WHITE HAIR AT AN EARLY AGE  : ବର୍ତ୍ତମାନର ଆଧୁନିକ ଯୁଗରେ କେଶକୁ ନେଇ ଅନେକ ସମସ୍ୟା ଦେଖାଗଲାଣି । ଗ୍ଲାମର ଜମାନାରେ କମ୍ ବୟସରୁ ଚଣ୍ଡାପଣ ଏବଂ କେଶ ପାଚିବା ଏକ ଚିନ୍ତାର ବିଷୟ। ଏବେ ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି । ଅଳ୍ପ ବୟସରେ ସେମାନଙ୍କ କେଶ ଧଳା ହୋଇଯାଉଛି । ଜେନେଟିକ୍ ସମ୍ବନ୍ଧୀୟ କାରଣ ହେଉ କି ଶରୀରରେ ପୋଷକ ତତ୍ତ୍ୱର ଅଭାବ ହେତୁ ଏପରି ହେଉଥିବା କୁହାଯାଉଛି। 
ହେଲେ ଏହା ପଛର କାରଣ କ’ଣ ଆସନ୍ତୁ ଜାଣିବା


COMMERCIAL BREAK
SCROLL TO CONTINUE READING

କୁହାଯାଏ ଯେତେବେଳେ ହେୟାର ଫୋଲିକଲ୍ସ ପିଗମେଣ୍ଟ କୋଷ ମାଧ୍ୟମରେ ଆବଶ୍ୟକୀୟ ପରିମାଣର ମେଲାନିନ ଉତ୍ପାଦନ କରେ ନାହିଁ, ସେତେବେଳେ କେଶର ରଙ୍ଗ ଧଳା ହୋଇଥାଏ । ଯେପରିକି ଚାପ ବା ଚିନ୍ତାଗ୍ରସ୍ତ ରହିବା, ହରମୋନାଲ ପରିବର୍ତ୍ତନ, ତତକ୍ଷଣାତ୍ ମୋଟା ହୋଇଯିବ,ଖାଦ୍ୟରେ ଅନିୟମିତତା ଭିଟିଲିଗୋ ନାମକ ଏକ ଚର୍ମ ରୋଗ ହେତୁ କେଶରେ ପରିବର୍ତ୍ତନ ଦେଖାଦେଇଥାଏ । 
ଜାଣନ୍ତୁ ଏହାର ୪ କାରଣ:-


ଭିଟାମିନ୍‌ ଅଭାବ:-
କେଶକୁ ମଜବୁତ ରଖିବାକୁ ହେଲେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଛି । ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା କେଶର ରଙ୍ଗ କଳା ରହିଥାଏ । ଭିଟାମିନ୍ B12, ଆଇରନ୍‌ର ଅଭାବ ହେବା ଦ୍ୱାରା କେଶ ଦୁର୍ବଳ ହେବା ସହିତ ଧଳା ହୋଇଯାଇଥାଏ । ଏହି ପୋଷକ ତତ୍ତ୍ୱ ମେଲାନିନ ତିଆରି କରିବାରେ ଏବଂ କେଶ ଫୋଲିକଲଗୁଡ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ


ହରମୋନ୍‌ ପରିବର୍ତ୍ତନ:-
ଶରୀରରେ ହରମୋନାଲ ପରିବର୍ତ୍ତନ ହେବା ଯୋଗୁ କେଶର ରଙ୍ଗ ଉପରେ ପ୍ରଭାବ ପଡ଼ିଥାଏ । ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ସେମାନଙ୍କ ଗର୍ଭଧାରଣ ସମୟରେ କେଶରେ ଅନେକ ସମସ୍ୟା ଦେଖାଦେଇଥାଏ । ଯେପରିକି, କେଶ ଝଡ଼ିବା, ଛିଡ଼ିବା ଓ ଧଳା ମଧ୍ୟ ହୋଇଥାଏ । ମେଲାନୋସାଇଟ୍-ଉତ୍ତେଜକ ହରମୋନ୍ (MSH) ଏବଂ କର୍ଟିସୋଲ୍ ପରି ହରମୋନରେ ପରିବର୍ତ୍ତନ କାରଣରୁ କେଶର ରଙ୍ଗରେ ପରିବର୍ତ୍ତନ ଆସିଥାଏ ।


ଚାପଗ୍ରସ୍ତ ରହିବା:-
ଦୀର୍ଘ ଦିନଧରି ଚାପଗ୍ରସ୍ତ ରହିବା ଦ୍ୱାରା କେଶ ଉପରେ ପ୍ରଭାବ ପଡ଼ିଥାଏ । ଚାପରେ ରହିବା ଦ୍ୱାରା ଶରୀରରେ ଷ୍ଟ୍ରେସ୍ ହର୍ମୋନର ସିକ୍ରେସନ୍ ସୃଷ୍ଟି ହୋଇଥାଏ । ଯାହା କେଶର ରଙ୍ଗ ସହ ଶରୀରର ଅନେକ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ବହୁତ ଦିନ ଧରି ଚାପରେ ରହିବା ଦ୍ୱାରା ମେଲାନୋସାଇଟ୍ସର ହ୍ରାସ ହେବା ସହିତ କେଶ ଧଳା ହୋଇଯାଇଥାଏ ।


ଧୂମପାନ:-
ଧୂମପାନ କରିବା ଦ୍ୱାରା ବିଭନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଧୂମପାନ ଯୋଗୁ କେଶ ଧଳା ମଧ୍ୟ ହୋଇଥାଏ । ଏହା ଶରୀରରେ ବିଶେଷ ଭାବେ କ୍ଷତି ପହଞ୍ଚାଇଥାଏ ।