Urfi Javed's controversial topless video: ଉର୍ଫି ଜାଭେଦ୍ ନିଜ କାମ ଅପେକ୍ଷା ଡ୍ରେସିଂ ଷ୍ଟାଇଲ୍ ଯୋଗୁଁ ଖବରରେ ରହିଥାନ୍ତି । ଉର୍ଫି ତାଙ୍କ ଫ୍ୟାଶନ୍ ଇନ୍ସ ପାଇଁ ହେଡଲାଇନରେ ରହିଛନ୍ତି । ଉର୍ଫି ନିଜ ଡ୍ରେସ ଡିଜାଇନ୍ ଓ ସାହସିକତା ଯୋଗୁଁ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ଦେଖାଯାଏ । ଉର୍ଫି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଓ ପ୍ରଶଂସକମାନଙ୍କ ସହିତ ଷ୍ଟାଇଲିସ୍ ଭିଡିଓ ଓ ଫଟୋ ସେୟାର କରନ୍ତି । ପୁଣିଥରେ ଉର୍ଫି ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୀପାବଳି ଅବସରରେ ପ୍ରଶଂସକଙ୍କ ସହ ଉର୍ଫି ଏହି ଭିଡିଓ ସେୟାର କରିଛନ୍ତି । ଏଥିରେ ଉର୍ଫି ନିଜ ସାହସର ସମସ୍ତ ସୀମା ଅତିକ୍ରମ କରିଛନ୍ତି । ସେ ସେୟାର କରିଥିବା ଭିଡିଓରେ ଟପଲେସ୍ ଥିବା ନଜର ଆସୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ନିକଟରେ ଉର୍ଫି ଜାଭେଦ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ଉର୍ଫି ଏକ ବୋଲ୍ଡ ଅବତାରରେ ଦେଖାଯାଏ ।  ଉର୍ଫି ଏକ ମାରୁନ୍ ରଙ୍ଗ ଲେହେଙ୍ଗାରେ ଦେଖାଯାଏ । କିନ୍ତୁ, ଉର୍ଫି ଟପ୍ ପିନ୍ଧିବାକୁ ଭୁଲିଯାଇଥିବା ପରି ମନେହୁଏ! ହଁ ଆଜ୍ଞା, ଉର୍ଫି ଜାଭେଦ୍ ଲେହେଙ୍ଗା ସହିତ ଟପ୍ ଲେସ ଅଛନ୍ତି । ଏହା ସହ ସେ ଏକ ଲାଲ୍ ସୋଫାରେ ବସି ମିଠା ଖାଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସହିତ ଉର୍ଫି ନିଜ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅନେକ ପ୍ରକାରର ମିଠା ଉର୍ଫି ସାମ୍ନାରେ ଥିବା ଟେବୁଲ ଉପରେ ରହିଛି । ସେଠାରୁ ଗୋଟିଏ ମିଠା ଉଠାଇ ଉର୍ଫି ଏହାକୁ ଉପଭୋଗ କରୁଛନ୍ତି । ଭିଡିଓରେ, ଏକ ଗୀତ ବାଜୁଛି, 'ଆଜ ଜାନେକା ଜିଦ୍ ନା କରୋ...'। ଏହି ଭିଡିଓ ସହିତ ଉର୍ଫି କ୍ୟାପସନରେ ଲେଖିଛନ୍ତି, 'ସମସ୍ତଙ୍କୁ ଶୁଭ ଦୀପାବଳି।'



ଏହାକୁ ନେଇ ଭାରତୀୟ ସଂସ୍କୃତି ଉପରେ କୋଠାରଗତ କରିବାକୁ ଚେଷ୍ଟା କରି ସେ କିପରି ପର୍ବପର୍ବାଣୀରେ ଏପରି ଜିନିଷ ପୋଷ୍ଟ କରୁଛନ୍ତି ବୋଲି ଅନେକ ୟୁଜର୍ସ କମେଣ୍ଟ ଦେଇଥିଲେ । ଏହି କମେଣ୍ଟ ପରେ ଉର୍ଫି ଜାଭେଦ୍ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ରଣକ୍ଷେତ୍ର ପାଲଟିଛି । ଉର୍ଫି ନିଜ ପ୍ରତିକ୍ରିୟାରେ ଏକ ଦେବୀ କାଳୀଙ୍କ ଫଟୋ ପୋଷ୍ଟ କରି ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଏହା ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି "ଯେଉଁମାନେ କହୁଛନ୍ତି ଯେ ମୁଁ ଭାରତୀୟ ସଂସ୍କୃତିକୁ ନଷ୍ଟ କରୁଛି, ସେମାନେ ପ୍ରଥମେ ଏହା ଜାଣନ୍ତି । ଭାରତୀୟ ସଂସ୍କୃତିରେ ମହିଳାଙ୍କ ଶରୀର କେବେବି ଯୌନ ସମ୍ବନ୍ଧୀୟ ଦେଖାଯାଇ ନାହିଁ । ମୋଗଲ ଆକ୍ରମଣ ପରେ ମହିଳାମାନେ ନିଜ ଶରୀରକୁ ଆଚ୍ଛାଦନ କରିଥିଲେ । ଆମେ ମହିଳାମାନଙ୍କୁ, ସେମାନଙ୍କର ଶରୀରକୁ ପୂଜା କରୁଥିଲୁ । ଆମେ ମହିଳାମାନଙ୍କୁ ସମ୍ମାନ କରୁଥିଲୁ । ଯେଉଁମାନେ ମଧ୍ୟ ଶିଖିବାକୁ ଚାହାଁନ୍ତି, ମୁଁ ଆପଣଙ୍କୁ ସମସ୍ତଙ୍କୁ ଶିକ୍ଷା ଦେଇ ଖୁସି ଅଟେ । ଏହା ଘଟୁଛି! କାରଣ ମୁଁ ମୋର ହୋମୱାର୍କ କରିଥିଲି,  ଆପଣ ଅଧା ଯୁବକମାନଙ୍କ ଠାରୁ ବିପରୀତ ।"


ଏହା ବି ପଢ଼ନ୍ତୁ: Surya Grahan 2022: ସୂର୍ଯ୍ୟ ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଏହି ଜିନିଷଗୁଡ଼ିକରେ ନିଅନ୍ତୁ ବିଶେଷ ଯତ୍ନ