Odisha Daily News Live: ବର୍ଷାରେ ବୁଡ଼ିଲାଣି ମୁମ୍ବାଇ ସହର, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ପ୍ରିୟମ୍ବଦା ରଣା Tue, 09 Jul 2024-11:25 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।


 

नवीनतम अद्यतन

  • ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି
    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୪ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଯାଇଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ତାଙ୍କର ଚାରିଦିନିଆ ଗସ୍ତ କାର୍ଯ୍ୟକ୍ରମରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଟାଣିବା ମୁଖ୍ୟ ଆକର୍ଷଣ ରହିଥିଲା। ଓଡ଼ିଆ ଝିଅ ଭାବେ ଶ୍ରୀମତୀ ମୁର୍ମୁ ରଥଯାତ୍ରା ଦିନ ପୁରୀରେ ପହଞ୍ଚି ରଥଯାତ୍ରାକୁ ପୂରା ସାକ୍ଷୀ ହୋଇଥିଲେ। ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁକୁ ଉନ୍ମୋଚନ କରିଥିଲେ।

  • Odisha News Live Updates: ୧୪ରେ ଖୋଲିବ  ରତ୍ନଭଣ୍ଡାର
    Odisha News Live Updates: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ବଡ଼ ନିଷ୍ପତ୍ତି। ଆସନ୍ତା ଜୁଲାଇ ୧୪ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର। ଏହି ଦିନ ମଧ୍ୟ ମୁଖ୍ୟ ପ୍ରଶାସକ କମିଟରେ ଚାବି ଦାଖଲ କରିବା ପାଇଁ କୁହାଯାଇଥିବା ବେଳେ ଚାବିରେ ନ ଖୋଲିଲେ ମଧ୍ୟ ଏହାକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଅଣାଯିବ । ରତ୍ନଭଣ୍ଡାର ଗଣତି ପାଇଁ ବିକଳ୍ପ ସ୍ଥାନ ନିର୍ଦ୍ଧାରିତ ହୋଇଛି ଓ ଏହାର ମରାମତି ପାଇଁ ଅଳଙ୍କାର ସ୍ଥାନାନ୍ତର କାରାଯିବ। ସେହିପରି ଅଳଙ୍କାର ର  ମୂଲ୍ୟାୟନ ଓ ଗଣତି ମଣତି ବିଶେଷଜ୍ଞ ନିଯୁକ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ ରତ୍ନଭଣ୍ଡାର  ତଦାରଖ କମିଟି।

  • Sports News: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଶୁଭମନ୍ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଜିମ୍ବାୱେ ବିପକ୍ଷରେ ସିରିଜ୍ ଖେଳୁଛି । ଯେଉଁଠି ଦଳ ୫ଟି ଟି-୨୦ ମ୍ୟାଚ୍ ଖେଳିବ ।

  • PM Modi Russia Visit Updates: ଭାରତୀୟ କୂଟନୀତିକୁ ମିଳିଛି ଆଉ ଏକ ସଫଳତା। ଋଷ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ଖୁବଶିଘ୍ର ମିଳିବ ମୁକ୍ତି।  ବିଶେଷ କରି ୟୁକ୍ରେନ ଯୁଦ୍ଧରେ ଦୁଇ ଭାରତୀୟଙ୍କ ମୃତ୍ୟୁ ଏବଂ ଶତାଧିକ ଭାରତୀୟଙ୍କ ଋଷ ସେନାର ଭର୍ତ୍ତି ଅଭିଯୋଗ ଏହି ଚର୍ଚ୍ଚାକୁ ଖୋରାକି ଯୋଗାଇଥିଲା। ସୂଚନା ଅନୁସାରେ, ସୋମବାର ଠାରୁ ତିନି ଦିନିଆ ଋଷ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ପାଇ ଗତକାଲି ଠାରୁ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତରେ ଅଛନ୍ତି । ସେଠାରେ ପହଞ୍ଚିବା ପରେ ଭ୍ଲାଦିମି ତାଙ୍କୁ ସ୍ବାଗତ କରି ମସ୍କୋସ୍ଥିତ ତାଙ୍କ ବାସଭବନକୁ ପାଛୋଟି ନେଇଥିଲେ।  ମୋଦିଙ୍କ ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ଆଲୋଚନା ହୋଇଛି। ଋଷ ସେନାରେ କାର୍ଯ୍ୟ କରୁଥିବା ଭାରତୀୟ ସେନାଙ୍କୁ ନିଜ ଦେଶ (ଭାରତ)କୁ ପ୍ରତ୍ୟାବର୍ତ୍ତନ କରିବା ନେଇ  ଆଲୋଚନା କରିଥିଲେ। ସେପଟେ, ଭ୍ଲାଦିମିର ପୁଟିନ ଋଷ ସେନାରେ ଥିବା ସମସ୍ତ ଭାରତୀୟଙ୍କୁ ସ୍ବଦେଶକୁ ପଠାଇବେ ବୋଲି ମୋଦିଙ୍କୁ ପ୍ରତିଶ୍ରୃତି ଦେଇଥିବା ଜଣାପଡିଛି। 

