Vastu tips for home: ସାଧାରଣତଃ ଘର ସଜାଇବା ମହିଳା ମାନେ ଭଲ ପାଆନ୍ତି। ସୁନ୍ଦର ସୁନ୍ଦର ଜିନିଷ, କାଚ ତଥା ମାଟିରେ ତିଆରି ପାତ୍ର ଆଣି ଘରେ ରଖିବା ଓ ବିଭିନ୍ନ ପ୍ରକାରର ଗଛ ଲଗାଇ ଘରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରନ୍ତି। ତେବେ ଘର ସଜାଇବା ସମୟରେ ସମସ୍ତେ ବାସ୍ତୁକୁ ଧ୍ୟାନରେ ରଖିଥାଆନ୍ତି। କାରଣ ଘରର ସମୃଦ୍ଧି, ଉନ୍ନତି ଓ ଘରେ ଶାନ୍ତି ବଜାୟ ରହିବା ପାଇଁ ବାସ୍ତୁ ଅନୁସାରେ ସମସ୍ତ ଜିନିଷ ରହିବା ଉଚିତ୍। କାହିଁ ପୁରାତନ କାଳରୁ ବାସ୍ତୁ ଶାସ୍ତ୍ରର(vatu sastra) ମହତ୍ତ୍ୱ ରହି ଆସିଛି। ତେବେ ବାସ୍ତୁ ବିଶେଷଜ୍ଞମାନଙ୍କର କହିବା ଅନୁସାରେ କ୍ରାସୁଲା ଗଛ (Crassula tree) ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ରହିବା ସହ ଦେବତା ମାନେ ପ୍ରସନ୍ନ ହୋଇଥାଆନ୍ତି। ଆସନ୍ତୁ ଜାଣିବା ଏହି ଗଛ ବିଷୟରେ।


COMMERCIAL BREAK
SCROLL TO CONTINUE READING

କ୍ରାସୁଲା ଗଛ(Crassula tree) ମନି ପ୍ଳାଣ୍ଟ ନାମରେ ଜଣାଶୁଣା । ଏହି ଗଛ ଗୁଡି଼କ ଆକାରରେ ଛୋଟ ହେବା ସହ ଗାଢ ସବୁଜ ରଙ୍ଗର ହୋଇଥାଏ । ଅନ୍ୟ ମନି ପ୍ଲାଣ୍ଟ ପରି ଖାଲି ପାଣି ବୋତଲରେ ନ ରଖି ଏହାକୁ ମାଟି କୁଣ୍ଡରେ ଲଗାଯାଇଥାଏ । ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି ତଥାପି କୌଣସି ସଫଳତା ହାସଲ ହେଉନି ତେବେ ଏହି ଗଛ ଆଣି ନିଜ ଘରେ ଲଗାନ୍ତୁ । ଉଭୟ ଖରା କିମ୍ବା ଛାଇ ଥିବା ସ୍ଥାନରେ ଏହା ବହୁତ ଭଲ ଭାବରେ ବଢିପାରେ। ଘରେ ଏହି ଗଛ ଲଗାଇବା ଦ୍ଵାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । କ୍ରାସୁଲା ପ୍ଲାଣ୍ଟକୁ ମନି ଗ୍ରୋଥ ଟ୍ରି ମଧ୍ୟ କୁହାଯାଏ। ଏହା ଫ୍ରେଣ୍ଡସିପ୍ ଟ୍ରି, ଲକି ପ୍ଲାଣ୍ଟ, ଜେଡ ପ୍ଲାଣ୍ଟ  ନାମରେ ମଧ୍ୟ ଜଣାଶୁଣା। ଆକାରରେ ଦେଖିବାକୁ ଗଲେ ଏହା ବହୁତ ଛୋଟ ହୋଇଥାଏ। ତେବେ ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ ନଥାଏ। ସପ୍ତାହକୁ ମାତ୍ର ୨ ରୁ ୩ ଥର ପାଣି ଦେଲେ ଏହି ଗଛ ଆପେ ବଢିଥାଏ।


କେଉଁଠି ଲଗାଇବେ କ୍ରାସୁଲା ଗଛ?


