Types of Kisses: କାମସୁତ୍ର (Kamasutra Book) ଆଜି ଠାରୁ ୨୦୦୦ ବର୍ଷ ପୂର୍ବେ ଋଷି ବାତ୍ସାୟନ (Vatsayayana) ଲେଖିଥିଲେ । ଏହି ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଫ୍ଲାଇଙ୍ଗ କିସ୍ ପରି ଚୁମ୍ୱନ ବିଷୟରେ ମଧ୍ୟ ଲେଖାଯାଇଛି । ଚୁମ୍ୱନ (Kiss) କେତେ ପ୍ରକାର ହୋଇଥାଏ ଓ ସେଗୁଡ଼ିକର ନାମ ମଧ୍ୟ ଏହି ପୁସ୍ତକ (Kama Sutra) ରେ ଲେଖାଯାଇଛି । ଏହା ବ୍ୟତୀତ ଚୁମ୍ବନକୁ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କରେ ଏକ ପ୍ରାକୃତିକ ପ୍ରତିକ୍ରିୟା ଭାବରେ ବର୍ଣ୍ଣନା କରାଯାଇଛି । କାମସୁତ୍ରମରେ ପ୍ରାୟ ୨୫୦ ପ୍ରକାରର ଚୁମ୍ବନ ବିଷୟରେ ଉଲ୍ଲେଖ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଋଷି ବାତ୍ସାୟନଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକ କାମାସୁତ୍ରମରେ ସଂକ୍ରାନ୍ତକ, ସମ୍ପୁଟକ, ସାମ ଏବଂ ତିର୍ୟକ ଭଳି ଶବ୍ଦ ଉଲ୍ଲେଖ କରାଯାଇଛି । ଏହି ସମସ୍ତ ବିଭିନ୍ନ ପ୍ରକାରର ଚୁମ୍ବନ, ଯାହାକୁ ଏହି ନାମ ଦିଆଯାଇଛି । ଏହି ପୁସ୍ତକ ସାରା ବିଶ୍ୱରେ ପ୍ରସିଦ୍ଧ । ଏହା ୧୮୮୩ ମସିହାରେ ଇଂରାଜୀରେ ପ୍ରକାଶିତ ହୋଇଥିଲା । ଋଷି ବାତ୍ସାୟନଙ୍କ ଦ୍ୱାରା ଲିଖିତ କାମସୁତ୍ରମରେ ଚୁମ୍ବନ ଉପରେ ସମ୍ପୂର୍ଣ୍ଣ ଅଧ୍ୟାୟ ଅଛି । ଏହା କ’ଣ ଓ କିପରି କରାଯିବ ସେ ସମ୍ବନ୍ଧରେ ସମସ୍ତ ସୂଚନା ଅଛି । ଏହାକୁ ଅଙ୍ଗ, ଭାବନା, ଚୁମ୍ବନ ସ୍ଥିତିକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକୁ ଅବପୀଡ଼ିତ, ଉତ୍ତର ଚୁମ୍ବିତକ, ଉତ୍ତର ଚୁମ୍ୱିତକ, ସମ୍ପୁଟକ, ମୃଦୁ, ଅଞ୍ଚିତ, ଚଲିତକ୍, ଉଦ୍ଭାନ୍ତ, ଅବଲୀଢ଼ ପୀଡିତକ, ତର୍ୟକ, ସମ୍, ପ୍ରତିବୋଧକ ଭଳି ନାମ ଦିଆଯାଇଛି ।


