Chandra Grahan 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଚନ୍ଦ୍ର ଗ୍ରହଣ (Chandra Grahan 2023) ବା ସୂର୍ଯ୍ୟ ପରାଗ (Surya Grahan ) ହୁଏ। ସେହି ସମୟରେ ରାଶି (zodiac sign)ଗୁଡି଼କ ଉପରେ ପ୍ରଭାବ ପଡି଼ଥାଏ।  କାରଣ ଚନ୍ଦ୍ରଗ୍ରହଣ ସମୟରେ ଛାୟା ଗ୍ରହ ରାହୁ (rahu) ଓ କେତୁଙ୍କ (ketu) ପ୍ରଭାବ ରାଶି ଗୁଡିକ ଉପରେ ପଡିଥାଏ। ଆସନ୍ତା ଅକ୍ଟୋବର ୨୯ ତାରିଖରେ ଏକ ଚନ୍ଦ୍ର ଗ୍ରହଣ ହେବ।  ଚନ୍ଦ୍ରଗ୍ରହଣ ପରେ ରାହୁ ମୀନ ରାଶିରେ ପ୍ରବେଶ କରିବା ସହ କେତୁ ସେହି ଦିନ ତୁଳା ରାଶିକୁ ଚଳନ କରିବେ। ଏହା ବ୍ୟତିତ ଚନ୍ଦ୍ରଗ୍ରହଣ ପରେ ,ଶନି ମଧ୍ୟ କୁମ୍ଭ ରାଶିକୁ ଚଳନ କରିବେ। ତେବେ, ରାହୁ, କେତୁ ଓ ଶନିଙ୍କ (shani)ଙ୍କ ଏହି ମିଳନ (trigrahi yog) ତ୍ରିଗ୍ରହୀ ଯୋଗ ସୃଷ୍ଟି କରୁଛି। ତ୍ରିଗ୍ରହୀ ଯୋଗ କାରଣରୁ ତିନି ରାଶିର ଲୋକେ ଲାଭବାନ୍ ହେବେ। ଏହି ତିନି ରାଶିଙ୍କ ଜୀବନ ଧନଧାନ୍ୟରେ ଭରିଯିବା ସହ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। 


COMMERCIAL BREAK
SCROLL TO CONTINUE READING

ଧନବାନ୍ ହେବେ ଏହି ତିନି ରାଶିର ଲୋକେ:


ମିଥୁନ:  ରାହୁ, କେତୁ ଓ ଶନିଙ୍କ ତ୍ରିଗ୍ରହୀ ଯୋଗ ଏହି ରାଶିର ଲୋକଙ୍କ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ, ଏହି ରାଶିର ଲୋକେ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ।  ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆୟ ବଢିବ। କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ମାନେ ଶୁଭଫଳ ପାଇବେ।  କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବା ସହ ନୂଆ ନିଯୁକ୍ତି ଅଫର ମଧ୍ୟ ଆସିପାରେ। ଖାସ୍ କରି ବ୍ୟବସାୟୀମାନଙ୍କ ଉପରେ ଏହି ସମୟରେ ହାତୀ ସୁନା କଳସ ଢାଳିବ। ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଖାସ୍ କରି ଅବିବାହିତ ମାନଙ୍କ ପାଇଁ ଏହି ସମୟରେ ଭଲ ବିବାହ ପ୍ରସ୍ତାବ ଆସିପାର। ବୈବାହିକ ଜୀବନ ସୁଖମୟ ହେବ।  


ସିଂହ: ଚନ୍ଦ୍ରଗ୍ରହଣ ପରେ, ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟିବ। ଘର, ଗାଡି଼ କିଣିବାର ସମ୍ଭାବନା ରହିଛି । ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ। ଖାସ୍ କରି ଏହି ସମୟ ମଧ୍ୟରେ ପୁରୁଣା ନିବେଶରୁ ଅଧିକ ଅର୍ଥ ପାଇବେ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । ଖାସ୍ କରି ଏହି ଅବଧି ମଧ୍ୟରେ ଆପଣଙ୍କର ଏକ ବଡ ଲଟେରୀ ବି ଲାଗିପାରେ। ଯେଉଁଥିରୁ ଆପଣ ବିପୁଳ ପରିମାଣରେ ଅର୍ଥ ପାଇବେ। 


କର୍କଟ:  ଚନ୍ଦ୍ରଗ୍ରହଣ ପରେ ଏହି ରାଶିଙ୍କ ଭାଗ୍ୟ ସୁନାପରି ଚମକିବ। ଏହି ଅବଧି ମଧ୍ୟରେ ଆପଣଙ୍କ ଆତ୍ମବିଶ୍ୱାସ ବଢିବ। ଅକସ୍ମାତ୍ ଧନପ୍ରାପ୍ତିର ଯୋଗ ରହିଛି। ବିଦେଶର ଆପଣ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ।  କର୍ମକ୍ଷେତ୍ରରେ ଆପଣ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା। ସ୍ବାସ୍ଥ୍ୟ ଭଲ ରହିବ। ବୈବାହିକ ଜୀବନ ସୁଖମୟ ହେବ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଆଶାୟୀ ମାନେ ସୁସମ୍ବାଦ ପାଇବେ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)