Diabetes Control Tips: ମେଦବହୁଳତା ଏବଂ ମଧୁମେହ ଆଜିର ସମୟର ଦୁଇଟି ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି। ବ୍ୟସ୍ତ ଜୀବନଶୈଳୀ, ଭୁଲ ଖାଦ୍ୟ ହେଉଛି ଏହାର ମୁଖ୍ୟ କାରଣ। ହେଲେ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସରେ ଉନ୍ନତି କରି ଆମେ ଏହି ସମସ୍ୟାରୁ ରକ୍ଷା ପାଇପାରିବା। ମଧୁମେହରେ ରକ୍ତରେ ଶର୍କରା ସ୍ତର ବହୁତ ବଢି ଯାଇଥାଏ। ଯେଉଁ କାରଣରୁ ଶରୀରର ଇନସୁଲିନ୍ ଉତ୍ପାଦନ କ୍ଷମତା ପ୍ରଭାବିତ ହେବାକୁ ଲାଗେ। ଅନେକ ଥର ଏପରି ମଧ୍ୟ ହୋଇଥାଏ ଯେ ଶରୀର ସକ୍ରିୟ ଭାବରେ ଇନସୁଲିନ୍ ବ୍ୟବହାର କରିବାରେ ସକ୍ଷମ ହୁଏ ନାହିଁ।


COMMERCIAL BREAK
SCROLL TO CONTINUE READING

ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆପଣ ଆପଣଙ୍କର ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ଏହା ବ୍ୟତୀତ ଏପରି ଅନେକ ଘରୋଇ ଉପଚାର ରହିଛି ଯାହା ଦ୍ୱାରା ଆପଣ ମଧୁମେହ ନିୟନ୍ତ୍ରଣ କରିପାରିବେ। ଏହା ଦ୍ୱାରା ଆପଣ ସାଧାରଣ ଜୀବନଯାପନ କରିପାରିବାକୁ ସକ୍ଷମ ହେବେ।


୧.ତୁଳସୀ ପତ୍ର ବ୍ୟବହାର କରି ମଧୁମେହ ନିୟନ୍ତ୍ରଣ କରନ୍ତୁ (basil leaves for diabetes)
ତୁଳସୀ ପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ। ଏହା ବ୍ୟତୀତ ଆହୁରି ଅନେକ ଉପାଦାନ ତୁଳସୀ ପତ୍ରରୁ ମିଳିଥାଏ। ଯାହା ଅଗ୍ନାଶୟ ବିଟା କୋଷକୁ ଇନସୁଲିନ୍ ଆଡକୁ ସକ୍ରିୟ କରିଥାଏ। ଏହି କୋଷ ଇନସୁଲିନ କ୍ଷରଣକୁ ବଢାଇଥାଏ। ସକାଳେ ଉଠିବା ପରେ ଖାଲି ପେଟରେ ଦୁଇରୁ ତିନୋଟି ତୁଳସୀ ପତ୍ର ଚୋବାନ୍ତୁ। ଯଦି ଆପଣ ଚାହାଁନ୍ତି, ଆପଣ ତୁଳସୀ ପତ୍ର ରସ ମଧ୍ୟ ପିଇପାରିବେ। ଯାହା ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ।


୨. ଲାଭଦାୟକ ହୋଇଥାଏ ଦାଲଚିନି ପାଉଡର ବ୍ୟବହାର (dalchini powder for diabetes)
ଦାଲଚିନି ଭାରତୀୟ ରୋଷେଇରେ ବ୍ୟବହୃତ ଏକ ପ୍ରମୁଖ ମସଲା। ଦାଲଚିନି ବ୍ୟବହାର ସହିତ ଇନସୁଲିନ୍ ସମ୍ବେଦନଶୀଳତା ବଢିଥାଏ। ରକ୍ତରେ ସୁଗାର ସ୍ତର ହ୍ରାସ ଏବଂ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ଦାଲଚିନି। ନିୟମିତ ଦାଲଚିନି ସେବନ କରିବା ଦ୍ୱାରା ମେଦବହୁଳତା ମଧ୍ୟ ହ୍ରାସ କରାଯାଇ ପାରେ। ଦାଲଚିନି ଗ୍ରାଇଣ୍ଡ କରି ଭଲ ପାଉଡର ପ୍ରସ୍ତୁତ କରନ୍ତୁ। ଏହାକୁ ଉଷୁମ ପାଣିରେ ସେବନ କରନ୍ତୁ। ହେଲେ ଏହାର ପରିମାଣ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଅଧିକ ମାତ୍ରା ଦାଲଚିନି ପାଉଡର ଗ୍ରହଣ କରିବା ବିପଜ୍ଜନକ ହୋଇପାରେ।


୩. ଗ୍ରୀନ୍ ଟି ପିଇବା ହୋଇଥାଏ ଲାଭଦାୟକ (green tea for diabetes) 
ଗ୍ରୀନ୍ ଟି ରେ ଅଧିକ ପରିମାଣର ପଲିଫେନୋଲ୍ ମିଳିଥାଏ। ଯାହା ଏକ ସକ୍ରିୟ ଆଣ୍ଟିଅକ୍ସିଡାଣ୍ଟ। ଯାହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଗ୍ରୀନ୍ ଟି ପିଇବା ଲାଭଦାୟକ ହୋଇଥାଏ।


୪. ସଜନା ପତ୍ର ରସ ମଧ୍ୟ ହୋଇଥାଏ ଲାଭଦାୟକ (drumstick leaves powder for diabetes)
ମଧୁମେହକୁ ନିୟନ୍ତ୍ରଣ କରିବାରେ ସଜନ ପତ୍ରର ରସ ମଧ୍ୟ ବହୁତ ପ୍ରଭାବଶାଳୀ। ସଜନା ପତ୍ରକୁ ଗ୍ରାଇଣ୍ଡ୍ କରି ଏହାକୁ ସକାଳେ ଖାଲି ପେଟରେ ଖାଆନ୍ତୁ। ଯାହା ଦ୍ୱାରା ଶରୀରେ ସୁଗାର ଲେବଲ ବଢିବ ନାହିଁ। 


୫. ଜାମୁକୋଳି ମଞ୍ଜି କରିପାରିବେ ସେବନ (jambu beej powder for diabetes)
ମଧୁମେହ ନିୟନ୍ତ୍ରଣ କରିବାରେ ଜାମୁକୋଳି ମଞ୍ଜି ମଧ୍ୟ ଲାଭଦାୟକ। ଜାମୁକୋଳି ମଞ୍ଜିକୁ ଭଲ ଭାବରେ ଶୁଖାଇ ଦିଅନ୍ତୁ। ଏହା ଶୁଖିବା ପରେ ଏକ ପାଉଡର ତିଆରି କରିବା ପାଇଁ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଖାଲି ପେଟରେ ସକାଳେ ଉଷୁମ ପାଣି ସହିତ ଜାମୁ କୋଳି ସେବନ କରନ୍ତୁ। ଯାହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହୟକ ହେବ।