Glowing Skin Care Tips: ଆଜିକାଲି ସମସ୍ତେ ସୁନ୍ଦର ତ୍ବଚା (Glowing Skin) ଚାହାଁନ୍ତି ।  ସେଥିପାଇଁ କିଏ ପାର୍ଲର (parlor) ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାଏ । ସୁନ୍ଦର ତ୍ବଚା ପାଇବା ପାଇଁ ବହୁ ପ୍ରକାର କସମେଟିକ ପ୍ରଡକ୍ଟ ଅନେକ(Cosmetics Products) ବ୍ୟବହାର କରିଥାନ୍ତି। ଏହି କସମେଟିକ ପ୍ରଡକ୍ଟର ବହୁଳ ବ୍ୟବହାର ଅନେକଙ୍କୁ ସୁଟ୍ କରି ଥାଏ । କାହିଁକିନା ସେଗୁଡ଼ିକରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ । ଫଳରେ ତାହା ତ୍ବଚାରେ(skin) ଚମକ ଆଣିବା ବଦଳରେ ଆପଣଙ୍କ ଚେହେରାକୁ ମଧ୍ୟ ଖରାପ କରିଥାଏ। ତେବେ, ଆଜି ଆମେ ଆପଣଙ୍କୁ ଉଜ୍ଜଳମୟ ତ୍ବଚା ପାଇଁ କିଛି ଘରୋଇ ଉପଚାର(Glowing Skin Home Remedies)  ବିଷୟରେ କହିବୁ । ଏହି ଟିପ୍ସକୁ ଆପଣ ଫଲୋ କରିବା ଦ୍ବାରା ଆପଣଙ୍କ ତ୍ବଚାରେ ମଧ୍ୟ ସପ୍ତାହକ ମଧ୍ୟର ଚମକ ଆସିବ । ଏପରିକି ଆପଣଙ୍କୁ ମଧ୍ୟ ଆଉ ପାର୍ଲର କି କୌଣସି ଦାମିକିଆ ପ୍ରଡକ୍ଡର ବ୍ୟବହାର କରିବାକୁ ପଡିବନି। ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ...


COMMERCIAL BREAK
SCROLL TO CONTINUE READING

Also Read: Deepika Padukone: ବୈବାହିକ ଜୀବନରେ ଖୁସିରେ ନାହାଁନ୍ତି ଦୀପିକା! ମଧ୍ୟରାତ୍ରୀରେ କଲେ ଏଭଳି ପୋଷ୍ଟ...


ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର:


ନଡିଆ ତେଲ :


ସୁନ୍ଦର ତ୍ବଚା ପାଇବାକୁ ଆମେ ସବୁ ପ୍ରକାର ଉପାୟ ଆପଣାଇଥାଉ। ନଡିଆ ତେଲ ଶୁଷ୍କ ଚର୍ମ ପାଇଁ ବେଶ ଲାଭଦାୟକ। ଏଥିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ଥାଏ ଯାହା ଚର୍ମକୁ ଗଭୀର ପୋଷଣ ଯୋଗାଇଥାଏ । ଏହା ବ୍ୟତୀତ ଏହା ଚର୍ମକୁ କ୍ଷତିକାରକ ଅଲଟ୍ରାଭାଇଓଲେଟ୍ ରଶ୍ମି ଦ୍ୱାରା ନଷ୍ଟ ହେବାରୁ ରକ୍ଷା କରିଥାଏ। ପ୍ରତିଦିନ ନଡିଆ ତେଲ ସହିତ ମୁହଁକୁ ମାଲିସ୍ କରନ୍ତୁ । ଦେଖିବେ ଆପଣଙ୍କ ତ୍ବଚାରେ ମଧ୍ୟ ଚମକ ଆସିବ। ଏପରିକି ନଡିଆ ତେଲ ସହିତ ଆପଣ ଏଥିରେ ଚିନି ମିଶାଇପାରି ମଧ୍ୟ ମୁହଁରେ ମାଲସ୍ କରିପାରିବେ। ଯାହା ଆପଣଙ୍କ ତ୍ବଚାକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ। 


