Odisha Daily News Live: ଆଜି ଆଉ ଥରେ ଖୋଲିଲା ଭିତର ରତ୍ନଭଣ୍ଡାର, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ପ୍ରିୟମ୍ବଦା ରଣା Thu, 18 Jul 2024-11:06 pm,

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Hardik-Natasa Divorce: ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓ ନତାଶା ଷ୍ଟାନକୋଭିକ୍ ଅଲଗା ହୋଇଛନ୍ତି। ହାର୍ଦ୍ଦିକ ଏବଂ ନତାଶା ନିଜ ନିଜ ସୋସିଆଲ ମିଡିଆରେ ଏହା ନିଶ୍ଚିତ କରିଛନ୍ତି। ଦୁହେଁ ସମାନ ବୟାନ ଜାରି କରି ପ୍ରଶଂସକଙ୍କୁ ଏ ବିଷୟରେ ଜଣାଇଛନ୍ତି। କିଛିଦିନ ଧରି ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହେବାର ଖବର ହେଡଲାଇନରେ ରହିଆସିଥିଲା। ଆଜି ଏହି ଖବରର ପୂର୍ଣ୍ଣଛେଦ ପଡିଛି। ପୂରା ଖବର..

  • Supreme Court Order NEET UG 2024 Controversy: ଗୁରୁବାର ସୁପ୍ରିମକୋର୍ଟରେ NEET-UG 2024 ବିବାଦର ଶୁଣାଣି ହୋଇଥିଲା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କୁ NEET-UG ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମିଳିଥିବା ମାର୍କକୁ ନିଜ ୱେବସାଇଟରେ ପ୍ରକାଶ କରିବାକୁ ଓ ଛାତ୍ରଛାତ୍ରୀଙ୍କ ପରିଚୟ ଗୁପ୍ତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସସି କହିଛନ୍ତି ଯେ ସହର ଏବଂ କେନ୍ଦ୍ର ଅନୁଯାୟୀ ପ୍ରାର୍ଥୀଙ୍କ ବିଭିନ୍ନ ଫଳାଫଳ ପ୍ରକାଶ ପାଇବ। ପୂରା ଖବର...

     

  • Chandigarh-Dibrugarh Express train derailed: ୟୁପିର ଗୋଣ୍ଡାଠାରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଚଣ୍ଡିଗଡ଼ରୁ ଦିବ୍ରୁଗଡକୁ ଯାଉଥିବା ୧୫୯୦୪ ଏକ୍ସପ୍ରେସ ଟ୍ରେନର ଅନେକ କୋଚ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ଖବର ରହିଛି। କିଛି ମୃତଦେହ ଦେଖିବାକୁ ମିଳିଛି। 

     

  • Odisha News: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Pattnaik)ଙ୍କ ନାଆଁରେ ରାଜଧାନୀର ମଞ୍ଚେଶ୍ବର ଥାନାରେ ଏତଲା ଦେଇଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ। ନବୀନ ନବୀନ ପଟ୍ଟନାୟକଙ୍କ ସହ ବିଜେଡିର ୬ ନେତା ଓ ପୂର୍ତ୍ତ ସଚିବଙ୍କ ନାଁରେ ବି ଏତଲା ଦିଆଯାଇଛି। ପ୍ରତିଶ୍ରୁତି ସତ୍ତ୍ବେ ଦାବି ପୂରଣ କରାଯାଇନଥିବାରୁ ମହାସଂଘ ପକ୍ଷରୁ ଏତଲା ଦିଆଯାଇଥିବା କୁହାଯାଉଛି।

