Chaitra Navratri 2023: ସାରା ଦେଶରେ ଆରମ୍ଭ ହୋଇଛି ଚୈତ୍ର ନବରାତ୍ରୀ (Chaitra Navratri 2023) ବା ବାସନ୍ତୀକ ନବରାତ୍ରୀ । ଆଜି ଚୈତ୍ର ନବରାତ୍ରୀର ଚତୁର୍ଥ ଦିନ । ଆଜି ମାଆଙ୍କୁ (Kushmanda)କୁଷ୍ମାଣ୍ତା ରୂପରେ ପୂଜା କରାଯାଉଛି। ହିନ୍ଦୁ ନବ ବର୍ଷର ଆରମ୍ଭ ଚୈତ୍ର ମାସର ଶୁକ୍ଲ ପକ୍ଷର ପ୍ରତିପଦ ତିଥିରୁ ହୁଏ । ଏଥର ଚୈତ୍ର ଶୁକ୍ଲ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି । ଚୈତ୍ର ନବରାତ୍ରୀ ଏହି ଦିନରୁ ଆରମ୍ଭ ହୁଏ ଓ ହିନ୍ଦୁ ନୂତନ ବର୍ଷ ମଧ୍ୟ ଆରମ୍ଭ ହୁଏ । ଏହା ବିକ୍ରମ ସମ୍ୱତ ୨୦୮୦ ଭାବରେ ମଧ୍ୟ ଜଣାଶୁଣା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନୂତନ ବର୍ଷରେ କେତେକ ଗ୍ରହର ଗତିବିଧି ୪ଟି ରାଶିର (Zodiac Signs)ଜାତକର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ।  ଏଭଳି ପରିସ୍ଥିତିରେ ଆଜିଠୁ ଏ-ହି ୪ ରାଶିର ଲୋକେ ଆର୍ଥିକ କ୍ଷେତ୍ରରେ ସବଳ ହେବା ସହ ଘରେ ସୁଖ ସମୃଦ୍ଧି ମଧ୍ୟ ଦୂର ହେବ ।


COMMERCIAL BREAK
SCROLL TO CONTINUE READING

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଥର ବିକ୍ରମ ସମ୍ୱତ ୨୦୮୦ରେ ବୁଧ ଗ୍ରହର ରାଜକୁମାର ବୁଧ ରାଜା ହେବେ ଓ ଶୁକ୍ର ମନ୍ତ୍ରୀ ହେବେ । ଏଭଳି ପରିସ୍ଥିତିରେ ଏହାର ପ୍ରଭାବ ସମସ୍ତ ରାଶିର ଜାତକର ଲୋକଙ୍କ ଜୀବନ ଉପରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିପାରେ । ଏଠାରେ କହି ରଖୁଛୁ ଯେ, ୩୦ ବର୍ଷ ପରେ ଏଥର ଶନି କୁମ୍ଭରେ ବିରାଜମାନ ଅଛନ୍ତି । ଯେହେତୁ ରାହୁ ଓ ଶୁକ୍ର ମେଷ, କେତୁ ତୁଳା ରାଶି ଏବଂ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି । ଏପରି ପରିସ୍ଥିତିରେ ଜାଣନ୍ତୁ କେଉ ରାଶିର ଲୋକଙ୍କୁ ବିଶେଷ ଲାଭ ମିଳିବାକୁ ଯାଉଛି ।



Also Read : Chaitra Navratri 2023: ଚୈତ୍ର ନବରାତ୍ରୀରୁ ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ, ହେବେ ମାଲାମାଲ୍


Also Read : Chaitra Navratri 2023: ଚୈତ୍ର ନବରାତ୍ରୀର ଦିନକ ପୂର୍ବରୁ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଚମକି ଉଠିବ ଭଗ୍ୟ, ବର୍ଷିବ ଟଙ୍କା