  • ୟୁକ୍ରେନ୍ ଉପରେ ହାଇପର-ସୋନିକ୍ କିଞ୍ଜଲ୍ ମିସାଇଲ୍ ମାଡ଼ : 
    ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ହେଲାଣି । ହେଲେ ଏ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି । ରୁଷ୍‌ ସେନା ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି।ସୋମବାର ରୁଷ୍‌ ସେନା ୟୁକ୍ରେନ୍‌ର ରାଜଧାନୀ କିଓ଼୍ବର ଅନେକ ଅଞ୍ଚଳରେ ଯୁଦ୍ଧାସ୍ତ୍ର ପ୍ରୟୋଗ କରିଛି।ପାଖାପାଖି ୧୨ ଟି ମିଶାଇଲ୍‌ ମାଡ଼ କରିଛି । ଫଳରେ ୩୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

     

  • Banikantha: ଓଡ଼ିଆ ଲୋକସଙ୍ଗୀତର କିମ୍ବଦନ୍ତୀ ଗାୟକ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜନ୍ମ ଜୟନ୍ତୀ। ତାଙ୍କର ଏହି ଜନ୍ମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଆଜି ବାଣୀକଣ୍ଠଙ୍କ ଜନ୍ମ ଜୟନ୍ତରେ ତାଙ୍କୁ ସ୍ମରଣ କରିଛନ୍ତି। ନିମାଇଁ ଚରଣ ହରିଚନ୍ଦନ ହେଉଛନ୍ତି ଓଡ଼ିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ। ସେ ମୁଖ୍ୟତଃ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା : ଓଡ଼ିଶୀ ବା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଜଣାଣ, ଭଜନ, ପୋଈ ; ଅନ୍ୟାନ୍ୟ ପାରମ୍ପରିକ ସଙ୍ଗୀତ ଯଥା ରାମଲୀଲା (ବିଶିଖୁଣ୍ଟିଆ, ସଦାଶିବ ବୈଶ୍ୟ, କେଶବ ପଟ୍ଟନାୟକ ଆଦି ବିବିଧ କବିଙ୍କ ରାମଲୀଳା), କୃଷ୍ଣଲୀଳା ; ପଲ୍ଲୀଗୀତ ଆଦି ଗାୟନରେ ପ୍ରବୀଣ ଥିଲେ।

  • ଭାରତୀୟ କୂଟନୀତିକୁ ମିଳିଛି ଆଉ ଏକ  ସଫଳତା:

    ଋଷସେନାର ଥିବା  ଭାରତୀୟଂକୁ  ମୁକ୍ତି ମିଳିବ। ଦୀର୍ଘ ଦିନ  ହେଲା ଏଇ ବିଷୟରେ ରାଜନୀତିକ ଚର୍ଚ୍ଚା ଜୋର ଧରିଥିଲା। ବିଶେଷ କରି ୟୁକ୍ରେନ ଯୁଦ୍ଧରେ ଦୁଇ ଭାରତୀୟଂକ ମୃତ୍ୟୁ ଏବଂ ଶତାଧିକ ଭାରତୀୟଙ୍କ ରୁଷ ସେନାର ଭର୍ତ୍ତି ଅଭିଯୋଗ ଏହି ଚର୍ଚ୍ଚାକୁ  ଖୋରାକି ଯୋଗାଇଥିଲା।
    ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତରେ ଅଛନ୍ତି। ଗତକାଲି ତାଙ୍କୁ ଋଷ  ପକ୍ଷରୁ ବେଶ ଉତ୍ସହାହର ସେ ସ୍ୱାଗତ କରାଯାଇଥିଲା। ଋଷ  ରାଷ୍ଟ୍ରପତି ଭ୍ଲାଦିମିର ପୁଟି ତାଙ୍କ ପାଇଁ ନୈଶ  ଭୋ ଆୟୋଜନ କରିଥିଲେ।
    ଶ୍ରୀ ମୋଦି ଟ୍ୱିଟରରେ ଏଇ  ସଂପର୍କରେ  ଉଲ୍ଲେଖ କରି ଶ୍ରୀ ପୁତିନଙ୍କୁ  ଧନ୍ୟବାଦ ଜ୍ଞାପନ କରିଛନ୍ତି।

