Mahurat For Gold Purchase News In Odia: ସୁନା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ବୋଲି କୁହାଯାଏ । ସେଥିପାଇଁ ଭାରତୀୟ ମାନେ ସୁନା କିଣାବିକାରେ ବେଶ ବିଶ୍ୱାସ ରଖିଥାନ୍ତି। ହେଲେ ସୁନା କିଣିବା ସମୟର ମଧ୍ୟ କିଛି ବିଧି ବିଧାନ ରହିଛି । ସୁନା ଠାରୁ ଦାମୀ ଜିନିଷ ଆଉ କିଛି ନୁହେଁ। ସୁନା କିଣିବା ଭାରତୀୟଙ୍କ ସବୁଠାରୁ ପ୍ରଥମ ପସନ୍ଦ ବୋଲି କୁହାଯାଏ। ହେଲେ ସୁନା କିଣିବାର ସଠିକ ସମୟ ଓ ବାର ମଧ୍ୟ ରହିଥାଏ । ବିଶ୍ୱାସ କରାଯାଏ ସଠିକ୍ ସମୟରେ ସୁନା କିଣିବା ଦ୍ୱାରା ଧନ ସମ୍ପତ୍ତି, ଯଶ ମାନ ଓ ସମ୍ମାନ ବଢିଥାଏ। ତେବେ ଆସନ୍ତୁ ଜାଣିବା ୨୦୨୩ ମସିହା ଅର୍ଥାତ୍ ଚଳିତବର୍ଷ କେଉଁ ଦିନ ସୁନା କିଣିବା ସବୁଠାରୁ ଭଲ । 


COMMERCIAL BREAK
SCROLL TO CONTINUE READING

ଶୁଭ ମୂହୁର୍ତ୍ତରେ ସୁନା କିଣିବା (Gold Purchase) ଅତ୍ୟନ୍ତ ଶୁଭ ହୋଇଥାଏ । କୁହାଯାଏ ଏହି ଶୁଭ ଦିନରେ ସୁନା କିଣିବା ଦ୍ୱାରା ଘରର ଉନ୍ନତି ହୋଇଥାଏ । ହିନ୍ଦୁ ଗ୍ରନ୍ଥ ଅନୁସାରେ, ଶୁଭ ଦିନମାନଙ୍କରେ ଘର, ଗାଡ଼ି କିମ୍ବା ଜମି କିଣିବା ଦ୍ୱାରା ବା ବ୍ୟବସାୟ ଆରମ୍ଭ କରିବା ଦ୍ୱାରା ବହୁତ ଲାଭ ହୋଇଥାଏ। ଖାସ୍ କରି ଅକ୍ଷୟ ତୃତୀୟାରେ ପୁଷ୍ୟା ନକ୍ଷତ୍ରରେ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। ସେହିପରି ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଧନତେରାସରେ ମଧ୍ୟ ସୁନା କିଣିବା ବହୁତ ଲାଭ ଦାୟକ ଓ ଶୁଭ ବୋଲି କୁହାଯାଏ। ଏହିଦିନ ମାତା ଲକ୍ଷ୍ମୀଙ୍କ କୃପା ବରଷିଥାଏ। 


ଗୁରୁ ପୁଷ୍ୟା ଯୋଗ(Guru Pushya Yoga) ୨୦୨୩ ଦିନ ରେ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ।  ସେହିପରି ମାର୍ଚ୍ଚ ମାସରେ ୨୨ ତାରିଖରୁ ୩୧ ମାର୍ଚ୍ଚ ସୁନା କିଣିବା ପାଇଁ ଶୁଭ ଯୋଗ ରହିଛି। ୨୨ ମାର୍ଚ୍ଚ ଗୁଡି ପଡୱା ବା ଉଗାଦିରେ ସୁନା କିଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ବରଷେ। ବୈଶାଖୀ ଅର୍ଥାତ୍ ୧୪ ଏପ୍ରିଲ ରେ ମଧ୍ୟ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। ୨୨ ଏପ୍ରିଲ, ୨୦ ଅଗଷ୍ଟ ଦଶହରା ଅର୍ଥାତ୍ ୨୪ ଅକ୍ଟୋବରରେ ବି ସୁନା କିଣିବା ଦ୍ୱାରା ଶୁଭ ହୋଇଥାଏ। 


ଉତ୍ତର ଭାରତର ପ୍ରମୁଖ ପର୍ବ କରୱାଚୌଥରେ (Karawachauth) ମହିଳା ମାନେ ସୁନା କିଣିବା ଆବଶ୍ୟକ । ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ବରଷିଥାଏ। ସେହିପରି ଦୀପାବଳି ଓ ଧନତେରାସ ୧୦ ଓ ୧୧ ନଭେମ୍ବରରେ ସୁନା କିଣିବା ଦରକାର । ବଳିପ୍ରତିପଦା ଅର୍ଥାତ୍ ୧୪ ନଭେମ୍ବରରେ ମଧ୍ୟ ସୁନା କିଣିବା ଜରୁରୀ। 


ସେହିପରି ରାହୁକାଳ ସମୟରେ ସୁନା କିଣିବା ଅଶୁଭ ବୋଲି ବିବେଚନା କରାଯାଏ। 


Also Read: Be Unstoppable: ଟେନସନରେ ଅନୁଭବ, ଏପଟେ ଦେଖେଇ ଦେଖେଇ ରିଲ୍ସ କରୁଛନ୍ତି ବର୍ଷା!


Also Read: Jeet Adani Engagement: ଗୌତମ ଆଦାନୀଙ୍କ ପୁଅର ସରିଲା ନିର୍ବନ୍ଧ, ଏହି ରାଜକୁମାରୀ ପାଲଟିବେ...


Also Read: Albert Einstein: ଆଲବର୍ଟ ଆଇନଷ୍ଟାଇନ; ଜନ୍ମ ବାର୍ଷିକୀରେ ଜାଣନ୍ତୁ ଆଧୁନିକ ପଦାର୍ଥ ବିଜ୍ଞାନର ପିତାଙ୍କ ବିଷୟରେ ସବୁକିଛି