କ୍ରାସୁଲା ପ୍ଲାଣ୍ଟକୁ(Crassula tree) ଉଭୟ କାର୍ଯ୍ୟାଳୟ ତଥା ଘରେ ଆପଣ ଲଗାଇ ପାରିବେ। ଉପଯୁକ୍ତ ଦିଗରେ ଏହି ଗଛ ଲଗାଇବା ଦ୍ୱାରା ମଙ୍ଗଳ ହୋଇଥାଏ। ନିଜ ଅଫିସରେ ଏହି ଗଛକୁ ଆପଣ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇ ପାରିବେ। ଏହା କାର୍ଯ୍ୟାଳୟକୁ ଖରାପ ନଜରରୁ ରକ୍ଷା କରିଥାଏ। କୌଣସି କାର୍ଯ୍ୟ ହେଉ ନଥିଲେ ଏହି ଗଛ ଆଣି ନିଜ ଅଫିସରେ ଲଗାନ୍ତୁ। କିଛି ଦିନ ମଧ୍ୟରେ ଆପଣଙ୍କର କାର୍ଯ୍ୟ ଫଳପ୍ରଦ ହେବ। ଏହି ଗଛ କାର୍ଯ୍ୟାଳୟରେ ସମସ୍ତ ବାସ୍ତୁ ଦୋଷ ଦୂର କରିବା ସହ ନକରାତ୍ମକ ଶକ୍ତିଠାରୁ ଦୂରେଇ ରଖିଥାଏ।



ବାସ୍ତୁ ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ, ଏହି ଗଛକୁ ସମସ୍ତେ ନିଜ ଘରେ ଲଗାଇବା ଉଚିତ୍। କିନ୍ତୁ ନିଜ ଘରର ମୁଖ୍ୟ ଦ୍ୱାରଠାରୁ ଏହାକୁ ଦୂରେଇକି ଲଗାଇବା ପାଇଁ କୁହାଯାଇଥାଏ । ଆପଣ ମାନେ ଏହାକୁ ନିଜର ଡ୍ରଇଂ ରୁମରେ ଲଗାଇ ପାରିବେ। ଶୋଇବା ଘରେ କିମ୍ବା ଶେଯ ପାଖରେ ଏହି ଗଛ ଲଗାଇବା ପାଇଁ ଜ୍ୟୋତିଷ ମାନେ ବାରଣ କରନ୍ତି। କାରଣ ଶୋଇବା ଘର ହେଉଛି ଆରାମ କରିବା ସ୍ଥାନ। ସେହି ସ୍ଥାନରେ କ୍ରାସୁଲା ଗଛ ଲଗାଇଲେ ଏହା ନକରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ଏହା ଛଡା ରୋଷେଇ ଘରେ ମଧ୍ୟ ଏହାକୁ ଲଗାଇବା ପାଇଁ ମନା କରାଯାଇଛି। କୌଣସି ଅନ୍ଧାରୁଆ ସ୍ଥାନରେ ନ ଲଗାଇ ଏହାକୁ ସୂର୍ଯ୍ୟାଲୋକ ପଡୁଥିବା ସ୍ଥାନରେ ଲଗାନ୍ତୁ। ନିଜ ଘରର ବାଲ୍‌କୋନୀ କିମ୍ବା ଛାତ ଉପରେ ଏହି ଗଛକୁ ଲଗାଇ ପାରିବେ। ତେବେ ଘରେ କ୍ରାସୁଲା ଗଛ ଲଗାଇଲେ ଏହାର ପତ୍ର ଯେପରି ସବୁବେଳେ ସଫା ରହିବ , ସେ ସମ୍ପର୍କରେ ବିଶେଷ ଧ୍ୟାନ ଦେବା ଉଚିତ୍।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ଜ୍ଞାନ ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)