Brain Tumor: ସବୁବେଳେ ମୁଣ୍ଡବିନ୍ଧା ଅଧିକାଂଶ ସମୟରେ ବ୍ରେନ୍ ଟ୍ୟୁମରର କାରଣ ହୋଇପାରେ। ମୁଣ୍ଡ ବିନ୍ଧା ସହ ଯେକୌଣସି କାମ କରିବା ସମୟରେ ହାତ ଓ ପାଦ ଥରିବା ଏହାର ଲକ୍ଷଣ ହୋଇପାରେ। ତେବେ ଏହି ଟ୍ୟୁମର ଛୋଟ ଥିବା ବେଳେ ଆରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ଏହା ବଡ଼ ହେବା ପରେ ଏହାର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର କ'ଣ ସବୁ ରହିଛି ଏହାର ଲକ୍ଷଣ।


COMMERCIAL BREAK
SCROLL TO CONTINUE READING

 ବ୍ରେନ ଟ୍ୟୁମରର ଲକ୍ଷଣଗୁଡ଼ିକ କ’ଣ?


-କହିବାରେ ଅସୁବିଧା ଅନୁଭବ କରିବା।


- ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯିବା।


-ଶରୀରକୁ ସନ୍ତୁଳିତ କରିବାରେ ଅସୁବିଧା ଅନୁଭବ ହେବା।


-ସବୁବେଳେ ବାନ୍ତି ଲାଗିବା କିମ୍ବା ବାନ୍ତି ଅନୁଭବ କରିବା।


-ଶରୀରର ମାଂସପେଶୀ ସଙ୍କୁଚିତ ହେବାକୁ ଲାଗିବା।


- ସବୁବେଳେ ଥକାପଣ ଅନୁଭବ କରିବା।


-ହାତ ଓ ପାଦରେ ସମ୍ବେଦନଶୀଳତା।


-ସ୍ମରଣ ଶକ୍ତି ଦୁର୍ବଳ ହୋଇଯିବା


-ସବୁବେଳେ ମୁଣ୍ଡ ବିନ୍ଧିବା।


ବ୍ରେନ ଟ୍ୟୁମରର କାରଣ:


ଡାକ୍ତରଙ୍କ ଅନୁଯାୟୀ, ବ୍ରେନ୍ ଟ୍ୟୁମର ମୁଣ୍ଡ ଭିତରେ ଜନ୍ମ ହୋଇଥିବା ଏକ ମାଂସ, ଯାହା ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ। ଅନେକ ଥର ପଡ଼ିଯିବା ଦ୍ବାରା ଏହି ମାଂସ ସୃଷ୍ଟି ହୋଇଥାଏ ବେଳେବେଳେ ବଂଶଗତ କାରଣରୁ ମଧ୍ୟ ଏହା ହୋଇଯାଏ। ଯେଉଁମାନେ ବିକିରଣର ଅଧିକ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କ ପାଖରେ ମଧ୍ୟ ବ୍ରେନ ଟ୍ୟୁମର ହେବାର ଆଶଙ୍କା ରହିଥାଏ।