Short Story In Odia: ଜଣେ ବୃଦ୍ଧ ତାଙ୍କ ପୁଅ ଓ ବୋହୂ ସହିତ ଏକ ଗାଁରେ ରହୁଥିଲେ। ପରିବାର ଖୁସି ଏବଂ ଶାନ୍ତିରେ କଟୁଥିଲା । ହେଲେ କୌଣସି ପ୍ରକାରର ସମସ୍ୟା ନଥିଲା। ବିଗତ କିଛି ସମୟରେ ନୌଯବାନ ଥିବା ଯୁବକଟି ଆଜି ବୃଦ୍ଧ ପାଲଟିଯାଇଛି, ଚାଲିବା ସମୟରେ ପାଦ ସ୍ଥିର ରହୁନି...ପାଦରେ ଚାଲୁଥିବା ଲୋକକୁ ଆଜି ଲାଠିର ଦରକାର ପଡ଼ୁଛି। ଚେହେରାରେ ସେ ଚମକ ନଥିଲା ହେଲେ କିଛିଟା କ୍ଷେତ୍ରରେ ନିଜର ଜୀବନରେ ସେ ଖୁସି ଥିଲା। 


COMMERCIAL BREAK
SCROLL TO CONTINUE READING

ଘରେ ଗୋଟିଏ କଥା ବହୁତ ସୁନ୍ଦର ଥିଲା ସନ୍ଧ୍ୟା ବେଳେ ଖାଦ୍ୟପେୟ ସମୟରେ ପୂରା ପରିବାର ଏକାଠି ହେଉଥିଲେ। ଦିନେ ସନ୍ଧ୍ୟାରେ ଯେତେବେଳେ ସମସ୍ତେ ଖାଦ୍ୟ ଖାଇବାକୁ ବସିଲେ । ପୁଅ ଅଫିସରୁ ଆସିଥିଲା, ସେ ବହୁତ ଭୋକିଲା ଥିଲା, ତେଣୁ ସେ ଶୀଘ୍ର ଖାଇବାକୁ ବସିଲେ, ଏବଂ ତାଙ୍କ ସହିତ, ବୋହୂ ଏବଂ ତାଙ୍କର ଜଣେ ପୁଅ ମଧ୍ୟ ଖାଇବା ଆରମ୍ଭ କଲେ। 


ବୃଦ୍ଧ ବ୍ୟକ୍ତି ଜଣଙ୍କ ଯେତେବେଳେ ଖାଦ୍ୟ ଥାଳିଟି ଉଠାଇଲେ ଥାଳି ତାଙ୍କ ହାତରୁ ଖସିଗଲା ଓ ଡାଲି ଟିକେ ଢାଳି ହୋଇଗଲା। ପୁଅ ଓ ବୋହୂ ଘୃଣା ଦୃଷ୍ଟିରେ ବୃଦ୍ଧଙ୍କୁ ଅନେଇଲେ ପୁଣି ଥରେ ଖାଦ୍ୟ ଖାଇବାକୁ ଲାଗିଲେ। ଥରଥର ହାତରେ ବୃଦ୍ଧ ପିତା ଖାଦ୍ୟ ଖାଇବାକୁ ଲାଗିଲେ କେତେବେଳେ ଡ୍ରେସରେ ଖାଇବା ପଡ଼ୁଥିଲା ତ କେତେବେଳେ ତଳେ...


ଠିକ୍ ସେତିକି ବେଳେ ବୋହୂ ବିରକ୍ତ ହୋଇ କହିଲା...ହେ ରାମ୍ କେତେଥର ଏମିତି ଅସନା ମସନା କରି ଖାଇବ । ମନ ହଉଛି ତାଙ୍କ ଖାଇବା ପ୍ଲେଟକୁ ଏକ ଭିନ୍ନ କୋଣରେ ରଖିଦବା ଉଚିତ୍। ପୁଅ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ସହମତ ହେବା ପରି ମୁଣ୍ଡ ନୁଆଁଇଲା । ତାଙ୍କ ପୁଅ ଏହି ସବୁ ନିର୍ଦ୍ଦୋଷ ଭାବରେ ଦେଖୁଥିଲେ । 


ଏହାର ଠିକ୍ ପରଦିନ ବୃଦ୍ଧଙ୍କ ପ୍ଲେଟକୁ ସେହି ଟେବୁଲରୁ ବାହାର କରି ଏକ କୋଣରେ ରଖିଦେଲେ ବୋହୂ । ବୃଦ୍ଧଙ୍କ ଲୁହଭିଜା ଆଖି ସବୁ ଦେଖିବା ପରେ ମଧ୍ୟ କିଛି କହିପାରିଲା ନାହିଁ । ଏହି ସମୟରେ କୁନି ପୁଅଟି ନିଜ ବୁଢା ଜେଜେବାପାଙ୍କ ଗୋଟିଏ ଲୟରେ ଅନେଇ ରହିଥାଏ। ସେହି ସମୟରେ ମହିଳା ଜଣଙ୍କ ତାଙ୍କ ପୁଅକୁ ପଚାରିଲେ ଯେ, କଣ ହେଲା ପୁଅ ତୁ ନଖାଇ ଜେଜେଙ୍କୁ କାହିଁକି ଅନେଇ ରହିଛୁ। 


ପୁଅଟି ସଙ୍ଗେ ସଙ୍ଗେ କହିଲା ମାଆ ମୁଁ ଶିଖୁଛି ବୃଦ୍ଧ ଲୋକଙ୍କୁ କେମିତି ବ୍ୟବହାର କରାଯାଏ । କାରଣ ମୁଁ ବଡ଼ ହେବା ପରେ ତୁମେ ମାନେ ବୃଦ୍ଧାବସ୍ଥାକୁ ଚାଲିଯିବ ମୁଁ  ବି ତୁମମାନଙ୍କୁ ଏମିତି ବ୍ୟବହାର କରିବି। ଏତିକି ଶୁଣି ପୁଅ ଓ ବୋହୂ ଦୁହେଁ ଭୟରେ ଥରି ଉଠିଲେ। ସଙ୍ଗେସଙ୍ଗେ ବୃଦ୍ଧଙ୍କୁ ତଳୁ ଉଠାଇ ସମମ୍ମାନେ ଟେବୁଲ ଉପରେ ବସାଇ ଖାଦ୍ୟ ପରଷିଦେଲେ। 


କାହାଣୀରୁ ଶିକ୍ଷା-: ପିତାମାତାମାନେ ଏହି ଦୁନିଆର ସବୁଠାରୁ ବଡ ଧନ, ସମାଜରେ ଆପଣ ଯେତେ ସମ୍ମାନ ଅର୍ଜନ କରନ୍ତୁ କିମ୍ବା ଆପଣ କେତେ ଟଙ୍କା ସଂଗ୍ରହ କରନ୍ତୁ ନା କାହିଁକି, କିନ୍ତୁ ଏହି ଦୁନିଆରେ ପିତାମାତାଙ୍କଠାରୁ ଅଧିକ ଧନ ନାହିଁ।