ଭୁବନେଶ୍ବର: ରାଜ୍ୟରେ ମଦ ବିକ୍ରି ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି ସରକାର। ରାଜ୍ୟରେ ପର୍ଯ୍ୟାୟକ୍ରମେ କମିବ ନିଶା ବ୍ୟବହାର। ଏଥିପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଥିବା କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅବକାରୀ ଓ ବିଭିନ୍ନ ବିଭାଗ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଶ୍ରୀ ଗଣ୍ଡ କହିଛନ୍ତି ଯେ, ନିଶା ଦ୍ୱାରା ସମାଜ କଳୂଷିତ ହେଉଛି। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ପ୍ରୟାସ କରିବେ। ଫଳରେ ନିଶା କାରବାର କମିବ। ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି। ଡ୍ରଗ୍ଧ କାରବାର ବିରୋଧରେ ଏହି କାର୍ଯ୍ୟକ୍ରମ ମଧ୍ୟ କରାଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ। ନେଇ ଖୁବଶୀଘ୍ର ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 


ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ସୂଚନା ନେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।