ଆଲୋଭେରା ମାସ୍କ:


ଚର୍ମରେ ପ୍ରାକୃତିକ ଚମକ ଆଣିବାରେ ଆଲୋଭେରା ସାହାଯ୍ୟ କରେ । ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ କ୍ଷୀର , ଏକ ଚାମଚ କଦଳୀକୁ ଏକ ଚାମଚ ଆଲୋ ଭେରା ଜେଲରେ ମିଶାନ୍ତୁ । ଏହି ମିଶ୍ରଣକୁ  ଆପଣ ଶୋଇବା ପୂର୍ବରୁ ଆପଣଙ୍କ ମୁହଁ ଏବଂ ବେକରେ ଭଲ ଭାବରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ୍ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ ତ୍ବଚା କିଭଳି ଚମକିବ। 


ପାଚିଲା ଅମୃତଭଣ୍ତା :


ପାଚିଲା ଅମୃତଭଣ୍ତା ସୁସ୍ଥ ତ୍ବଚା ପାଇଁ ବେଶ ଲାଭଦାୟକ । ପାଚିଲା ଅମୃତଭଣ୍ତାରେ, ପେପେନ୍ ନାମକ ଏକ ଏନଜାଇମ୍ ଥାଏ ଯାହାକି ଏକ ଏକ୍ସଫୋଲିଏଟର୍ ଭାବରେ କାର୍ଯ୍ୟ କରିଥାଏ । ଏହା ବ୍ୟତୀତ ଏହା ଚର୍ମର ଦାଗ ଦୂର କରିଥାଏ । ପାଚିଲା ଅମୃତଭଣ୍ତାରେ ମୁଲଦାନି ମାଟି ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାନ୍ତୁ ଏବଂ ୨୦ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ । ତା ପରେ ଦେଖନ୍ତୁ ଚମକ୍କାର । 


କଦଳୀ ପେଷ୍ଟ :


କଦଳୀରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଯାହା ଚର୍ମରେ ଚମକ ଆଣିବାରେ ବେଶ ସାହାର୍ଯ୍ୟ କରିଥାଏ। ଏକ ଚାମଚ ପାଚିଲା କଦଳୀ ଏବଂ ସେଥିରେ କିଛି ଅରୁଆ ଚାଉଳର ଗୁଣ୍ତ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ ଏବଂ ବେକରେ ଭଲ ଭାବରେ ଲଗାନ୍ତୁ । ପ୍ରାୟ ୨୦ରୁ ୨୫ ମିନିଟ୍ ପରେ ମୁହଁକୁ ଥଣ୍ତା ପାଣିରେ ଧୋଇ ଦିଅନ୍ତୁ। ଏଭଳି ଆପଣ ପ୍ରତି ସପ୍ତାହରେ ଦୁଇରୁ ତିନିଥର କରିବା ଦ୍ବାରା ଆପଣଙ୍କ ମୁହଁରେ ଚମକ ଆସିବ। 


ମହୁ :


ମହୁ ଚର୍ମକୁ ମଶ୍ଚରାଇଜ୍ କରିଥାଏ ଏବଂ ରିଙ୍କଲ୍ସକୁ ଦୂର କରିଥାଏ।  ଦୁଇ ଚାମଚ ମହୁ ଆପଣଙ୍କ ମୁହଁରେ ୫ରୁ ୧୦ ମିନିଟ୍ ଯାଏଁ ମାଲସ୍ କରନ୍ତୁ।  ଏବଂ ତା’ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ସପ୍ତାହରେ ଚାରିରୁ ପାଞ୍ଚ ଥର ମହୁ ସହିତ ମାଲିସ୍ କରିବା ଦ୍ୱାରା ଚେହେରାରେ ଏକ ପ୍ରାକୃତିକ ଚମକ ଆସିଥାଏ ।ଏହି ଘରୋଇ ଉପଚାର କରିବା ଦ୍ବାରା ମୁହଁରେ ଚମକ ଆସିଥାଏ।  ଏବଂ ଦାଗ ଦୂର ହୁଏ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)