Health Tips: ସକାଳର ଏକ ହେଲ୍ଦି ଓ ପେଟ ପୁରିଲା ଭଳି ଜଳଖିଆ ଏକ ଭଲ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ। ଅନେକ ଲୋକ ରାତିରେ ବଳକା ରହି ଯାଉଥିବା ରୁଟି ବା ବାସୀ ରୁଟିକୁ ସକାଳର ଜଳିଖିଆ ଭାବରେ ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆମର ସ୍ୱାସ୍ଥ୍ୟ ହୀତକାରକ ନା ହାନୀକାରକ। ତେବେ ଜାଣିନିଅନ୍ତୁ ଯେ ବାସୀ ରୁଟି(Stale chapati) ଆମ ସ୍ୱାସ୍ଥ୍ୟ ପାଇଁ ଆଦୌ ହାନିକାରକ ନୁହେଁ ବରଂ ଏହାର ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା ରହିଛି।ବାସୀ ରୁଟି କିମ୍ବା ରାତିର ବଳକା ରୁଟି ଏକ ପୁଷ୍ଟିକର ଜଳଖିଆ ଅଟେ। ତେବେ ବାସୀ ରୁଟିକୁ ଜଳଖିଆ ଭାବେ ଖାଇବା ଆମ ପାଇଁ କେତେ ଲାଭ ଦାୟକ ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

– ଯଦି ଆପଣ ନିୟମିତ ଭାବରେ କୋଷ୍ଠ କାଠିନ୍ୟର(Constipation) ସମୁଖୀନ ହେଉଛନ୍ତି କିମ୍ବା ଗ୍ୟାସ,ଏସିଡ଼ିଟି ଇତ୍ୟାଦି ସମସ୍ୟାକୁ ନେଇ ଚିନ୍ତିତ ତେବେ ନିୟମିତ ବାସୀ ରୁଟି ବ୍ରେକଫାଷ୍ଟ ଭାବେ ଖାଇବା ଦ୍ୱାରା ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ l  ଏହାଦ୍ୱାରା ଆପଣଙ୍କ ପେଟ ସଫା ରହିବା ସହିତ ହଜମ ଶକ୍ତି(Digestion) ମଧ୍ୟ ବୃଦ୍ଧି ପାଇଥାଏ l


– ମଧୁମେହ ରୋଗୀ(Diabetes Patients)ଙ୍କ ପାଇଁ ବାସୀ ରୁଟି ଖୁବ ହିତକର ଅଟେ l ବାସୀ ରୁଟି ସହିତ କ୍ଷୀର ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରିତ ରହିଥାଏ l ଏହାଛଡା ମଧ୍ଯମେହ ରୋଗୀଙ୍କ ଥକ୍କାପଣ ସମସ୍ୟା ମଧ୍ୟ ଦୂର ହୋଇଥାଏ।


– ବାସୀ ରୁଟି ଉଚ୍ଚ ରକ୍ତଚାପ ରୋଗୀ(high Blood Pressure Patients)ଙ୍କ ପାଇଁ ଖୁବ ହିତକର ଅଟେ l  ଉଚ୍ଚ ରକ୍ତଚାପ ରୋଗୀ ମାନେ ଯଦି ନିୟମିତ ଖଣ୍ଡିଏ ଲେଖାଏଁ ବାସୀ ରୁଟି ସେବନ କରିବେ ତେବେ ଏହା ତାଙ୍କର ରକ୍ତଚାପରେ ସୁଧାର ଆଣିବା ଓ କୋଲେଷ୍ଟ୍ରଲ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।


– ଯେଉଁମାନେ ନିୟମିତ ଜିମ୍(Gym) ଯାଉଛନ୍ତି କିମ୍ବା ଅନ୍ୟ କୌଣସି ଶାରୀରିକ ପରିଶ୍ରମ ଯେପରିକି ଖେଳିବା, ଦୌଡିବା ,ଇତ୍ୟାଦି କରି ଥାଆନ୍ତି ସେମାନଙ୍କୁ ଅଧିକ ଶକ୍ତିର ଆବଶ୍ୟକତା ହୋଇଥାଏ l ତେଣୁ ଏଭଳି ବ୍ୟକ୍ତିମାନେ ନିୟମିତ ସକାଳୁ ଯଦି ଜଳଖି ରେ ବାସୀ ରୁଟି ସେବନ କରିବେ ତେବେ ଚମତ୍କାର ଲାଭ ପାଇବେ l


-ଏହା ଛଡା ବାସୀ ରୁଟିରେ କମ୍ ପରିମାଣର କ୍ୟାଲେରୀ ରହିଥାଏ, ତେଣୁ ଓଜନ ନିୟନ୍ତ୍ରଣ ପାଇଁ ଡାଇଟ୍ ମେଣ୍ଟେନ୍ କରୁଥିବା ଲୋକମାନେ ଏହାକୁ ଖାଇପାରିବେ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ ଅବଲମ୍ବନ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)