Sunlight Benefits: ଶୀତ ଆସିବା ମାତ୍ରେ ଲୋକମାନେ ସୂର୍ଯ୍ୟକିରଣରେ ବା ଖରାରେ ବସିବାକୁ ପସନ୍ଦ କରନ୍ତି, କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ଆଦୌ ସୂର୍ଯ୍ୟ କିରଣରେ ବସିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଆପଣ ଜାଣନ୍ତି କି ସୂର୍ଯ୍ୟ କିରଣ ଆମ ଶରୀର ପାଇଁ କେତେ ଉପକାରୀ? ପ୍ରତିଦିନ ଆମକୁ ଅତି କମରେ ୧୦ ମିନିଟ୍ ସୂର୍ଯ୍ୟ କିରଣରେ ବସିବା ଉଚିତ୍, ଏହା ଦ୍ୱାରା ଆମ ଶରୀରକୁ ଭିଟାମିନ୍-ଡି(Vitamin-D) ର ପୋଷକ ତତ୍ତ୍ୱ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା..


COMMERCIAL BREAK
SCROLL TO CONTINUE READING

-ଶୀତ ଦିନେ ସୂର୍ଯ୍ୟ କିରଣ ଆମ ଶରୀର ପାଇଁ ଖୁବ୍ ଆବଶ୍ୟକତା। ଅତ୍ୟଧିକ ଥଣ୍ଡା ହେତୁ ଅନେକ ଲୋକ କମ୍ବଳରୁ ବାହାରକୁ ଆସନ୍ତି ନାହିଁ ଏବଂ ସୂର୍ଯ୍ୟ କିରଣ ନ ପାଇବାରୁ ସେମାନଙ୍କ ଶରୀରରେ ଭିଟାମିନ୍ ଡିର ଅଭାବ ଦେଖାଯାଇଥାଏ।  ଯଦି ଆପଣ ପ୍ରତିଦିନ ୧୦ ମିନିଟ୍ ପର୍ଯ୍ୟନ୍ତ ଖରାରେ ବସନ୍ତି ତେବେ ଆମଣଙ୍କ ମାନସିକ ଦୁଃଚିନ୍ତା ବା ଉଦାସୀନତା କମିବାରେ ସାହାଯ୍ୟ କରିଥାଏ।


-ଆପଣଙ୍କ ଶରୀରରେ ଭିଟାମିନ୍ ଡି ଅଭାବ ଥିଲେ ଆପଣ ସୂର୍ଯ୍ୟକିରଣରେ ବସିବା ଉଚିତ୍।  ସୂର୍ଯ୍ୟକିରଣ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ତେଣୁ ଆପଣ ଏହାକୁ ଗ୍ରହଣ କରିବା ଉଚିତ୍।


-ଯଦି ଆପଣ ସୂର୍ଯ୍ୟକିରଣରେ ବସନ୍ତି, ତେବେ ଆପଣ ନିଜକୁ ଖୁସି ଅନୁଭବ କରିବେ ଏବଂ ଏହା ଶରୀରରୁ ଥକ୍କାପଣ ଦୂର କରିବାରେ ସାହାଯ୍ୟ କରିଥାଏ।


-ଯଦି ଆପଣ ଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ଏବଂ ଏହା ଦ୍ୱାରା ଅନେକ ଅସୁବିଧାରେ ପଡିବେ, ତେବେ ଆପଣ ସୂର୍ଯ୍ୟକିରଣରେ ବସିବା ଉଚିତ ଏବଂ ଏହା ଦ୍ୱାରା ନିଦ ଭଲ ହୋଇଥାଏ ଓ ମାନସିକ ଶାନ୍ତି ବି ମିଳିଥାଏ ।


- ଖରାରେ ବସିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟକ ଅଟେ, ତେଣୁ ଆପଣ ପ୍ରତିଦିନ ସୂର୍ଯ୍ୟ କିରଣରେ ରହିବା ଉଚିତ୍, ଏହା ଆପଣଙ୍କୁ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଏବଂ ଅନ୍ୟାନ୍ୟ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ।


Also Read : ପେନକିଲର ମେଡିସିନକୁ ନେଇ ସରକାର ଜାରି କଲେ ଆର୍ଲଟ, ହୋଇପାରେ ଏହି ସାଂଘାତିକ ରୋଗ