ଧୋନିଙ୍କ ପରେ ଅନ୍ତଜାର୍ତୀୟ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ଅନ୍ତଜାର୍ତୀୟ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ଅନ୍ତଜାର୍ତୀୟ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା । ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ସୁରେଶ ରୈନା ଏକ ଟ୍ୱିଟ୍ ମାଧ୍ୟମରେ ନିଜର ଅବସର ଘୋଷଣା କରିଛନ୍ତି । ଧୋନିଙ୍କ ଅବସର ପରେ ରୈନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ସେ ମଧ୍ୟ ଏହି ଯାତ୍ରାରେ ସାମିଲ ହେଉଛନ୍ତି । ଭାରତୀୟ କ୍ରିକେଟ୍ ଦଳରେ ମଧ୍ୟମ ଅର୍ଡରର ବ୍ୟାଟିଂ କ୍ରମରେ ରୈନା ଭୂମିକା ନିର୍ବାହ କରି ଆସୁଥିଲେ । ଏବେ ଆଉ ରୈନା ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବାର ନଜରକୁ ଆସିବେ ନାହିଁ । ଏଥି ସହିତ ସେ ମଧ୍ୟ ମହେନ୍ଦ୍ର ସିଂ ଧୋନିଙ୍କ ସହ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି ।
ଅବସର ଘୋଷଣା ସହ ରୈନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ ସେ ଲେଖିଛନ୍ତି, 'ମାହି ଆପଣଙ୍କ ସହିତ ଖେଳିବା ଭଲ ଥିଲା । ପୁରା ହୃଦୟରୁ ଗର୍ବ ସହିତ ମୁଁ ଏହି ଯାତ୍ରାରେ ଯୋଗ ଦେବାକୁ ଚାହୁଁଛି । ଧନ୍ୟବାଦ ଇଣ୍ଡିଆ । ଜୟ ହିନ୍ଦ !