  • Ratnabhandar: ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରିତ ପ୍ରକ୍ରିୟା ସବୁକୁ ଅନୁଧ୍ୟାନ କରି ବାହାରକୁ ଫେରିଛନ୍ତ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏହି ଅବସରରେ ସେ କହିଛନ୍ତି ଯେ, ଉପସ୍ଥିତରେ ଭିତର ରତ୍ନଭଣ୍ଡାରରୁ ଖଟଶେଯ ଘରକୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହୋଇଛି। ଏହି କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ଶେ‌ଷ ହେବ ବୋଲି କହିଛନ୍ତି। ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ବି ସେ କହିଛନ୍ତି। ଗଜପତି ଆହୁରି କହିଛନ୍ତି ଯେ, ଭିତର ରତ୍ନଭଣ୍ଡାରର ସମସ୍ତ ଗହଣା ଓ ମୂଲ୍ୟବାନ ସାମଗ୍ରୀକୁ ଅଣାଯାଇ ଖଟଶେଯ ଅସ୍ଥାୟୀ ରତ୍ନଭଣ୍ଡାର ଘରେ ଗହଣା ଓ ମୂଲ୍ୟବାନ ସାମଗ୍ରୀ ରଖାଯିବ। ଏହି କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ଶେ‌ଷ ହେବ। ଆମେ ଦେଖିଲୁ ବାହାର ରତ୍ନଭଣ୍ଡାର ସବୁ ସଫା ସଫି କରାଯାଇଛି। ଭିତର ରତ୍ନଭଣ୍ଡାର ଆଲମାରୀ ଗୁଡ଼ିକ ସେହିଭଳି ଅଛି। ବର୍ତ୍ତମାନ ସେଗୁଡ଼ିକ ଖୋଲାଯିବ ଓ ଘୁଂଚା ଯିବାର ପ୍ରକ୍ରିୟା କରାଯିବ। ଏହାସହିତ ବାହାର ରତ୍ନ ଓ ଅଳଙ୍କାର ସ୍ଥାନାନ୍ତରିତ ହୋଇଥିବା ଫୁଲ ଓ ଚାଙ୍ଗୁଡ଼ା ଘର ବି ବୁଲି ଅନୁଧ୍ୟାନ କରିଛନ୍ତି ଗଜପତି। ସବୁ କିଛି ସୁରକ୍ଷିତ ରହିଥିବା କହିଛନ୍ତି। ଖଟଶେଯ ଘରେ ଗହଣା ଓ ମୂଲ୍ୟବାନ ସାମଗ୍ରୀ ରଖାଯିବ। ଏହାପରେ କବାଟ ସିଲ୍ କରାଯିବ। କବାଟ ସିଲ୍ ହୋଇ ମୁଖ୍ୟ ପ୍ରଶାସକ ସରକାରୀ ଟ୍ରେଜେରିରେ ଚାବି ଦାଖଲ କରିବେ। ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ

  • Gajapati visited srimandir for Ratnabhandar issue: 
    ଆଜି ପୁନର୍ବାର ଖୋଲା ଯାଇଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର, ଗଜପତି ମହାରାଜ ଙ୍କ ଉପସ୍ଥିତି ରେ ଶ୍ରୀ ମନ୍ଦିର ଯାଇ ରତ୍ନ ଭଣ୍ଡାର ଖୋଲା ଯାଇଥିଲା, ରତ୍ନ ଭଣ୍ଡାର ର ସ୍ଥିତି ଅନୁଧ୍ୟାନ କରିଥିଲେ ଗଜପତି ମହାରାଜ, ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ନିଜ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜ କହିଲେ ସମ୍ପୂର୍ଣ ଅଳଙ୍କାର ସ୍ଥାନାନ୍ତର ହେବା ପରେ ଜଣା ପଡିବ ସୁଡ଼ଙ୍ଗ ଅଛି ନା ନାହିଁ, ସନ୍ଧ୍ୟା ପର୍ଯ୍ୟନ୍ତ ରତ୍ନ ଭଣ୍ଡାର ରୁ ଅଳଙ୍କାର ଅସ୍ଥାୟୀ ରତ୍ନ ଭଣ୍ଡାର କୁ ସ୍ଥାନାନ୍ତର କରାଯିବ, ପରବର୍ତୀ ସମୟରେ asi କୁ ମରାମତି ପାଇଁ ରତ୍ନ ଭଣ୍ଡାର ହସ୍ତାନ୍ତର କରାଯିବ।

