Proposed IPO: ଏଲଆଇସି ପରେ ଆଉ ଏକ ସରକାରୀ କମ୍ପାନି ଏହାର ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଛି। ଭାରତ ସରକାରଙ୍କ ମାଲିକାନାରେ ଥିବା ଏହି କମ୍ପାନି ହେଉଛି WAPCOS ଲିମିଟେଡ। ଜଳଶକ୍ତି ମନ୍ତ୍ରଳୟର ପ୍ରଶାସନିକ ନିୟନ୍ତ୍ରଣରେ ଆସୁଥିବା WAPCOS ଲିମିଟେଡ ଏହାର ପ୍ରସ୍ତାବିତ ଆଇପିଓ ପାଇଁ ବଜାର ନିୟନ୍ତ୍ରକ (SEBI) ସଂସ୍ଥାନରେ ପ୍ରାରମ୍ଭିକ କାଗଜପତ୍ର ଦାଖଲ କରିଛି ।  ସରକାର ମଧ୍ୟ ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।  ସରକାର WAPCOSର  ୧୦ ଟଙ୍କା ଯୁକ୍ତ ଫେସ୍ ଭ୍ୟାଲ୍ୟୁ ସହିତ ୩.୨୫ କୋଟି ପର୍ଯ୍ୟନ୍ତ ସେୟାର ବିକ୍ରି କରିବାକୁ ଯୋଜନା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

୩୦ରୁ ଅଧିକ ଦେଶରେ WAPCOS ପ୍ରୋଜେକ୍ଟ


ସୂଚନା ଅନୁସାରେ ପବ୍ଲିକ ଅଫରରେ ଯୋଗ୍ୟ ଅନୁଷ୍ଠାନ କ୍ରେତାମାନଙ୍କ ପାଇଁ ୫୦% ରୁ ଅଧିକ ଆବଣ୍ଟନ ହେବ ନାହିଁ । ଖୁଚୁରା ନିବେଶକମାନଙ୍କ ପାଇଁ WAPCOS ସେୟାର ୩୫% ଆବଣ୍ଟନ ପାଇଁ ରହିବ । ବିଗତ ପାଞ୍ଚ ଦଶନ୍ଦୀ ମଧ୍ୟରେ WAPCOS ଏବଂ ଏହାର ସହାୟକ କମ୍ପାନି ଗୁଡ଼ିକ ଭାରତ ସହିତ ବିଦେଶରେ ଜଳ, ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ର (ବିଶେଷକରି ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ) ପ୍ରକଳ୍ପ ପାଇଁ ଇଞ୍ଜିନିୟରିଂ ପରାମର୍ଶଦାତା ସେବା ପ୍ରଦାନ କରି ଆସୁଛି । ବର୍ତ୍ତମାନ, WAPCOS ଲିମିଟେଡର ପ୍ରୋଜେକ୍ଟ ୩୦ଟି ଦେଶରେ ଚାଲିଛି । ଏହାସହିତ ୪୫୫ ରୁ ଅଧିକ ବିଦେଶୀ ପ୍ରକଳ୍ପ ସହିତ ଏହି କମ୍ପାନି ଜଡିତ ରହିଛି । 


FY22ରେ କମ୍ପାନିର ଆୟ ୨୭୦୦ କୋଟିରୁ ଅଧିକ 


ଡ୍ରାଫ୍ଟ ରେଡ୍ ହେରିଙ୍ଗ୍ ପ୍ରୋସପେକ୍ଟସ୍ (DRHP), ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୨ ଆର୍ଥିକ ବର୍ଷରେ ୱପକସ୍ କମ୍ପାନି ୨୭୦୦ କୋଟିରୁ ଅଧିକ ଆୟ କରିଛି । ଜଳ ଏବଂ ଅନ୍ୟାନ୍ୟ ସହରାଞ୍ଚଳ ଭିତ୍ତିଭୂମି କ୍ଷେତ୍ରରେ ଶ୍ରେଷ୍ଠ ୧୦ଟି ଆନ୍ତର୍ଜାତୀକ ପରାମର୍ଶଦାତା ସଂସ୍ଥା ମଧ୍ୟରେ WAPCOS ଲିମିଟେଡ୍ ପ୍ରଥମ ସ୍ଥାନ ଅଧିକାର କରିଛି । ଅପରେସନରୁ କମ୍ପାନିର ରାଜସ୍ୱ FY21ରେ ୨,୫୧୨.୮୭ କୋଟି ଟଙ୍କା ଥିଲା ।  ଯାହାକି ୧୧.୩୫ ପ୍ରତିଶତ ବୃଦ୍ଧି ପାଇ FY22ରେ ୨,୭୯୭.୯୯ ଟଙ୍କା ହୋଇଛି । ଆର୍ଥିତ ବର୍ଷ ୨୦୨୨ରେ, ଟ୍ୟାକ୍ସ ପରେ କମ୍ପାନିର ଲାଭ ୧୪.୪୭ ପ୍ରତିଶତ ବୃଦ୍ଧି ପାଇ ପୂର୍ବବର୍ଷର ୬୦.୪୨ କୋଟିରୁ ୬୯.୧୬ କୋଟିରେ ପହଞ୍ଚିଛି।