ବିକ୍ରମ ସମ୍ୱତ ୨୦୮୦ ଏହି ରାଶିର ଜାତକଙ୍କ ପାଇଁ ଶୁଭ ଓ ଫଳପ୍ରଦ ହେବାକୁ ଯାଉଛି । ଧନୁ ରାଶି ଲୋକଙ୍କ ଭାଗ୍ୟରେ ବୃଦ୍ଧି ଘଟିବ । ଟଙ୍କା ରୋଜଗାରର ମାଧ୍ୟମ ବୃଦ୍ଧି ପାଇବ । କେବଳ ଏତିକି ନୁହେଁ, ଆପଣଙ୍କ ବାଣୀ ଅନ୍ୟମାନଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରିବ । ସାଙ୍ଗମାନଙ୍କ ସହିତ ଗୁଣାତ୍ମକ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ । କେବଳ ଏତିକି ନୁହେଁ, ଏ-ହି ଅବଧିରେ ଆପଣ ଭଲ ଚାକିରିର ସୁଯୋଗ (new job) ମଧ୍ୟ ପାଇବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ଲୋକଙ୍କ ପାଇଁ ଏଥର ବହୁତ ଅନୁକୂଳ ହେବାକୁ ଯାଉଛି । ବିଗିଡ଼ିଥିବା କାର୍ଯ୍ୟ ଏହି ସମୟ ମଧ୍ୟରେ ସୁଧାର ହୋଇପାରିବ । ଏହି ସମୟରେ ଶତ୍ରୁମାନେ ବୃତ୍ତିଗତ ଜୀବନରେ ପ୍ରାଧାନ୍ୟ ବିସ୍ତାର କରିବାକୁ ସମର୍ଥ ହେବେ ନାହିଁ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତା ଓ ଅଗ୍ରଗତି ହେବ । ଵୃଷରାଶି ଲୋକଙ୍କ ପାଇଁ ମଧ୍ୟ ଏ ଚୈତ୍ର ନବରାତ୍ରୀ ଶୁଭଫଳ ପ୍ରଦାନ କରିବାରେ ସହାୟକ ହେବ । 


ସେହିପରି ଆଜିଠାରୁ ମଧ୍ୟ ସିଂହ ରାଶିର ଲୋକମାନେ ବିଶେଷ ସୁବିଧା ପାଇବେ । ଏହି ଲୋକମାନେ ପୈତୃକ ସମ୍ପତ୍ତିରୁ ଉପକୃତ ହୋଇପାରିବେ । ଏହି ସମୟ ମଧ୍ୟରେ ଆୟର ଅର୍ଥରେ ବୃଦ୍ଧି ଘଟିବ । ଏ-ହି ସମୟ ମଧ୍ୟରେ ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ । ଅନ୍ୟପଟେ, ଯଦି ଆପଣ ଚାକିରି ବିଷୟରେ ଚିନ୍ତିତ ଅଛନ୍ତି, ତେବେ ଆପଣ ଏହି ସମୟ ମଧ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।


ସେହିପରି ଆଜିଠାରୁ, ମିଥୁନ ରାଶି ଲୋକଙ୍କ ମଧ୍ୟ ସୂର୍ଯ୍ୟଙ୍କ ପରି ଭାଗ୍ୟ ଚମକିବ ।  ଏହି ରାଶିର ଲୋକମାନଙ୍କ ଜୀବନରେ ଭଲ ଫଳାଫଳ ଆସିବ । ଏହି ସମୟ ମଧ୍ୟରେ ପଦୋନ୍ନତି ପାଇବାର ସମ୍ଭାବନା ଅଛି । ଆପଣ ବ୍ୟବସାୟରେ ସଫଳତା ପାଇପାରିବେ । ଏହି ଅବଧି ଆର୍ଥିକ ଲାଭ ଦେବ । କେବଳ ଏତିକି ନୁହେଁ, ଆପଣଙ୍କର ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ ଓ ଲକ୍ଷ୍ୟ ଉପରେ ଧ୍ୟାନ ରଖିବା ଦ୍ୱାରା ଲାଭ ମିଳିବ ।


ଚୈତ୍ର ନବରାତ୍ରୀରେ ନଅ ଦିନ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଏହାଦ୍ବାରା ଦେବୀକୃପା ଲାଭ ହେବା ସହିତ ଅନେକ ବାଧାବିଘ୍ନ ଦୂର ହୁଏ। ନବରାତ୍ରୀରେ ଦେବୀ ମା’ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ। ମା’ଙ୍କ ନଅ ରୂପ ହେଉଛି- ଶୈଳପୁତ୍ରୀ, ବହ୍ମଚାରିଣୀ, ଚନ୍ଦ୍ରଘଣ୍ଟା,କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। 