  • Ratnabhandar: ଭିତର ରତ୍ନଭଣ୍ଡାରରେ କେତୋଟି ସିନ୍ଦୁକ ଓ ଆଲମିରା ରହିଛି, କାନ୍ଥ ପର୍ଶ୍ୱକୁ ଥିବା ସିନ୍ଦୁକ ଓ ଆଲମିରା  ପଛ ପଟେ ଆଉ କୋଠରୀ ରହିଛି ନାଁ ନାହିଁ,ତାହା ଆଜି ତାରିଖରେ ହିଁ ସ୍ପଷ୍ଟ ହେବ। ସେପଟେ ଏବେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ୍ରାଫ୍, ଫାୟାର, ସ୍ନେକ ହେଲପ ଲାଇଲ ଆଦି ଟିମ୍ ନିଜନିଜ ଇକ୍ଯୁପମେଣ୍ଟସ ନେଇ ଭିତରକୁ ପ୍ରବେଶ କରିଛନ୍ତି। ଏଥିରେ ସର୍ଚ୍ଚ ଲାଇଟ୍, ଜେନେରେଟର, ଅକ୍ସିଜେନ, ଫାୟାର କଟର, ସାପଧରା ଷ୍ଟିକ୍ ଆଦି ଆବଶ୍ୟକ ସାମଗ୍ରୀ ଧରି ମନ୍ଦିରକୁ ନିଆଯାଇଛି। ସେପଟେ ରତ୍ନଭଣ୍ଡାର ଖୋଲିବା ଦୃଷ୍ଟିରୁ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ଲାଗି ବନ୍ଦ କରାଯାଇଛି। ସିଂହଦ୍ଵାର ଦେଇ କେବଳ ଅଧୀକୃତ ବ୍ଯକ୍ତି ମନ୍ଦିରକୁ ପ୍ରବେଶ ଅନୁମତି ରହିଛି।

  • ଭିତର ରତ୍ନଭଣ୍ଡାରରେ ଥୂବା ସିନ୍ଦୁକ ଓ ଆଲମିରାକୁ ମ୍ୟୁଜିୟମରେ ରଖାଯିବ।ସ୍ନେକ ହେଲ୍ପ ଲାଇନ ,ଓଡ୍ରାଫ ,ସ୍ବେଚ୍ଛାସେବୀ,ଡାକ୍ତରୀ ଟିମ,ମାଜିଷ୍ଟ୍ରେଟ ,ବୈଷୟିକ ଟିମ ମୁତୟନ ହେବେ।ଚାଙ୍ଗଡ଼ା ଘର ଷ୍ଟ୍ରଙ୍ଗ ରୁମରେ ବାହାର ରତ୍ନଭଣ୍ଡାର ରତ୍ନାଳଙ୍କାର ପୂର୍ବରୁ  ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆଜି ଭିତର ରତ୍ନଭଣ୍ଡାର ଖୋଲି ସମସ୍ତ ରତ୍ନାଳଙ୍କାର ଆଲମାରୀ ଓ ସିନ୍ଦୁକରେ ରଖି ଅସ୍ଥାୟୀ ଷ୍ଟ୍ରଙ୍ଗ ରୂମ୍ ଅର୍ଥାତ ଖଟସେଜ ଘରେ ରଖାଯିବ। ଅସ୍ଥାୟୀ ଭିତର ରତ୍ନଭଣ୍ଡାରରେ ସିସିଟିଭି କ୍ୟାମେରା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଏସଓପି ଅନୁଯାୟୀ କରାଯାଇଛି।ଭିତର ରତ୍ନଭଣ୍ଡାରରୁ ସମସ୍ତ ରତ୍ନଅଳଙ୍କାର ସ୍ଥାନାନ୍ତର ପରେ ହିଁ ଏଏସଆଇକୁ ହସ୍ତାନ୍ତର କରାଯିବ।  

