Short Story In Odia: `ଭାଗ୍ୟ ଓ ବୁଦ୍ଧି` ଜାଣନ୍ତୁ ଦୁହିଁଙ୍କ କାହାଣୀ
Short Story In Odia: କାହାଣୀ ଶୁଣିବାକୁ କାହାକୁ ବା ଭଲ ନଲାଗେ। ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏବେ ଫୋନର ବ୍ୟବହାର ଅଧିକ କରୁଛନ୍ତି। ଆଉ ସେ ଜେଜେ ମା କାହାଣୀ ଶୁଣିବାକୁ ମିଳୁନି। ଏବେ ସଭିଁଏ କାହାଣୀ ପଢିବାକୁ ହେଲେ ଗୋଟିଏ କ୍ଲିକରେ ଫୋନରୁ ବୁଢୀ ମା କାହାଣୀ ସଂଗ୍ରହ କରିନେଉଛନ୍ତି। ଆଉ ଏହି ଚାହିଦାକୁ ନେଇ ଜୀ ଓଡ଼ିଶା ପରିବାର ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ଏଣିତକି ପ୍ରତିଦିନ ଏକ କୁନି କାହାଣୀକୁ ଆମେ ସ୍ଥାନ ଦେବାକୁ ଯାଉଛୁ। ପଞ୍ଚତନ୍ତ୍ର କାହାଣୀ ଠାରୁ ଆରମ୍ଭ କରି ନୀତିଶିକ୍ଷା ପର୍ଯ୍ୟନ୍ତ ସବୁ କିଛି ପାଇପାରିବେ ଗୋଟିଏ କ୍ଲିକ୍ ରେ...
Short Story In Odia: ଜଣେ ଲୁଣ ବିକାଳି ପ୍ରତିଦିନ ନିଜ ଗଧ ଉପରେ ଲୁଣ ବ୍ୟାଗ ନେଇ ବଜାରକୁ ଯାଉଥିଲେ। ରାସ୍ତାରେ ତାଙ୍କୁ ଏକ ନଦୀ ପାର୍ କରିବାକୁ ପଡ଼ୁଥାଏ । ଏମିତି ଗୋଟେ ଦିନ ନଦୀ ପାର୍ କରୁଥିବା ବେଳେ ଗଧ ଅଚାନକ ନଦୀରେ ଗଳିପଡ଼ିଲା । ଠିକ୍ ସେତିକି ବେଳେ ଗଧ ଉପରେ ଲଦା ହୋଇଥିବା ଲୁଣ ବସ୍ତା ବି ପାଣିରେ ପଡ଼ିଗଲା। ଯାହାଫଳରେ ଲୁଣ ପାଣିରେ ପଡ଼ି ମିଳେଇଗଲା... କିଛି ମାତ୍ରାରେ ବସ୍ତା ବି ହାଲୁକା ହୋଇଗଲା। ଯାହା ଫଳରେ ଗଧ ଭାରି ଖୁସି ହୋଇଗଲା ।
ଏବେ ଗଧ ସବୁବେଳେ ସେହି ଉପାୟ ଅବଲମ୍ବନ କଲା। ଯାହାଫଳରେ ଲୁଣ ବିକୁଥିବା ବ୍ୟକ୍ତି ବହୁତ କ୍ଷତି ସହୁଥିଲା। ଲୁଣ ବିକୁଥିବା ବ୍ୟକ୍ତି ଗଧର ଏହି ଚାଲକୁ ବୁଝିପାରିଲା। ମନେ ମନେ ସ୍ଥିର କଲା ଗଧକୁ ଏକ ଶିକ୍ଷା ଦେବ। ପରଦିନ ସେ ଗଧ ଉପରେ କପା ଭର୍ତ୍ତି ଏକ ବ୍ୟାଗ ଲଦିଦେଲା। ଗଧ ସେହିପରି ଉପାୟ ଅବଲମ୍ବନ କଲା । ହେଲେ ଗଧ ଜାଣିନଥିଲା ଯେ ତୂଳା ପାଣିରେ ପଡ଼ି ଆହୁରି ଭାରି ହୋଇଗଲା। ଏହିଥିରୁ ଗଧ ନିଜ ମୂର୍ଖାମି ପାଇଁ ଉଚିତ୍ ଶିକ୍ଷା ପାଇଲା।
କାହାଣୀରୁ ଶିକ୍ଷା-: ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଭାଗ୍ୟ ଆମକୁ ସର୍ବଦା ସମର୍ଥନ କରେ ନାହିଁ, ଆମେ ମଧ୍ୟ ଆମର ବୁଦ୍ଧି ବ୍ୟବହାର କରିବା ଉଚିତ୍।