Shani Dev: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ (Shani Dev)ଏକ ନିଷ୍ଠୁର ଗ୍ରହ ବୋଲି  କୁହାଯାଏ। ଶନି ଲୋକଙ୍କୁ ସେମାନଙ୍କର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି । ଯେଉଁମାନେ ସର୍ବଦା ନ୍ୟାୟରେ ରୁହନ୍ତି । ସେମାନଙ୍କ ଉପରେ ଶନିଦେବଙ୍କ ଆର୍ଶିବାଦ ସଦା ସର୍ବଦା ରହିଥାଏ। ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନିଦେବ ଯେତେବଳେ ରାଶି ପରିବର୍ତ୍ତନ କରନ୍ତି । ସେହି ସମୟରେ ୧୨ଟି ରାଶି ଉପରେ ଏହାର ପ୍ରଭାବ ପଡିଥାଏ । କେଉଁ ରାଶିକୁ ଶୁଭଫଳ ମିଳିଥାଏ ତ ଆଉ କେଉଁ ରାଶିକୁ ଏହାର ଅଶୁଭ ଫଳ ମିଳିଥାଏ। ତେବେ,ଶନିଦେବ ବର୍ତ୍ତମାନ ମୀନ (zodiac sign) ରାଶିରେ ଅଛନ୍ତି । ଶନିଦେବ ପୁଣି ତାଙ୍କ ପୂର୍ବ ଅବସ୍ଥାନ କରିଥିବା ରାଶି ମେଷକୁ ଚଳନ କରିବେ। ଆସନ୍ତା ମାସ ୨ (ନଭେମ୍ବର ୨) ସକାଳ ୮ଟା ୫୦ ମିନିଟରେ ଶନି ମେଷ ରାଶିକୁ ଚଳନ କରିବେ (Astro Tips) । ଶନିଦେବ ସେହି ରାଶିରେ ୨୦୨୪ ସମିହା ଡିସେମ୍ବର ମାସ ପର୍ଯ୍ୟନ୍ତ ରହିବ। ଶନିଦେବଙ୍କ ଏହି ଓଲଟା ଚଳନ କିଛି ରାଶିକୁ ଧନବାନ୍ କରିବ। 


COMMERCIAL BREAK
SCROLL TO CONTINUE READING

Also Read: HBD Sabyasachi Mishra: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଲେ ସବ୍ୟସାଚୀ


ଏହି ସବୁ ରାଶିକୁ ମାଲେମାଲ୍ କରିବେ ଶନିଦେବ:


ମିଥୁନ ରାଶି: ଏହି ରାଶିର ଲୋକଙ୍କ ଭାଗ୍ୟ ଆସନ୍ତା ମାସ ୨ ତାରିଖ ଠାରୁ ଚମକିବା ଆରମ୍ଭ କରିବ । ଖାସ୍ କରି, ଶନିଦେବଙ୍କ କୃପା ଏହି ରାଶି ଉପରେ ରହିବ। ଏହି ସମୟ ମଧ୍ୟରେ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ମିଳିବ । ସନ୍ତାନ ସନ୍ତତିଙ୍କ ଠାରୁ ଖୁସି ଖବର ମିଳିବ। ବିଦେଶ ଯାତ୍ରାରେ ଯୋଗ ମଧ୍ୟ ରହିଛି । ଖାସ୍ କରି ରାଜନୀତି ସହ ଯୋଡି଼ ହୋଇଥିବା ବ୍ୟକ୍ତି ବିଶେଷ ମାନେ ଏହି ସମୟରେ ଦଳ ପରିବର୍ତ୍ତନ କଲେ ଶୁଭଫଳ ପାଇବେ। ଏହା ସହ ବ୍ୟବସାୟୀମାନେ ବି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଭଲ ସମୟ ରହିଛି। ବ୍ୟବସାୟରେ ବିନିଯୋଗରୁ ଲାଭ ମିଳିବ ।


ସିଂହ ରାଶି: ଶନିଦେବଙ୍କ ଆର୍ଶିବାଦରୁ ଆସନ୍ତାମାସ ଆପଣଙ୍କ ପାଇଁ ମଙ୍ଗଳମୟ ହେବ।  ଆକସ୍ମିକ ଧନଲାଭର ଯୋଗ ରହିଛି।  ଏ-ହି ସମୟରେ ଆପଣ ନୂତନ ଘର କିମ୍ବା ଗାଡି଼ କ୍ରୟ କରିବାର ସମ୍ଭାବନା ରହିଛି। ଏହି ଅବଧିରେ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବ୍ୟବସାୟ କାରବାର ପାଇଁ ଏହି ସମୟ ଶୁଭ ବୋଲି ପ୍ରମାଣିତ ହେବ । ଖାସ୍ କରି ଯେଉଁ ଆଶାୟୀମାନେ ଦିର୍ଘ ଦିନ ହେବ ଚାକିରି ପାଇଁ ଆଶାରେ ରହିଛନ୍ତି । ସେମାନଙ୍କୁ ଏହି ସମୟରେ ଭଲ ଚାକିରି ଅଫର ବି ମିଳିପାରେ।  ଏବଂ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ସମୟରେ ଶୁଭଫଳ ପାଇବେ।  ଅବିବାହିତଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ। 


କନ୍ୟା ରାଶି:  ଆସନ୍ତାମାସ ଆରମ୍ଭରୁ ଏହି ରାଶିଙ୍କ ଉପରେ ହାତୀ ସୁନା କଳସ ଢାଳିବ। ଏ-ହି ସମୟ ମଧ୍ୟରେ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ଶନିଙ୍କ କୃପାରୁ ଏହି ରାଶିର ଲୋକଙ୍କ ସମସ୍ତ ମନସ୍କାମନା ପୂରଣ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଆକସ୍ମିକ ଧନଲାଭର ଯୋଗ ବି ରହିଛି।  ଏହା ବ୍ୟତୀତ, ଆପଣ ଏହି ସମୟ ମଧ୍ୟରେ ଏକ ନୂତନ ଯାନ କିମ୍ବା ଜମି କିମ୍ବା କୋଠା କିଣି ପାରିବାର ସମ୍ଭାବନା ରହିଛି। ସେହିପରି, ପୁରୁଣା ବିନିଯୋଗରୁ ଲାଭ ପାଇବେ। 


ଧନୁ ରାଶି:  ଶନିଙ୍କ ଆର୍ଶିବାଦରୁ ଏହି ରାଶିର ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ଆପଣଙ୍କୁ ଚାକିରିରେ ପଦୋନ୍ନତି ମିଳିବା ସହ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀମାନେ ପ୍ରଶଂସା କରିବେ। ସେହିପରି, ଏହି ସମୟ ମଧ୍ୟରେ ଆପଣଙ୍କୁ ନୂଆ ଚାକିରି ଅଫର ବି ମିଳିପାରେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ଆପଣ କିଛି ବଡ ଆଇନଗତ ବିବାଦରୁ ମୁକ୍ତି ପାଇପାରିବେ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)