Precautions for Room Heaters and Stoves While Use: ବିଗତ କିଛି ଦିନ ହେବ ସମଗ୍ର ଦେଶରେ ଜାରି ରହିଛି ଶୀତ ଲହରୀ। ହାଡ ଭଙ୍ଗା ଶୀତ କବଳରୁ ରକ୍ଷା ପାଇବା ପାଇଁ  ଲୋକେ ରୁମ ହିଟର କିମ୍ବା ଷ୍ଟୋଭ ଭଳି ଉପକରଣ ବ୍ୟବହାର କରୁଛନ୍ତି। ହେଲେ କ'ଣ ତଆପଣ ଜାଣନ୍ତି ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ଶରୀରକୁ କେତେ କ୍ଷତି ପହଞ୍ଚିଥାଏ।


COMMERCIAL BREAK
SCROLL TO CONTINUE READING

ଉତ୍ତାପ ପ୍ରଦାନ କରୁଥିବା ରୁମ ହିଟର କିମ୍ବା ଷ୍ଟୋଭ ଭଳି ଉପକରଣରୁ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ନିର୍ଗତ ହୋଇଥାଏ। ଯାହା ଶରୀର ପାଇଁ ବିଷାକ୍ତ। ଏହି ଗ୍ୟାସ ଦ୍ୱାରା ଜୀବନ ମଧ୍ୟ ଚାଲି ଯାଇପାରେ। ଏହାକୁ ଏକ ବନ୍ଦ କୋଠରୀରେ ବ୍ୟବହାର କରିବା କରିବା ଦ୍ୱାରା ଅମ୍ଳଜାନର ଅଭାବ ଦେଖାଦେଇଥାଏ ଏବଂ ଅଙ୍ଗାରକାମ୍ଳ ପରିମାଣ ବଢିଥାଏ। ଯେଉଁ କାରଣରୁ ମୃତ୍ୟୁ ମଧ୍ୟ ହୋଇପାରେ। ଏପରି ଅନେକ ମାମଲା ମଧ୍ୟ ସାମ୍ନାକୁ ଆସିସାରିଛି।


ଶୀତରୁ ରକ୍ଷା ପାଇବା ପାଇଁ ସହରରେ ବସବାସ କରୁଥିବା ଅଧିକାଂଶ ଲୋକ ରୁମ ହିଟର କିମ୍ବା ବ୍ଲୋୟର ବ୍ୟବହାର କରିଥାନ୍ତି। ଶୀତ ଋତୁରେ ଉତ୍ତାପ ପ୍ରଦାନ କରୁଥିବା ଏଭଳି ଉପକରଣର ବିକ୍ରି ମଧ୍ୟ ବଜାରରେ ବହୁଳ ମାତ୍ରାରେ ହୋଇଥାଏ। ଏହା କୌଣସି ଇନ୍ଧନ ଆବଶ୍ୟକ କରେ ନାହିଁ ଏବଂ ଏହାର ବ୍ୟବହାର କରିବା ସହଜ। ହେଲେ ଶୀତ ଦିନେ କେବେ ହେଲେ ବନ୍ଦ ଘର ମଧ୍ୟରେ ରୁମ ହିଟର ସହିତ ଶୋଇବା ଠିକ ନୁହେଁ। ଏପରି କରିବା ଦ୍ୱାରା ଯେତେବେଳେ ଶୋଇଥିବା ବ୍ୟକ୍ତି ଅମ୍ଳଜାନ ପରିବର୍ତ୍ତେ ଶ୍ୱାସକ୍ରିୟା କରିଥାନ୍ତି। ଯାହା ଫଳରେ ତାଙ୍କ ଶରୀରରେ ଅଙ୍ଗାରକାମ୍ଳର ପରିମାଣ ବଢିଯାଏ। ଯେଉଁ କାରଣରୁ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। ହିଟର କିମ୍ବା ବ୍ଲୋଅର୍ ବ୍ୟବହାର କରିବା ବେଳେ ଘରର ଝରକା ଏବଂ କବାଟ ସାମାନ୍ୟ ଖୋଲା ରଖିବା ଆବଶ୍ୟକ। 


ଚର୍ମ ପାଇଁ ରୁମ ହିଟର ମଧ୍ୟ ବହୁତ କ୍ଷତିକାରକ। ହିଟର ସାମ୍ନାରେ ବସିବା ଚର୍ମ ଶୁଷ୍କ ହୋଇଯାଏ। ଅନେକ ଲୋକ ଶରୀରରେ ଜଳିବା ଭଳି ସମସ୍ୟା ମଧ୍ୟ ଅନୁଭବ କରିଥାନ୍ତି। ସେହି ଲୋକ ଯେଉଁ ମାନଙ୍କର ହୃଦୟ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ରହିଛି ସେମାନେ ରୁମ ହିଟର ବ୍ୟବହାର କରିବା ଠାରୁ ଦୂରେଇ ରହିବା ଆବଶ୍ୟକ। ବ୍ଲୋଅର୍ ବ୍ୟବହାର କରିବା ସମୟରେ ଘରେ ଗରମ ପାଣି ରଖନ୍ତୁ। ଯାହା ଦ୍ୱାରା ଘରେ ରହିଥିବା ବାୟୁ ଶୁଷ୍କ ହେବ ନାହିଁ। 


ରୁମ ହିଟର, ଷ୍ଟୋଭ, ବ୍ଲୋଅର୍ ବ୍ୟବହାର କରିବା ସମୟରେ ଆପଣାନ୍ତୁ ସତର୍କତା


  • ହିଟର କିମ୍ବା ବ୍ଲୋୟର ବ୍ୟବହାର କରିବା ସମୟରେ ଘରକୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ ନାହିଁ

  • ଘରର ଝରକା ଏବଂ କବାଟ ସାମାନ୍ୟ ଖୋଲା ରଖନ୍ତୁ 

  • ଷ୍ଟୋଭ ଭଳି ଉପକରଣକକୁ କେବଳ ଖୋଲା ମେଲା ସ୍ଥାନରେ ଜଳାଇବା ଆବଶ୍ୟକ 

  • ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ମଧ୍ୟରେ  ରୁମ ହିଟର ବ୍ୟବହାର କରନ୍ତୁ ନାହିଁ 

  • ପ୍ରତିଦିନ ଷ୍ଟୋଭ କିମ୍ବା ହିଟର ବ୍ୟବହାର କରିବା ଦ୍ୱାରା ଛାତିରେ ଯନ୍ତ୍ରଣା ହୋଇପାରେ

  • ଯଦି ଛାତିରେ ଯନ୍ତ୍ରଣା ହେବା, ମୁଣ୍ଡ ବିନ୍ଧିବା କିମ୍ବା ଶ୍ୱାସକ୍ରିୟା କରିବାରେ ଅସୁବିଧା ହୁଏ ତାହେଲେ ଅବହେଳା କରନ୍ତୁ ନାହିଁ