Shani Effect: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଶନି ନିଜ ଚଳନରେ ପରିବର୍ତ୍ତନ କରିବେ। ଶନି ମାର୍ଚ୍ଚ ମାସରେ ଅର୍ଥାତ ଚଳିତ ମାସ ୭ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବେ। ଏହି ଚଳନ ଜୁନ୍ ୨୯ରେ ଶେଷ ହେବା ପରେ ନିଜର ରାଶି ପରିବର୍ତ୍ତନ କରିବେ ଶନି ଦେବ। ଜ୍ୟୋତିଷଙ୍କ ଅନୁଯାୟୀ, ଜୁନ୍ ୨୯ରେ ଚଳନ ବଦଳାଇବା ପରେ ନଭେମ୍ବର ପର୍ଯ୍ୟନ୍ତ ଶନି ଏହି ସ୍ଥିତିରେ ରହିବେ। ଚଳିତ ବର୍ଷ ଶନି ପ୍ରତି ଦୁଇ ତିନି ମାସରେ ଥରେ ସମସ୍ତ ରାଶି ଉପରେ ନିଜର ପ୍ରଭାବ ବିସ୍ତାର କରିବେ। ତେବେ ଏହି ସମୟରେ କିଛି ରାଶିଙ୍କୁ ଶନିଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଶାସ୍ତ୍ର ଅନୁଯାୟୀ, ୫ଟି ରାଶି ଉପରେ ସର୍ବଦା ଶନି ନିଜ କୃପା ଦୃଷ୍ଟି ରଖିଥାଆନ୍ତି । ତେଣୁ ଏହି ରାଶିଙ୍କ ଜୀବନରେ ସକରାତ୍ମକ ପ୍ରଭାବ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଶନି ଦେବଙ୍କ ଏହି ନକ୍ଷେତ୍ର ଓ ଗତିବିଧିରେ ପରିବର୍ତ୍ତନ କେଉଁ ସବୁ ରାଶିଙ୍କ ଶୁଭ ସାବ୍ୟସ୍ତ ହେବ ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି: ଏହି ରାଶି ପାଇଁ ଶନିଙ୍କ ଚଳନ ପରିବର୍ତ୍ତନ ବେଶ ଫଳଦାୟୀ ରହିବ । କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟା ଶନିଙ୍କ କୃପା ଦ୍ୱାରା ଖୁବଶୀଘ୍ର ଦୂର ହେବ। ଭଲ ନିଯୁକ୍ତି ନେଇ ସୁଯୋଗ ମିଳିବ । ଭାଗ୍ୟ ପକ୍ଷରେ ରହିବ । ଏହି ସମୟରେ, ବିଗିଡ଼ି ଯାଇଥିବା କାର୍ଯ୍ୟ ପୂରଣ ହେବ । ସମସ୍ୟାରୁ ମୁକ୍ତି ମିଳିବ । ବ୍ୟବସାୟରେ ଅଗ୍ରଗତି ହେବ ।


ତୁଳା ରାଶି: ମାର୍ଚ୍ଚ ୭ରେ ହେବାକୁ ଥିବା ଶନିଙ୍କ ଚଳନ ତୁଳା ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ। ଶନିଙ୍କ ଅନୁଗ୍ରହରେ ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ସଫଳତା ମିଳିବ । କ୍ୟାରିୟରରେ ହଠାତ୍ ପରିବର୍ତ୍ତନ ହେବ। ବିଚାରାଧୀନ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ରାଜନୀତି କ୍ଷେତ୍ରରେ କ୍ୟାରିୟର କରିବାକୁ ଚିନ୍ତା କରୁଥିବା ବ୍ୟକ୍ତି ଏଥିରେ ସଫଳ ହେବେ ।


ବୃଷ ରାଶି: ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ବେଶ ଭଲ ରହିବ। କର୍ମକ୍ଷେତ୍ର ବିସ୍ତାରିତ ହେବ । ବ୍ୟବସାୟ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ । ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ମିଳିବ । ବିଦେଶ ଯାତ୍ରା ନେଇ ଯୋଜନା ରହିଛି । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଶନିଙ୍କ ଆର୍ଶୀବାଦ ଫଳରେ ବ୍ୟବସାୟରେ ବଡ଼ ଡିଲ୍ ହେବାର ସମ୍ଭାବନା ରହିଛି ।


​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)