Surya Gochar: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ୱାମୀ ଗ୍ରହ ସୂର୍ଯ୍ୟ ଦେବତା ଦୁଇ ଦିନ ପରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସନ୍ତା ୧୬ ତାରିଖ ପରେ ବୁଧଙ୍କ ରାଶି ମିଥୁନ ରାଶିରୁ ବାହାରି ଚନ୍ଦ୍ରଙ୍କ ରାଶି କର୍କଟରେ ପ୍ରବେଶ କରିବେ। ସୂର୍ଯ୍ୟ ଦେବତା କର୍କଟ ରାଶିରେ ପ୍ରବେଶ ପରେ ମଜବୁତ ଅବସ୍ଥାରେ ଅବସ୍ଥାନ କରିବେ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ପରେ ଏହି ୩ ରାଶିଙ୍କ ପାଇଁ ପ୍ରତିକୂଳ ପ୍ରଭାବ ପଡିବାକୁ ଯାଉଛି। ଫଳରେ ଏହି ୩ ରାଶିଙ୍କ ଭାଗ୍ୟରେ ନକରାତ୍ମକ ପ୍ରଭାବ ପଡିବାକୁ ଯାଉଛି। 


COMMERCIAL BREAK
SCROLL TO CONTINUE READING

ବୃଷ ରାଶି
ବୃଷ ରାଶିର ଲୋକମାନଙ୍କ ପାଇଁ ଏହି ଚଳନ ନକରାତ୍ମକ ସାବ୍ୟସ୍ତ ହୋଇପାରେ। ଭୂଲ ନିଷ୍ପତ୍ତି ନେଇ ବ୍ୟବସାୟୀମାନେ କ୍ଷତିରେ ପଡିପାରନ୍ତି। ପ୍ରତିଦ୍ୱନ୍ଦ୍ୱୀ ବ୍ୟବସାୟୀମାନଙ୍କ ଯୋଗୁଁ କ୍ଷତିରେ ପଡିପାରନ୍ତି। ଲାଭର ମାତ୍ରା କମି ପାରେ। ହେବାକୁ ଥିବା କାର୍ଯ୍ୟ କୌଣସି କାରଣରୁ ବନ୍ଦ ହୋଇପାରେ। ଚାକିରି ବଦଳିବା ନେଇ ଚିନ୍ତା କରୁଥିଲେ ତାହା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଧନ ହାନୀର ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଚାକିରିରଆମାନେ କର୍ମକ୍ଷେତ୍ରରେ ଚାପରେ ରହିପାରନ୍ତି। ପରିବାରରେ କଳହ ବଢିପାରେ। ସମ୍ପତ୍ତିକୁ ନେଇ ପରିବାରରେ ମଧ୍ୟରେ ଅସନ୍ତୋଷ ଦେଖାଦେଇପାରେ। 


କନ୍ୟା ରାଶି 
କନ୍ୟା ରାଶିର ଲୋକମାନଙ୍କ ପାଇଁ ଏହି ଗୋଚର ଅତ୍ୟନ୍ତ ଖରାପ ସମୟ ଆଣିବାକୁ ଯାଉଛି। କନ୍ୟା ରାଶିର ଲୋକମାନେ ରୋଗାଗ୍ରସ୍ତ ହୋଇପାରନ୍ତି।ବେକର ଉପର ଅଂଶରେ ଯନ୍ତ୍ରଣା ଭୋଗ କରିପାରନ୍ତି। ରାଗି ଓ ଚିଡ଼ିଚିଡ଼ାପଣ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଧନହାନୀର ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଚାକିରିଆମାନେ କର୍ମକ୍ଷେତ୍ରରେ ଅତ୍ୟଧିକ ଚାପଗ୍ରସ୍ତ ରହିପାରନ୍ତି। ପରିବାରରେ କଳହ ଦେଖାଦେଇପାରେ। 


ମକର ରାଶି
ମକର ଲୋକମାନଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଚଳନ ନକରାତ୍ମକ ସାବ୍ୟସ୍ତ ହୋଇପାରେ। ଆପଣଙ୍କର ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ। ବ୍ୟବସାୟରେ ଗୁରୁତର ଭାବେ କ୍ଷତି ସହିବେ। କ୍ୟାରିୟରରେ ସଫଳତା ମିଳିବ ନାହିଁ। ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷାକ୍ଷେତ୍ରରେ ବାଧାର ସାମ୍ନା କାରିପାରନ୍ତି। ମାନସିକ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ଚିନ୍ତାଗ୍ରସ୍ତ ରହିବେ। ଚାକିରିଆମାନେ କର୍ମକ୍ଷେତ୍ରରେ ସହକର୍ମିଙ୍କ ସହିତ କଳହର ସାମ୍ନା କରିପାରନ୍ତି। ମାନସିକ୍ତ ଅଶାନ୍ତି କାରଣରୁ ରାତି ଅନିଦ୍ରା ରହିବାର ସମ୍ଭାବନା ରହିଛି। 


Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।