  • Ladla Bhai Yojna 2024: ବେକାରି ମାନଙ୍କ ପାଇଁ ଖୁସି ଖବର । ଏ-ଣିକି ବେକାରୀମାନେ ପାଇବେ ଭତ୍ତା । ହଜାରେ କି ଦୁଇ ହଜାର ନୁହେଁ, ବୟସ ସୀମା ଅନୁସାରେ, ୬ ହଜାର ରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳିବ। ଆସନ୍ତା ମାସ ଠାରୁ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳିବ ବୋଲି ଆଶା କରାଯାଇଛି। କାହିଁକିନା ଆଉ ୨ ମାସ ପରେ ହେବାକୁ ଯାଉଛି ମହାରାଷ୍ଟ ବିଧାନସଭା ନିର୍ବାଚନ। ତା ପୂର୍ବରୁ ଲୋକଙ୍କ ଉପରେ ଥୋପ ପକାଇବା ଆରମ୍ଭ କରିଛନ୍ତି ମହାରାଷ୍ଟ୍ର ସରକାର। ସେଥିପାଇଁ ରାଜ୍ୟରେ ଲାଡଲା ଭାଇ ଯୋଜନା ଆରମ୍ଭ କରିଛନ୍ତି ।  ଏହି ଯୋଜନା ରାଜ୍ୟରେ  ଥିବା ବେକାରୀମାନଙ୍କ ଉଦ୍ଦେଶ୍ୟରେ ଘୋଷଣା କରାଯାଇଛି।  ୧୮ ରୁ ୩୫ ବର୍ଷ ଯୁବକ ଏହି ଯୋଜନାର ଲାଭ ଉଠାଇପାରିବେ।

  • Ratnabhandar: ଖୋଲିଛି ଭିତର ରତ୍ନଭଣ୍ଡାର । ତଦାରଖ କମିଟିର ୧୧ ଜଣ ସଦସ୍ୟ ଭିତର ରତ୍ନଭଣ୍ଡାରକୁ ପ୍ରବେଶ କରିଛନ୍ତି । ଭିତର ରତ୍ନଭଣ୍ଡାର ଭିତରେ କେତେ ଅଳଙ୍କାର ରହିଛି ତାହା ବୁଲି ଦେଖିବା ପରେ ଏହାକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ତେବେ ଏସବୁ ଭିତରେ ରତ୍ନଭଣ୍ଡାରକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଶ୍ରୀମନ୍ଦିର ସେବାୟତ ରତ୍ନଭଣ୍ଡାରକୁ କିଛି ଅଜଣା କଥା କହିଛନ୍ତି ।

  • Ratnabhandara: ବାହାର ଭଣ୍ଡାର ପରେ ଭିତର ରତ୍ନଭଣ୍ଡାରରେ ପ୍ରବେଶ କଲେ ୧୧ ଜଣିଆ ସ୍ୱତନ୍ତ୍ର ଟିମ୍ । ବାହାରେ ପ୍ରଥମେ ଲୋକନାଥ ମହାପ୍ରଭୁଙ୍କୁୁ ପୂଜାର୍ଚ୍ଚନା କରାଯିବା ପରେ ଜଉମୁଦ ଲାଗିଥିବା ଚାବିରେ ତାଲା ଖୋଲାଯାଇଥିଲା । ଏହାପରେ ଟିମ୍ ସଦସ୍ୟ ଜଗନ୍ନାଥ ଭଜନ ଗାଇ ଗାଇ ଭିରତକୁ ପ୍ରବେଶ କରିଥିବା ସୂଚନା ରହିଛି । ଏହାପରେ ଭିତର ରତ୍ନଭଣ୍ଡାରକୁ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦନିର ମୁଖ୍ୟ ପ୍ରଶାସକ, ଏସପି ପ୍ରବେଶ କରିଥିବା ଜଣାପଡିିଛି ।

