Sun Transit 2024: ଗ୍ରହମାନଙ୍କର ଚଳନ ସମସ୍ତ ୧୨ଟି ରାଶିର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। କେତେକଙ୍କ ଉପରେ ନକାରାତ୍ମକ ଏବଂ କେତେକ ରାଶିର ଲୋକଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପଡ଼ିଥାଏ। ଏବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଭଗବାନ କୁମ୍ଭରେ ପ୍ରବେଶ କରିବାକୁ ଯାଉଛନ୍ତି। ଆଜି ଅର୍ଥାତ୍ ଫେବୃଆରୀ ୧୩, ଅପରାହ୍ନ ୩.୫୪ରେ, ସୂର୍ଯ୍ୟ ଭଗବାନ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟଙ୍କର ଏହି ଚଳନ ସମସ୍ତ ରାଶିର ଚିହ୍ନକୁ ପ୍ରଭାବିତ କରିବ। କିନ୍ତୁ ସୂର୍ଯ୍ୟ ଏହି ଚଳନର ବିଶେଷ ପ୍ରଭାବ ୧୨ଟି ରାଶି ମଧ୍ୟରୁ ୪ଟି ରାଶି ଉପରେ ଦେଖିବାକୁ ମିଳିବ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି:


ସୂର୍ଯ୍ୟଙ୍କ ଗତିବିଧିରେ ପରିବର୍ତ୍ତନ ମେଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ଆପଣ ବୟସ୍କ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ, ଆପଣଙ୍କର ସ୍ଥିତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଆପଣଙ୍କ ଭଲ କାର୍ଯ୍ୟର ପ୍ରଶଂସା କରାଯିବ ଓ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ମଧ୍ୟ ରହିଛି। ଏହି ନୂଆ ଦାୟିତ୍ୱ ଗୁଡିକ ପୂରଣ କରିବାରେ ଆଅପଣ ସଫଳ ହେବେ। ଆର୍ଥିକ ସମସ୍ୟା ମଧ୍ୟ ହ୍ରାସ ପାଇବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ସମୟ ବହୁତ ଭଲ ପ୍ରମାଣିତ ହେବ।


ମିଥୁନ ରଶି:


ମିଥୁନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଚଳନ ସକରାତ୍ମକ ଫଳାଫଳ ଆଣିବ। କାର୍ଯ୍ୟରେ ଆସୁଥିବା ଅସୁବିଧା ଏବଂ ସମସ୍ୟା ଦୂର ହେବ।  ଆର୍ଥିକ ସମସ୍ୟା ମଧ୍ୟ ହ୍ରାସ ପାଇବ। ଲାଭର ନୂତନ ଉତ୍ସ ସୃଷ୍ଟି ହେବ। ଆପଣଙ୍କ ପାଇଁ ଏକ ବିଦେଶ ଭ୍ରମଣର ଯୋଗ ରହିଛି ଏବଂ ପାରିବାରିକ ସମ୍ପର୍କ ମଧ୍ୟ ଦୃଢ଼ ହେବ। ବ୍ୟବସାୟ କରୁଥିବା ଲୋକମାନେ ମଧ୍ୟ ଉପକୃତ ହେବେ।


ବୃଷ ରାଶି:


ବୃଷ ରାଶିର ଲୋକମାନେ କୁମ୍ଭରେ ସୂର୍ଯ୍ୟଙ୍କ ଗମନାଗମନ ଦ୍ୱାରା ଉପକୃତ ହେବେ। ମନରେ ଶାନ୍ତି ରହିବ। ମାନସିକ ଚାପ ଦୂର ହେବ। ଆପଣ କର୍ମକ୍ଷେତ୍ରରେ କାମ କରିବା ପାଇଁ ଆକ୍ଟିଭ୍ ଅନୁଭବ କରିବେ ଏବଂ ଆପଣଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ବାହାରୁ ଅଧିକ ଖାଇବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।


କୁମ୍ଭ ରାଶି:


କୁମ୍ଭ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ଭଲ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ସମ୍ପର୍କରେ ମଧୁରତା ବଜାୟ ରହିବ। ବିବାହିତ ଜୀବନରେ ମଧ୍ୟ ସୁଖ ଏବଂ ଶାନ୍ତି ରହିବ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)