ସହଜ ହେଲା ହ୍ୱାଟ୍ସଆପରେ ସପିଂ, ଏହି ଅପସନ୍ ଦେଲା କମ୍ପାନୀ...
ବର୍ତ୍ତମାନ ସମୟରେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ମେସେଜିଂ ଆପ ହେଲା ହ୍ୱାଟ୍ସଆପ। କିଛି କିଛି ସମୟ ବ୍ୟବଧାନରେ କମ୍ପାନୀ ତାର ଆପକୁ ଅପଡେଟ୍ କରିଥାଏ। ଏହି କ୍ରମରେ ଏବେ ୟୁଜର୍ସଙ୍କୁ ସପିଂର ମଜା ଦେବାକୁ ଏକ ନୂଆ ଅପସନ ଦେଇଛି।
ନୂଆଦିଲ୍ଲୀ: ମଙ୍ଗଳବାର ଫେସବୁକ ଅଧିକୃତ ହ୍ୱାଟ୍ସଆପରେ ଏକ ନୂତନ ବଟନ୍ ଅପଡେଟ୍ ହୋଇଛି। ଯହାରି ସହାୟତାରେ ଜଣେ ୟୁଜର୍ସ ସହଜରେ ଚାଟିଂ କରିବା ସହ ସପିଂ କରିପାରିବ। ଏହି ଅପସନ୍ ଭାରତ ସମେତ ସମଗ୍ର ବିଶ୍ୱରେ ଉପଲବ୍ଧ କରାଯାଇଛି। ଯାହାକୁ ପ୍ରେସ୍ କରିବା ଦ୍ୱାରା ପ୍ରଡକ୍ଟର କ୍ୟାଟାଲଗ୍ ଓ ସେବା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ।
ପୂର୍ବରୁ, ହ୍ୱାଟ୍ସଆପର ବିଜନେସ୍ ଆପରେ କ୍ୟାଟାଲଗ୍ ଅଛି କି ନାହିଁ ଦେଖିବା ପାଇଁ ଲୋକଙ୍କୁ ବିଜନେସ୍ ପ୍ରୋଫାଇଲରେ କ୍ଲିକ୍ କରିବାକୁ ପଡୁଥିଲା। କିନ୍ତୁ ଏବେ ଆପରେ ଷ୍ଟୋରଫ୍ରଣ୍ଟ ଭଳି ଏକ ସପିଂ ଆଇକନ୍ ଦେଖାଯିବ। ଆଉ ଏହାକୁ କ୍ଲିକ କରିବା ମାତ୍ରେ ପ୍ରଡକ୍ଟର ଡିଟେଲ, ଉପଲବ୍ଧତା ଓ ଚାଟିଂ ଅପସନ ମିଳିବ ବୋଲି ଫେସବୁକ ଏକ ବିବୃତ୍ତିରେ କହିଛି।
ସପିଂ ବଟନ୍ ଦ୍ୱାରା ଉଭୟ ବ୍ୟବସାୟୀ ଓ ଗ୍ରାହକ ଉପକୃତ ହେବେ। ଖୁବ କମ ସମୟରେ ୟୁଜର୍ସ ଚାହୁଁଥିବା ପ୍ରଡକ୍ଟର ସମସ୍ତ ତଥ୍ୟ ମିଳିଯିବ। ପ୍ରତିଦିନ ହ୍ୱାଟ୍ସଆପ ବିଜନେସ ଆକାଉଣ୍ଟରେ ୧୭୫ ମିଲିୟନରୁ ଊର୍ଦ୍ଧ୍ୱ ଲୋକ ମେସେଜ କରନ୍ତି। ୪୦ ମିଲିୟନରୁ ଅଧିକ ଲୋକ ପ୍ରତିମାସରେ ବ୍ୟବସାୟର କ୍ୟାଟାଲଗ୍ ଦେଖନ୍ତି। ଯେଉଁଥିରେ ଭାରତୀୟଙ୍କ ସଂଖ୍ୟା ୩ ମିଲିୟନରୁ ଊର୍ଦ୍ଧ୍ୱ।
ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ଭାରତର ୭୬% ବୟସ୍କ କହିଛନ୍ତି ଯେ, ମେସେଜିଂ ମାଧ୍ୟମରେ ଯୋଗାଯୋଗ ହେଉଥିବା କମ୍ପାନୀ ସହିତ ସେମାନେ ବିକ୍ରୟ / କ୍ରୟ କରିବାକୁ ଅଧିକ ପସନ୍ତ କରନ୍ତି। ଯହା ସେମାନଙ୍କୁ ହ୍ୱାଟ୍ସଆପ ସପିଂ ବଟନ ଯୋଗାଇବ। ତେବେ ଏଥିପାଇଁ ଆଗାମୀ ଦିନରେ କମ୍ପାନୀ ଭଏସ୍ କଲ୍ ବଟନ୍ ବଦଳାଇବାର ସମ୍ଭାବନା ଅଛି। ଏହାକୁ ଭିଡିଓ କଲ୍ ଭିତରେ ଟ୍ରାନ୍ଫର କରିବାରକୁ ଯୋଜନା ଚାଲୁଛି।
ବର୍ତ୍ତମାନ ବିକ୍ରେତାଙ୍କ ପାଇଁ ସପିଂ ସେବା ଦେୟ ମୁକ୍ତ ଥିବା ବେଳେ, ଆଗାମୀ ଦିନରେ ଏଥିପାଇଁ ଚାର୍ଜ ଦେବାକୁ ପଡିବ। ଭବିଷ୍ୟତରେ ହ୍ୱାଟ୍ସଆପର ସପିଂ ଅପସନରେ କାର୍ଟ ସହ ଟଚେକ୍ ଆଉଟ୍ ସୁବିଧା ବି ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।