  • Gold Rate: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୮୭୬ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୫୦୧ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୬୨୬ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୮୭୬ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୫୦୧ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୬୨୬ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

  • House Surgeons called off the demonstration: କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‍ କଲେଜରେ ହାଉସ ସର୍ଜନଙ୍କ ଦ୍ୱାରା ଡାକରା ଦିଆଯାଇଥିବା କାମ ବର୍ଜନ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି। ସୁପରିଣ୍ଟେଣ୍ଡେଣ୍ଟଙ୍କ ହସ୍ତକ୍ଷେପ ଓ ଆଲୋଚନା ପରେ ଆନ୍ଦୋଳନ ଡାକରାକୁ ବାଜ୍ୟାପ୍ତ କରାଯାଇଥିବା କୁହାଯାଇଛି। ନର୍ସିଂ ବିଭାଗ ଏବଂ ହାଉସ୍‍ ସର୍ଜନଙ୍କ ଭିତରେ କଥା କଟାକଟିକୁ କେନ୍ଦ୍ର କରି ଏହା ହୋଇଥିବା ଜଣାପଡ଼ିଛି। 

  • Maharastra announces un employment pension: ଦ୍ୱାଦଶ ପାସ କରିଥିବା ଯୁବକଙ୍କୁ ମହାରାଷ୍ଟ୍ର ସରକାର ମାସିକ ୧୦ ହଜାର ଟଙ୍କା ଯାଏ ଭତ୍ତା ଦେବେ ମହାରାଷ୍ଟ୍ର ସରକାର। ଏଥିଲାଗି ଏକ ‘ଲାଡ୍‍ଲା ଭାଇ’ ଯୋଜନା ଆରମ୍ଭ କରିଛନ୍ତି। ଯେଉଁମାନେ ଦ୍ୱାଦଶ ପାସ୍‍ କରିଛନ୍ତି ସେମାନଙ୍କୁ ମାସିକ ୬ ହଜାର, ଡିପ୍ଲୋମାଧାରକଙ୍କ ଲାଗି ୮ ହଜାର ଏବଂ ସ୍ନାତକ ଶେଷ କରିଥିବା ଛାତ୍ରଙ୍କ ଲାଗି ୧୦ ହଜାର ଟଙ୍କାର ଭତ୍ତା ପ୍ରଦାନ ଲାଗି ସରକାର ପ୍ରସ୍ତାବ ଅନୁମୋଦନ କରିଛନ୍ତି। 

  • Weather Report: ​ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୨ ଦିନ ମଧ୍ୟରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, କେରଳ , ପଶ୍ଚିମବଙ୍ଗ, ନାଗାଲାଣ୍ଡ ମଣିପୁର, ମିଜୋରାମ, ତ୍ରିପୁରା, ଓଡିଶା ଇତ୍ୟାଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।ଉତ୍ତରପ୍ରଦେଶରେ ମୌସୁମୀ ୩ ଦିନ ମନ୍ଥର ହୋଇପାରେ, କିନ୍ତୁ ଜୁଲାଇ ୨୦ରୁ ପାଗ ପୁଣି ବଦଳିବାର ସମ୍ଭାବନା ରହିଛି।

  • 15 Lakhs Devotees got a glimpse of Suna Besha: ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ ରଥ ଉପରେ ଅନୁଷ୍ଠିତ ହୋଇଛି। ଏହି ଅନନ୍ୟ ବେଶକୁ ଦର୍ଶନ କରିବା ଲାଗି ପୁରୀରେ ୧୫ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଶୃଙ୍ଖଳିତ ଢଙ୍ଗରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଏହି ବେଶ ଦର୍ଶନ ଏବଂ ଟ୍ରାଫିକ ପରିଚାଳନା କରାଯାଇଥିଲା। 

