Shani Gochar 2024: ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ଚଳନ (grah gochar 2023) କରିଥାଆନ୍ତି ।  ଦିନ କେଇଟା ପରେ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୪ ମସିହା ଆରମ୍ଭରୁ କିଛି ଗ୍ରହ, ଯେପରିକି, ଶନି, ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେହିପରି, ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଏହି କ୍ରମରେ ଶନିଦେବ ମଧ୍ୟ ୨୦୨୪, ଜୁନ୍ ୩୦ ତାରିଖରେ ସେହି ରାଶିକୁ ମାର୍ଗି ହେବେ ବା ଓଲଟା ଚଳନ କରିବେ। ଶନିଙ୍କ ଏହି ଓଲଟା ଚଳନର ପ୍ରଭାବ ବିଶେଷ କରି ତିନୋଟି ରାଶି ଉପରେ ପଡିବ। ବିଶେଷ କରି ,ଏହି ତିନି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ।


COMMERCIAL BREAK
SCROLL TO CONTINUE READING

Also Read: Guru Margi 2023: ନୂଆବର୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି ରାଶିଙ୍କ ପାଇଁ ଶୁଭ ଦିନ, ଧନର ବର୍ଷା କରିବେ ବୃହସ୍ପତି


ମାଲେମାଲ୍ ହେବେ ଏହି ତିନି ରାଶି:


ମେଷ: ଶନିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକି ଉଠିବ । ୨୦୨୪ ମସିହାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। କ୍ୟାରିୟରରେ ଅଗ୍ରଗତି ହେବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବ। ଅନ୍ୟପକ୍ଷରେ ଯେଉଁମାନେ ଚାକିରି କରିଛନ୍ତି, ସେମାନଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ।  ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। ଆର୍ଥିକ ସମସ୍ୟା ଦୂର ହେବ। 



ସିଂହ:  ଶନିଦେବ ଏହି ରାଶିର ଲୋକଙ୍କୁ ସମସ୍ତ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ। କ୍ୟାରିଅରରେ ଅତୁଳନୀୟ ସଫଳତା ପାଇବେ। ଆୟ ବୃଦ୍ଧି ପାଇବ। ବିଦେଶରୁ ଚାକିରିର ଅଫର ମିଳିପାରେ। ବିଶେଷ କରି, ବ୍ୟବସାୟରେ ଭଲ ଲାଭ ହେବା ସହ ଅଗ୍ରଗତି ହେବ । ପରିଶ୍ରମର ଫଳ ଆପଣଙ୍କୁ ମିଳିବ । ଯେଉଁମାନେ ଏକ ନୂତନ ଘର କିମ୍ବା ଗାଡି଼ କିଣିବାକୁ ଯୋଜନା କରିଛନ୍ତି ।  ସେମାନଙ୍କର ଇଚ୍ଛା ପୂରଣ ହୋଇପାରିବ । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।


ମକର:  ୨୦୨୪ରୁ ଏହି ରାଶିର ଲୋକମାନଙ୍କ ଭାଗ୍ୟଦୋୟ ହେବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ହେବ। ଏହି ଲୋକମାନଙ୍କର ପୁରୁଣା ସମସ୍ୟା ଶେଷ ହେବ । ପ୍ରଗତିର ରାସ୍ତା ଖୋଲିବ । ଆପଣଙ୍କର ଜୀବନରେ ଧନ, ସମୃଦ୍ଧତା ଏବଂ ସୁଖ ଆସିବ । ଆପଣଙ୍କର ପ୍ରେମ ଜୀବନ ଭଲ ହେବ । ଅଟକି ଥିବା ଟଙ୍କା ମିଳିବ । ଚାକିରିରେ ଅଗ୍ରଗତି ହେବ । ଏବଂ ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଶୁଭ ଫଳ ମିଳିବ। ଆଶାୟୀଙ୍କୁ ସରକାରୀ ଚିକିରି ମିଳିବାର ସମ୍ଭାବନା ରହିଛି। ଅବିବାହିତଙ୍କ ପାଇଁ ବିବାହ ଠିକ୍ ହୋଇପାରେ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)