Shani Uday 2023: ଶନି ଦେବଙ୍କୁ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। କୁହାଯାଏ ଯେ, ଶନି ଦେବଙ୍କ କୃପା ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇଥାଏ । ସେହିପରି ଶନିଦେବଙ୍କ ପ୍ରକୋପର ଶିକାର ହେଲେ ମନୁଷ୍ୟ ନିଜର ସର୍ବସ୍ୱ ହରାଇଥାଏ। ଜଣେ ବ୍ୟକ୍ତିର କାର୍ଯ୍ୟ ଅନୁସାରେ ତାକୁ ଶନିଦେବ ଫଳ ଦେଇଥାଆନ୍ତି। ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ହୋଲିର ଗୋଟିଏ ଦିନ ପୂର୍ବରୁ ଶନିଦେବ ଉଦୟ ହେବାକୁ ଯାଉଛନ୍ତି ଅର୍ଥାତ୍, ମାର୍ଚ୍ଚ ୬ ତାରିଖ ଦିନ ରାତି ୧୧ ଘଟିକା ୩୬ ମିନିଟ୍ ରେ ଶନିଦେବ କୁମ୍ଭ ରାଶିରେ ଉଦୟ ହେବେ। ଏହି ସମୟରେ ୫ଟି ରାଶି ଉପରେ ଘାତକ ସାଜିପାରନ୍ତି ଶନିଦେବ। ଏହି ସମୟରେ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ସାବଧାନତା ଅବଲମ୍ବନ କରି ଚଳିବାକୁ ହେବ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି(Aries)


କୁହାଯାଉଛି ଯେ, ଶନିଦେବ ଉଦୟ ହେବା ପରେ ମେଷରାଶି ପାଇଁ ସମୟ ଭଲ ରହିବ ନାହିଁ। ଏହି ସମୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଋଣଭାର ବଢିବା ସହ ସହକର୍ମୀଙ୍କ ସାଙ୍ଗେ ମତଭେଦ ହୋଇପାରେ। କୌଣସି ସମ୍ପତ୍ତିରେ ବିନିଯୋଗ କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ଏହି ସମୟରେ ବିନିଯୋଗ କଲେ ଭାରି ମାତ୍ରାରେ କ୍ଷତି ସହିବାକୁ ପଡି଼ପାରେ।


କନ୍ୟା ରାଶି(Virgo)


ଶନିଦେବ ଉଦୟ ହେବା ପରେ କନ୍ୟା ରାଶିର ଖରାପ ସମୟ ଆରମ୍ଭ ହୋଇଯିବ। ଏହି ସମୟରେ ନିଜର ଆତ୍ମବିଶ୍ୱାସ ହରାଇବେ। ଦାମ୍ପତ୍ୟ ଜୀବନରେ ବାଧା ଉପୁଜିପାରେ। ଅର୍ଥ କାରବାର ସମୟରେ ସତର୍କ ରହିବାକୁ ପଡ଼ିବ। ନିଜ କଥାବାର୍ତ୍ତାରେ ସଂଯମତା ନ ରଖିଲେ ଅସୁବିଧାର ସମ୍ମୁଖିନ ହେବାକୁ ପଡି଼ପାରେ। ଏହି ସମୟରେ ଅଜଣା ବ୍ୟକ୍ତିଙ୍କ ସହ ମିଳାମିଶା କରନ୍ତୁ ନାହିଁ।


ବିଛା ରାଶି(scorpio)


ବିଛା ରାଶି ପାଇଁ ଏହି ସମୟ ଜମାରୁ ଭଲ ନୁହେଁ। ବେପାରରେ ଆପଣଙ୍କୁ ବହୁତ କ୍ଷତି ସହିବାକୁ ପଡି଼ବ। ଦାମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇପାରେ। ପାରିବାରିକ ଅଶାନ୍ତି ବଢିବା ସହ ମାନସିକ ଚାପରେ ରହିପାରନ୍ତି। ଏହି ସମୟରେ ବେପାରକୁ ନେଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ।


ମକର ରାଶି(Capricorn)


ଶନିଦେବ ଉଦୟ ହେବା ପରେ ମକର ରାଶି ପାଇଁ ସମୟ ଭଲ ରହିବ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।  ଚାକିରି କିମ୍ବା ବେପାରରେ ଅନେକ କ୍ଷତି ସହିବେ। କୌଣସି ବଡ଼ ଅଫର ହାତରୁ ଖସି ଯାଇପାରେ। ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଉପୁଜିପାରେ। ଏହି ସମୟରେ ଆପଣଙ୍କୁ ଜଗି ରଖିକି ଚଳିବାକୁ ପଡ଼ିବ।


ମୀନ ରାଶି(Pisces)


ଶନି ଉଦୟ ହେବା ଫଳରେ ଜଲଦି ଜଲଦିରେ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ବିପଦରେ ପକାଇପାରେ । ଅଜଥା ଅର୍ଥ ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ । ଚାକିରୀ ବା ବେପାରରେ ମିଳୁଥିବା ଲାଭ କମିପାରେ । ଦୁର୍ଘଟଣା ହେବାର ଆଶଙ୍କା ରହିଥିବାରୁ ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ ।


Disclaimer: ଉପରେ ଦିଆଯାଇଥିବା ତଥ୍ୟ ଉପରେ ZEE ODISHA NEWS ବିଶ୍ୱାସ କରେ ନାହିଁ। ଏହା ZEE ODISHA NEWSର ନିଜସ୍ୱ ମତାମତ ନୁହେ। 


Also Read: ବର୍ଷକ ମଧ୍ୟରେ ୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବେ ସରକାର, ଆବଣ୍ଟିତ ହେଲା ଏତିକି କୋଟି ଟଙ୍କା