  • Adhara Pana Neeti on Chariots: ଆଜି ଅନୁଷ୍ଠିତ ହେବ ଅଧରପଣା ନୀତି। ତିନିରଥରେ ବିରାଜମାନ କରିଥିବା ୩ ମହାପ୍ରଭୁଙ୍କ ପାଖରେ ତାଙ୍କ ଅଧର ଉଚ୍ଚ ହାଣ୍ଡିରେ ପଣା କରାଯାଇ ଭୋଗ କରାଯାଇଥାଏ। ପରେ ତାହାକୁ ଭାଙ୍ଗି ଦିଆଯାଏ। ପରମ୍ପରା ଓ ବିଶ୍ୱଶସ ଅନୁସାରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଏହି ପଣାହାଣ୍ଡି ଭଙ୍ଗାଯାଇଥାଏ। ରାତି ୮ଟା ବେଳେ ଏହି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଓଡ଼ିଆ ମଠ ଏବଂ ରାଘବ ଦାସ ମଠ ପକ୍ଷରୁ ଏଥିଲାଗି ୩ଟି ଲେଖାଏଁ ଅଧର ହାଣ୍ଡି ଅଣାଯାଇଥାଏ। 

  • Joe Biden: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ(Joe Biden) ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବାଇଡେନଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହାକୁ ମିଶାଇ ଏହି ମାହାମାରୀରେ ୩ ଥର ସଂକ୍ରମିତ ହୋଇ ସାରିଲେଣି। ଏନେଇ ହ୍ୱାଇଟ୍‌ ହାଉସ(White House)ର ଚିକିତ୍ସକ ଡକ୍ଟର କେଭିନ୍‌ ଓ'କନୋ(Dr Kevin O'Connor)ର ସୂଚନା ଦେଇଛନ୍ତି। କୋରନାର ସାଧାରଣ ଲକ୍ଷଣ ସହିତ ବାଇଡେନ ଶ୍ୱାସକ୍ରିୟାରେ ପରିବର୍ତ୍ତନ ଦେଖିବାକୁ ମିଳିଥିବା ସୂଚନା ମିଲିଛି। ପ୍ରାରମ୍ଭରେ ତାଙ୍କର ପ୍ରଥମ ଇଭେଣ୍ଟରେ ଯୋଗଦେବା ପାଇଁ ଯଥେଷ୍ଟ ଭଲ ଅନୁଭବ କରିଥିଲେ, ବାଇଡେନ ପରେ କୋଭିଡ -୧୯ ପାଇଁ ପଏଣ୍ଟ-ଅଫ୍ କେୟାର ଟେଷ୍ଟ କରିଥିଲେ, ଯାହା ପଜିଟିଭ୍ ଆସିଛି।

  • Ratnabhandara: ଆଜି ସ୍ଥାନାନ୍ତର ହେବ ଶ୍ରୀମନ୍ଦିର(Srimandira) ଭିତର ରତ୍ନଭଣ୍ଡାର ଅଳଙ୍କାର। ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ଓ ସ୍ଥିତି ଅନୁଧ୍ୟାନ ପାଇଁ ୧୧ଜଣିଆ ପ୍ରତିନିଧି ଦଳଙ୍କୁ ବଛାଯାଇଛି। ସକାଳ ୯ଟା ୧୫ରୁ ୧୨ଟା ୧୫ ମଧ୍ୟରେ ପ୍ରତିନିଧି ଦଳ ତାଲା ଖୋଲି ରତ୍ନଭଣ୍ଡାର(Ratnabhandar) ଭିତରେ ପ୍ରବେଶ କରିବେ। ଏକ ପ୍ରସ୍ତୁତି ବୈଠକ ପରେ ପ୍ରତିନିଧି ଦଳ ରତ୍ନଭଣ୍ଡାର ଚାବି ନେଇ ଭିତରେ ପ୍ରବେଶ କରିବେ। ଯାଞ୍ଚ ବେଳେ ସବୁର ଟିକିନିଖି ଭିଡିଓଗ୍ରାଫି କରାଯିବ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link