କେପଟାଉନ୍: ଆପଣ ନିଜ ଚାରିପାଖରେ ଯାଆଁଳା ପିଲା ଜନ୍ମ ହେବାର ଅନେକ ଖବର ନିଶ୍ଚୟ ଶୁଣିଥିବେ । ଅନେକ ଥର ଜଣେ ମହିଳାଙ୍କ ତିନୋଟି ସନ୍ତାନ ଜନ୍ମ ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସେ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜଣେ ମହିଳା ଏକାସାଙ୍ଗରେ ୧୦ ଟି ସନ୍ତାନ ଜନ୍ମ ଦେଇଛନ୍ତି । ଦକ୍ଷିଣ ଆଫ୍ରିକାରେ (South Africa) ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହା ଆପକୁ ଆପ ଏକ ବିଶ୍ୱ ରେକର୍ଡ (World Record) । ଗୋସିଆମି ଥାମାରା ସାଇଥୋଲ୍ (Gosiame Thamara Sithole) ନାମକ ଜଣେ ମହିଳା ଏକାସାଙ୍ଗରେ ୧୦ ଟି ସନ୍ତାନ ଜନ୍ମ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୭ ବର୍ଷୀୟା ଗୋସିଆମି ଥାମରା ସାଇଥୋଲ (Gosiame Thamara Sithole) ଏକାସାଙ୍ଗରେ ସାତଟି ପୁଅ ଓ ତିନୋଟି ଝିଅ ଜନ୍ମ ଦେଇଛନ୍ତି । ଗର୍ଭାବସ୍ଥାରେ (During pregnancy) ଡାକ୍ତରମାନେ କହିଥିଲେ ଯେ ତାଙ୍କର ୬ ଟି ସନ୍ତାନ ଥାଇପାରେ, କିନ୍ତୁ ଯେତେବେଳେ ଗୋସିଆମିଙ୍କ ଅପରେସନ୍ ୭ ଜୁନରେ କରାଯାଇଥିଲା, ସେତେବେଳେ ସେ ୧୦ ଟି ସନ୍ତାନ ଜନ୍ମ ଦେଇଥିଲେ । ଗୋସିଆମି କହିଛନ୍ତି ଯେ ତାଙ୍କ ସ୍ୱାମୀ ଆଶା କରୁଥିଲେ ଯେ ସେ ଆଠଟି ସନ୍ତାନ ପାଇପାରିବେ । ପରିବାରର ସମସ୍ତ ସଦସ୍ୟ ସେମାନଙ୍କର ସମସ୍ତ ପିଲାଙ୍କୁ ସୁସ୍ଥ ଦେଖି ବହୁତ ଖୁସି ଅଛନ୍ତି ।


ଅଧିକ ପଢ଼ନ୍ତୁ: କୋରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ ଅଧିକ ବିପଦ କି? ଜବାବ ରଖିଲେ AIIMS ନିର୍ଦ୍ଦେଶକ


ଗୋସିଆମି କହିଛନ୍ତି ଯେ ଗର୍ଭାବସ୍ଥାରେ ଯେତେବେଳେ ଡାକ୍ତରମାନେ ଅନୁଭବ କଲେ ଯେ ତାଙ୍କ ପେଟରେ ୬ ଟି ସନ୍ତାନ ଅଛି, ସେମାନେ ଗୋସିଆମିଙ୍କୁ ବହୁତ ସତର୍କ ରହିବାକୁ କହିଥିଲେ । ଡାକ୍ତରମାନେ ଜାଣିଥିଲେ ଯେ ଟିକିଏ ଅସାବଧାନତା ସମସ୍ତ ପିଲାଙ୍କ ପାଇଁ ବିପଜ୍ଜନକ ହୋଇପାରେ । ଏକ ସମୟ ଥିଲା ଯେତେବେଳେ ଗୋସିଆମି ବହୁତ ଅସୁସ୍ଥ ହୋଇପଡିଥିଲେ । ସେ କହିଥିଲେ ଯେ ଗର୍ଭାବସ୍ଥାରେ ସେ ବହୁତ ଯନ୍ତ୍ରଣା ଭୋଗୁଥିଲେ କିନ୍ତୁ ତାଙ୍କ ମନରେ କେବଳ ଗୋଟିଏ କଥା ଉଙ୍କି ମାରୁଥିଲା ଯେ ତାଙ୍କ ପିଲାମାନେ କିପରି ସୁସ୍ଥ ରହିବେ ।


ଅଧିକ ପଢ଼ନ୍ତୁ: ବନ୍ଦ ହେଲା 'ବାବା କା ଢ଼ାବା' ମାଲିକଙ୍କ ନୂଆ ରେସ୍ତୋରାଁ, ବର୍ତ୍ତମାନ କରୁଛନ୍ତି ଏହି କାମ


ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଗୋସିଆମିଙ୍କ ସମସ୍ତ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି କିନ୍ତୁ ବର୍ତ୍ତମାନ ପାଇଁ ସେମାନଙ୍କୁ କିଛି ଦିନ ଇନକ୍ୟୁବେଟରରେ (Incubator) ରହିବାକୁ ପଡିବ । MalOnline ର ରିପୋର୍ଟ ଅନୁଯାୟୀ, ଗୋସିଆମି ସ୍ୱାଭାବିକ ଭାବେ ଗର୍ଭବତୀ ହୋଇଥିଲେ । ଗର୍ଭାବସ୍ଥାରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସବୁବେଳେ ତାଙ୍କ ଗୋଡ ଓ ଅଣ୍ଟାରେ ଯନ୍ତ୍ରଣା ହେଉଥିଲା । ସେ ଜାଣିଥିଲେ ଯେ ଗୋଟିଏ ଭୁଲ ତାଙ୍କ ପିଲାମାନଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ । ଯଦିଓ ସବୁକିଛି ଠିକ୍ ଚାଲିଥିଲା ଓ ଆଜି ଗୋସିଆସି ସେହି ମହିଳା ହୋଇପାରିଛନ୍ତି ଯିଏ ଦୁନିଆର ଗୋଟିଏ ଗର୍ଭଧାରଣରେ ସର୍ବାଧିକ ସନ୍ତାନ ପ୍ରସବ କରି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ମୋରୋକୋର ମାଲିର ହଲିମା ସିସି ନାମକ ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିଲା । ହଲିମା ୯ ଟି ସନ୍ତାନ ଜନ୍ମ ଦେଇଅଥିଲେ । ଏଥିରେ ପାଞ୍ଚ ଜଣ ଝିଅ ଓ ଚାରି ପୁଅ ଅଛନ୍ତି । ଗୋସିଆମି କେବଳ ଗୋଟିଏ ମାସ ମଧ୍ୟରେ ହଲିମା ସିସିଙ୍କ ରେକର୍ଡ ଭାଙ୍ଗିଛନ୍ତି ।