ଗତ ମେ ୪ ତାରିଖରେ ଆସିଥିଲା ଦେଶର ସବୁଠୁ ବଡ ଆଇପିଓ LIC । ଭାରତୀୟ ଜୀବନ ବୀମା ନିଗରର ବମ୍ପର ଆଇପିଓ ଖୋଲିଥିଲା । ନିବେଶକଙ୍କ ଲାଗି ସଂରକ୍ଷିତ ଥିବା ୫,୬୨୦ କୋଟି ଟଙ୍କା ମୂଲ୍ୟର ସମସ୍ତ ସେୟାର ସବ୍‌ସ୍କ୍ରିପସନ ହୋଇଥିଲା ।  ନିବେଶକ ଏଲଆଇସି ଇସ୍ୟୁ ପ୍ରାଇସର ଅପର ଲିମିଟ ଅର୍ଥାତ୍ ସେୟାର ପିଛା ୯୪୯ ଟଙ୍କା ମୂଲ୍ୟରେ ୫,୯୨,୯୬,୮୫୩ ଇକ୍ବିଟି ସେୟାର କିଣିଥିଲେ । ଭାରତ ସରକାର ଭାରତୀୟ ଜୀବନ ବୀମା ନିଗମ( LIC)ର ୨୨.୩ କୋଟିରୁ ଅଧିକ ସେୟାର ୯୦୨-୯୪୯ ଟଙ୍କାର ପ୍ରାଇସ ବ୍ୟାଣ୍ଡରେ ବିକ୍ରି କରିଥିଲେ । 


ନିବେଶକମାନେ ପ୍ରତିଷ୍ଠିତ ସରକାରୀ କମ୍ପାନିର ଆଇପିଓକୁ ସର୍ବାଧିକ ଗୁରୁତ୍ୱ ଦେଇଥାନ୍ତି । ଆଇପିଓ ନିବେଶର ସର୍ବୋତ୍ତମ ମାଧ୍ୟମ ବୋଲି ବଜାର ବିଶେଷଜ୍ଞ ମତ ରଖନ୍ତି । ଏପଟେ ଦେଖିବାକୁ ଗଲେ ପ୍ରତି ସପ୍ତାହରେ ନୂଆ କମ୍ପାନିର ଆଇପିଓ ଆସୁଛି । ଚଳିତ ସପ୍ତାହରେ ଦୁଇଟି କମ୍ପାନିର IPO ଲଞ୍ଚ ହେଉଛି । Isolation Energy IPOର ପ୍ରାଇସ ବ୍ୟାଣ୍ଡ ₹୩୬ ରୁ ₹୩୮ ଥିବାବେଳେ Concord Control Systems IPOର ପ୍ରାଇସ ବ୍ୟାଣ୍ଡ ₹୫୩ से ₹୫୫ ରହିଛି । 


ଆଇଲୋଲେସନ ଏନର୍ଜି ଓ  କନକୋର୍ଡ କଣ୍ଟ୍ରୋଲ ସିଷ୍ଟମର ଆଇପିଓ ଜାରି ହେବା ପରେ BSEର SME ପ୍ଲାଟଫର୍ମରେ ଲିଷ୍ଟ ହେବ । କିନ୍ତୁ ପବ୍ଲିକ ଅଫର ସବ୍ସକ୍ରିପସନ ପାଇଁ ଏହା କେବଳ BSEରେ ଉପଲବ୍ଧ ହେବ । ବିଏସଇ ସୂଚନା ଅନୁସାରେ ୨୦୨୨ରେ ବର୍ତ୍ତମାନ ସୁଦ୍ଧା ଷ୍ଟକ ଏକ୍ସଚେଞ୍ଜର SME ପ୍ଲାଟଫର୍ମରେ ମୋଟ ୩୪ଟି IPO ଆରମ୍ଭ ହୋଇଛି ।