଦଶା, ସାଢ଼େସାତୀ କିମ୍ବା ଧୈୟା ମାଧ୍ୟମରେ ସେ ମନୁଷ୍ୟମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି । ଶନି (Saturn) ୩୦ ବର୍ଷ ପରେ ଜାନୁଆରୀ ୧୭,୨୦୨୩ରେ ନିଜର ରାଶି କୁମ୍ଭକୁ ଗୋଚର କରିଥିଲେ । ସେ ବର୍ତ୍ତମାନ ଜାନୁଆରୀ ୩୧ରେ କୁମ୍ଭ (Kumbha Rashi) ରେ ଅସ୍ତ ହୋଇଯାଇଛନ୍ତି । ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେ ଏହି ଅବସ୍ଥାରେ ରହିବେ । ଜ୍ୟୋତିଷ ଶାସ୍ତ୍ରରେ, ଯେତେବେଳେ ବି ଏକ ଗ୍ରହ ଅସ୍ତ ହୁଅନ୍ତ ତ ଏହାକୁ ଅଶୁଭ ବୋଲି ମନେ କରାଯାଏ । ଏଭଳି ପରିସ୍ଥିତିରେ ଶନିଙ୍କ ଅସ୍ତ (Shani Asta) କେତେକ ରାଶି ପାଇଁ ଅତ୍ୟନ୍ତ ବିପଦ ସୃଷ୍ଟି କରିବାକୁ ଯାଉଛି ।


COMMERCIAL BREAK
SCROLL TO CONTINUE READING

୧. ମେଷ ରାଶି


ଶନି ଦେବ ମେଘ ରାଶିର ଏକାଦଶ ଘରେ ଅସ୍ତ ହୋଇଛନ୍ତି । ଏହା ଏହି ରାଶିର ଜାତକଙ୍କ କ୍ୟାରିୟର ଓ ଶିକ୍ଷା ଉପରେ ପ୍ରଭାବ ପକାଇବ । ଏହି ରାଶିର ଲୋକଙ୍କୁ ଏହି କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଯଦି ଆପଣ ଯେକୌଣସି ସ୍ଥାନରେ ଟଙ୍କା ନିବେଶ କରିବାକୁ ଯାଉଛନ୍ତି, ସାବଧାନ ରୁହନ୍ତୁ ଏବଂ ଶନିଙ୍କ ଉଦୟ ହେବାର ଅପେକ୍ଷା କରନ୍ତୁ ।


୨. ବୃଷ ରାଶି


ଶନିଙ୍କ ଅସ୍ତ ଯୋଗୁଁ ବୃଷ ରାଶିର ଲୋକଙ୍କ ପାଇଁ ଆର୍ଥିକ ସମସ୍ୟା ଉପୁଜିବ । ବାପାମାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ କଠିନ ପରିଶ୍ରମ ସହିତ ଯାହା ବି କରନ୍ତି, ଆପଣ ପୂର୍ଣ୍ଣ ଫଳାଫଳ ପାଇବେ ନାହିଁ ।


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ଏତେ ପ୍ରତିଶତ ବଢ଼ିବାକୁ ଯାଉଛି ମହଙ୍ଗା ଭତ୍ତା


ଅଧିକ ପଢ଼ନ୍ତୁ:-ଦିନିକିଆ ବିଶ୍ୱକପ ୨୦୨୩ ଖେଳିବନି ପାକିସ୍ତାନ! ଜାଣନ୍ତୁ କ'ଣ ରହିଛି କାରଣ


ଅଧିକ ପଢ଼ନ୍ତୁ:-ସନ୍ତାନ ଜନ୍ମ କରିବା ପାଇଁ ସଠିକ୍ ବୟସ କ'ଣ? ଅଧିକାଂଶ ଲୋକ କନଫୁଜ୍, ଜାଣନ୍ତୁ କ'ଣ କହୁଛି ବିଜ୍ଞାନ


 


୩. ମିଥୁନ ରାଶି


ଶନି ଦେବ ମିଥୁନ ରାଶିର ପ୍ରଭୁ ବୋଲି ମନେ କରାଯାଏ । ସେ ଏହି ରାଶିର ଜାତକଙ୍କ ରାଶିରେ ନବମ ଘରେ ଅସ୍ତ ହୋଇଛନ୍ତି । ଭାଗ୍ୟ ଏହି ସମୟରେ ଆପଣଙ୍କ ସହିତ ରହିବ ନାହିଁ । ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିପାରେ । ଖରାପ ଖବର ମିଳିବାର ସମ୍ଭାବନା ରହିଛି । କୌଣସି ପ୍ରକାର ରୋଗକୁ ଅଣଦେଖା କରନ୍ତୁ ନାହିଁ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ବିଶ୍ୱାସ ଓ ଜ୍ଞାନ ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)