HIV Aids: ଏଡସ ବା ଏକ୍ୱାୟାର୍ଡ ଇମ୍ୟୁନ ଡେଫିସିଏନସି ସିଣ୍ଡ୍ରୋମ ଏକ ବିରଳ ରୋଗ। ଯାହା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରାସ ବା ଏଚଆଇଭିର କାରଣ ହୋଇଥାଏ । ଏହି ରୋଗ ଏବେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ଏକ ବଡ କାରଣ ହେଉଛି ଜନସଚେତନତାର ଅଭାବ। କଣ ଆପଣ ଜାଣନ୍ତି କି ଏହି ଏଡସ ରୋଗ କେମିତି ବ୍ୟାପିଥାଏ। ଏଚଆଇଭି ଏଡସ ସଂକ୍ରମିତ ବ୍ଲଡର ଦୂଷିତ ଇଞ୍ଜେକ୍ସନ ବା ଚିକିତ୍ସା ଉପକରଣର ବ୍ୟବହାର ଅନ୍ୟମାନଙ୍କ ଉପରେ କରିବା ଦ୍ୱାରା ଏହି ରୋଗ ଅତି ସହଜରେ ବ୍ୟାପିଥାଏ। ନଚେତ ଏଚଆଇଭି ପଜିଟିଭି ପାର୍ଟନରଙ୍କ ସହ ଅସୁରକ୍ଷିତ ଭାବେ ଯୌନ ସମ୍ପର୍କ ଗଢିଉଠିଲେ ମଧ୍ୟ ଏହି ରୋଗ ଅତି ସହଜରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ।


COMMERCIAL BREAK
SCROLL TO CONTINUE READING

ଏଡସର ଲକ୍ଷଣ:


-ଏଚ୍.ଆଇ.ଭିରେ ସଂକ୍ରମିତ ହେଲେ ଏହାର ଜୀବାଣୁ ନିଜକୁ ବହୁଗୁଣିତ କରି ପ୍ରତିରକ୍ଷା କୋଷଗୁଡ଼ିକୁ ନଷ୍ଟ କରିବାକୁ ଲାଗିଥାଏ।


-ଏଚ୍.ଆଇ.ଭି ସଂକ୍ରମିତମାନେ ବାରମ୍ବାର ଜ୍ୱରରେ ପଡ଼ିଥାନ୍ତି।


-ଅନାବଶ୍ୟକ ଭାବେ ଶରୀରର ଓଜନ ହ୍ରାସ ହେବାକୁ ଲାଗିଥାଏ।


-ରାତିରେ ଦେହରୁ ମାତ୍ରାଧିକ ଝାଳ ନିର୍ଗତ ହୋଇଥାଏ।


-ଅଧିକ ମାତ୍ରାରେ ଥକ୍କାପଣ ଅନୁଭବ ହୋଇଥାଏ।


-ଏକ ସପ୍ତାହରୁ ଅଧିକ ସମୟ ଧରି ଡାଇରିଆ ଲାଗି ରହିଥାଏ।


-ଚର୍ମରେ କୁଣ୍ଡେଇ ହେବା, ଘା ହେବା ଆଦି ଦେଖିବାକୁ ମିଳିଥାଏ।


ତେବେ ପ୍ରତି ବର୍ଷ ଡିସେମ୍ବର ୧ ତାରିଖରେ ସାରା ବିଶ୍ୱରେ 'ବିଶ୍ୱ ଏଡସ୍ ଦିବସ' (World Aids Day) ଭାବରେ ପାଳନ କରାଯାଏ। ଲୋକଙ୍କୁ ଏଡସ୍ (AIDS) ବିଷୟରେ ଅବଗତ କରାଇବା ଏବଂ ଏହି ରୋଗ ହେତୁ ମୃତ୍ୟୁ ମୁଖରେ ପଡ଼ୁଥିବା ଲୋକଙ୍କୁ ମନେ ରଖିବା ପାଇଁ ଏହି ଦିନ ପାଳନ କରାଯାଏ।