ଏଥିରେ ମୃଦୁ ପୁରୁଷ କିମ୍ବା ସ୍ତ୍ରୀର ଆଖି ଓ କପାଳରେ ପ୍ରେମ ଚୁମ୍ବନ, ପ୍ରତିବୋଧିତ ବିଛଣା ଉପରେ ଶୋଇଥିବା ମହିଳାଙ୍କ ଗାଲରେ ପ୍ରେମପୂର୍ଣ୍ଣ ଚୁମ୍ବନ ବିଷୟରେ କୁହାଯାଇଛି । ଏହା ବ୍ୟତୀତ ଘଟ୍ଟିତକ, ସ୍ପୁତରିକତ, ପାଦଙ୍ଗୁଷ୍ଠ, ସଂକ୍ରାନ୍ତକ ଚୁମ୍ୱନ ଏବଂ କାମସୁତ୍ରମ୍ ଛାୟା ଚୁମ୍ୱନ ଭଳି ପ୍ରକାର ଅଛି । ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏଥିପାଇଁ କୌଣସି ସ୍ଥିର ଫର୍ମୂଲା ନାହିଁ ।


ଅଧିକ ପଢ଼ନ୍ତୁ:-୩୦ ବର୍ଷ ପରେ ସୃଷ୍ଟି ହେଉଛି ଅଖଣ୍ଡ ସାମ୍ରାଜ୍ୟ ରାଜଯୋଗ, ଏସବୁ ରାଶିର ଲୋକଙ୍କ ଉପରେ ହେବ ଧନ ବର୍ଷା,ଭାଗ୍ୟୋଦୟର ରହିଛି ପ୍ରବଳ ଯୋଗ!


ଅଧିକ ପଢ଼ନ୍ତୁ:-ଚାମ୍ପିଅନ୍ ଅଧିନାୟକଙ୍କ କଟିବ ପତା, ରାହୁଲ ଦ୍ରାବିଡଙ୍କ କଠୋର ନିଷ୍ପତ୍ତି, ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ମିଳିବନି ସ୍ଥାନ!


ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୬ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ସରକାର କଲେ ଘୋଷଣା


କେବଳ ଋଷି ବାତ୍ସାୟନଙ୍କର କାମସୁତ୍ର ନୁହେଁ ବରଂ ଆହୁରି ଅନେକ ପୁସ୍ତକ ଅଛି, ଯେଉଁଥିରେ ଚୁମ୍ବନ ଏବଂ ପ୍ରେମ ପଦ୍ଧତି ଉପରେ ଲେଖାଯାଇଛି । ସେଥିମଧ୍ୟରୁ ଚାରୟଣ, ସୁଭର୍ଣ୍ଣନାଭ, ଘୋଟକମୁଖ, ଗୋନର୍ଦିଆ, ଗୋନିକାପୁତ୍ର, କୁଚୁମାର, ଔଦ୍ଦାଲକି, ନନ୍ଦୀ, ବାଭ୍ରବ୍ୟ, ଦତ୍ତକଙ୍କ ନାମ ଆସେ । ଏହାର ଅର୍ଥ ହେଉଛି ଏହି ବିଷୟ ଉପରେ ଋଷ ମୁନିମାନେ ପୂର୍ବରୁ ଲେଖିଛନ୍ତି । ଏହିପରି ଅଧିକାଂଶ ପାଠ୍ୟ ମନୋବିଜ୍ଞାନ ଉପରେ ଆଧାରିତ । ଯଦି ଆମେ ଚୁମ୍ବନ ଓ ପ୍ରେମ ବିଷୟରେ କଥାବାର୍ତ୍ତା କରୁ, ତେବେ ଏହା କାଲିଦାସଙ୍କ ନାଟକ ଓ କାବ୍ୟରେ ମଧ୍ୟ ଉଲ୍ଲେଖ କରାଯାଇଛି । କାମସୂତ୍ର ବିଷୟରେ ରୀତିକାଳର କବିମାନେ ମଧ୍ୟ କହିଛନ୍ତି । ଏହା ବ୍ୟତୀତ ଗୀତା-ଗୋବିନ୍ଦର ରଚିୟତା ଜୟଦେବ କାମସୁତ୍ରର ମହତ୍ତ୍ୱ ବିଷୟରେ କହିଛନ୍ତି ।