Shani Nakshatra Parivartan 2024: ଶନି ଦେବ ପ୍ରତ୍ୟେକ ମଣିଷକୁ ତା’ କର୍ମ ଅନୁଯାୟୀ ଉପଯୁକ୍ତ ଫଳ ପ୍ରଦାନ କରିଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।


COMMERCIAL BREAK
SCROLL TO CONTINUE READING

ବିଶ୍ବାସ କରାଯାଏ, ଯେତେବେଳେ ଶନି ଦେବ ନିଜ ଚଳନରେ ପରିବର୍ତ୍ତନ କରନ୍ତି,  ସେ ସମୟରେ ପ୍ରଭାବ ପୃଥିବୀରେ ଥିବା ସମସ୍ତ ଜୀବ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏହି ପ୍ରଭାବ ସକରାତ୍ମକ ବା ନକାରାତ୍ମକ ହୋଇପାରେ । ଚଳିତ ବର୍ଷ  ରାଶି ପରିବର୍ତ୍ତନ କରୁଥିବା ଶନି ଦେବ ୧୦ ଫେବୃଆରୀରେ ନକ୍ଷେତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆଜି ଅପରାହ୍ନ ୨ଟାରେ ଶନି ଶତାବିଶା ନକ୍ଷତ୍ରର ତୃତୀୟ ସ୍ଥାନକୁ ଚଳନ କରିବେ । ତେବେ ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଫଳରେ କେତେକ ରାଶିଙ୍କୁ ସତର୍କ ରହିବାକୁ ପଡିବ ।


କର୍କଟ ରାଶି-  କର୍କଟ ରାଶି ପାଇଁ ଏହି ନକ୍ଷେତ୍ର ପରିବର୍ତ୍ତନ ବିଶେଷ ଖାସ୍ ସାବ୍ୟସ୍ତ ହେବ ନାହିଁ । ଏହି ସମୟ ମଧ୍ଯରେ ସମସ୍ତ କାର୍ଯ୍ୟରେ ବାଧ୍ୟା ଉତ୍ପନ୍ନ ହେବ । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ । ପରିବାରରେ ବିବାଦ ଦେଖାଦେବ । ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ ।


ତୁଳା ରାଶି- ଏହି ପରିବର୍ତ୍ତନ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଯନ୍ତ୍ରଣାଦାୟକ ସାବ୍ୟସ୍ତ ହେବ । ଶନିଙ୍କ ନକ୍ଷତ୍ରରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ମାନସିକ ଚାପ ବଢିବ। ଯାତ୍ରା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ । ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଦେବ ।


ବୃଷ ରାଶି- ଏହି ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଶୁଭ ସାବ୍ୟସ୍ତ ହେବନାହିଁ। ଏହି ସମୟ ମଧ୍ୟରେ କ୍ୟାରିୟର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।  ବ୍ୟବସାୟରେ ଛୋଟ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ । କୋର୍ଟ କଚେରୀ ମାମଲାରେ ଘାଣ୍ଟି ହୋଇପାରନ୍ତି । ​


(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)