ଆଜି ଚୈତ୍ର ନବରାତ୍ରୀର ଚତୁର୍ଥ ଦିନ । ଆଜି ମାଆଙ୍କୁ (Kushmanda)କୁଷ୍ମାଣ୍ତା ରୂପରେ ପୂଜା କରାଯାଉଛି।  ମା’ ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପ ଦେବୀ କୁଷ୍ମାଣ୍ଡାଙ୍କୁ ପୂଜିବାର ବିଧି ରହିଛି । ଏହି ମା’ଙ୍କ ଆରାଧନା ଦ୍ୱାରା ଭକ୍ତଙ୍କ ବଳ, ବୁଦ୍ଧି ବିଦ୍ୟା, ପ୍ରେମ, ଜ୍ଞାନ,ଆୟୁ, ଯଶ, ଆରୋଗ୍ୟ, ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯେତେବେଳେ ସାରା ଜଗତ ଅସ୍ତିତ୍ୱ ବିହିନ ଥିଲା, ସେହି ସମୟରେ ଦେବୀ କୁଷ୍ମାଣ୍ଡା ପୁରା ବ୍ରହ୍ମାଣ୍ଡକୁ ସଂରଚନା କରିଥିଲେ ।
ସୃଷ୍ଟିର ଆଦି ସ୍ୱରୂପା ଦେବୀ ହେଉଛନ୍ତି କୁଷ୍ମାଣ୍ଡା । ତାଙ୍କର ଏହି ସ୍ୱରୁପକୁ ପ୍ରଜ୍ୱଳିତ ପ୍ରଭାକର ବୋଲି କୁହାଯାଏ । ଅର୍ଥାତ ଚମକୁ ଥିବା ସୂର୍ଯ୍ୟଙ୍କ ଭଳି । ତାଙ୍କର କିରଣ ଏତେ ମାତ୍ରାରେ ପ୍ରକାଶମୟ ଯେ ଦଶ କୋଣକୁ ପ୍ରଜ୍ୱଳିତ କରିପାରିବ । ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ମା’ କିରଣ ଛାଇ ହୋଇଛି । ଏ-ହାସହିତ ସେ ଅଷ୍ଟଭୁଜା ଦେବୀ ନାମରେ ପ୍ରସିଦ୍ଧ । ତାଙ୍କ ହସ୍ତରେ ପଦ୍ମ,କମଣ୍ଡଳ, ଅମୃତପୂର୍ଣ୍ଣ କଳଶ, ଧନୁଷ, ବାଣ, ଚକ୍ର, ଗଦା ଏବଂ ଜପମାଳା ଧାରଣ କରିଥାନ୍ତି । ସାରା ଜଗତକୁ ସିଦ୍ଧି ଏବଂ ନିଧି ପ୍ରଦାନ କରୁଥିବା ଦେବୀ ହେଉଛନ୍ତି ମା’ କୁଷ୍ମାଣ୍ଡା । ସେହିପରି ଦେବୀଙ୍କ ଠାରେ ଲାଲ ରଙ୍ଗ ଫୁଲ ଅର୍ପଣ କରି ହାଲୁଆ ଭୋଗ ଲଗାନ୍ତୁ । ଶୃଙ୍ଗାରରେ ରକ୍ତ ଚନ୍ଦନ ଅର୍ପଣ କରନ୍ତୁ । ଏହା ଦ୍ବାରା ଦେବୀ ମାଆ ସନ୍ତୁଷ୍ଟ ହୋଇ କୃଷା ବର୍ଷା କରିଥାନ୍ତି । 


Also Read : Balangir News: ଚାଷୀଙ୍କ ଜମିରେ ଥିବା ନଳକୂପରୁ ବାହାରୁଛି ସୁନା! ଦେଖିବା ପାଇଁ ଲୋକଙ୍କ ଭିଡ଼, ଅଞ୍ଚଳ ସିଲ୍ କଲା ପ୍ରଶାସନ


Also Read : Earth Hour 2023: ଆଜି ଘଣ୍ଟାଏ ଯାଏଁ ଅନ୍ଧକାରରେ ରହିବ ସମଗ୍ର ବିଶ୍ୱ, ଜାଣନ୍ତୁ ଏହି 'Earth Hour' ପାଳନ କରିବାର ଉଦ୍ଦେଶ୍ୟ?


Also Read : Egg Side Effects: ଅଣ୍ତା ଖାଉଥିଲେ ସାବଧାନ୍! ହୋଇପାରେ ଏହି ଘାତକ ରୋଗ


Also Read : Health Tips: ପାଇଲ୍ସରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆଜିହିଁ ଛାଡ଼ନ୍ତୁ ଏହି ଏସବୁ ଖାଦ୍ୟ