  • Puri News: ଦୀର୍ଘ ୫୩ବର୍ଷ ପରେ ହେଲା ମହାପ୍ରଭୁଙ୍କ ବିରଳ ରଥଯାତ୍ରା। ଦୁଇଦିନ ଧରି ରଥରେ ମହାପ୍ରଭୁ ଯାତ୍ରା କଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅପରାହ୍ନ ପ୍ରାୟ ୪.୫୯ ମିନିଟରେ ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡିଥିବା ମହାପ୍ରଭୁଙ୍କ ଦିବ୍ଯରଥ ଗତକାଲି ଅପରାହ୍ନ ୨.୩୫ରେ ସିଂହଦ୍ଵାର ଚକଡାରେ ପହଞ୍ଚିଥିଲା। ଦୁଇଦିନିଆ ଯାତ୍ରାରେ କ୍ଳାନ୍ତ ହୋଇପଡିଛନ୍ତି ମହାପ୍ରଭୁ। ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି। ଆଜି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ମହାବାହୁ। 

  • RatnaBhandar: ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଗଣତି ଓ ମରାମତି କାର୍ଯ୍ଯର ତଦାରଖ କରିବା ପାଇଁ ରାଜ୍ୟ ସରକାର ଗଠନ କରିଥିବା ତଦାରଖ କମିଟିର ଆଜି ଦ୍ୱିତୀୟ ପର୍ଯ୍ୟାୟ ବୈଠକ। ଶ୍ରୀମନ୍ଦିର ପ୍ରଶାସନ ସମ୍ମିଳନୀ କକ୍ଷରେ ବସିଛି ୧୬ଜଣିଆ କମିଟିର ସ୍ୱତନ୍ତ୍ର ବୈଠକ। ଅଧ୍ଯକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଛି ବୈଠକ। କମିଟିର ସଦସ୍ୟ, ଜିଲ୍ଲାପାଳ, ଏସପି ଆଦି ବୈଠକରେ ଉପସ୍ଥିତ। ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମିଟିକୁ ରତ୍ନଭଣ୍ଡାର ଚାବି ହସ୍ତାନ୍ତର କରାଯିବ। କେବେ ରତ୍ନଭଣ୍ଡାର ଖୋଲାଯିବ ତାହାର ମଧ୍ୟ କମିଟି ପକ୍ଷରୁ  ତାରିଖ ଧାର୍ଯ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି।

  • Odisha News: ଆସନ୍ତା କାଲି ରାଜ୍ୟ  ସରକାରଙ୍କ  ଦ୍ୱିତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। 22 ତାରିଖରୁ ଵିଧାନସଭାର  ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ସରକାର କିଛି ପ୍ରମୁକ ନୀତିକୁ କ୍ୟାବେନେଟରେ ପରି କରି ଆସ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ୧୧.୩୦ରେ ଅନୁଷ୍ଠିତ ହେବ କ୍ୟାବିନେଟ ବୈଠକ।

  • ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ବେଳେ ତାଙ୍କ ଅତି ଲୋକପ୍ରିୟ ଭଜନକୁ ଅତି କଦର୍ଯ୍ୟ କରି ଗାଇଛନ୍ତି କଣ୍ଠଶିଳ୍ପୀ ରୁକୁ ସୁନା ଓ ଏହି ଗୀତ ଶୁଣି ହସି ହସି ଗଡ଼ି ଯାଉଛନ୍ତି ,ଗାୟକ ହ୍ୟୁମାନ ସାଗର। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି, ଯାହାକି କୋଟି କୋଟି ଜଗାପ୍ରେମୀଙ୍କ ଆବେଗକୁ ଆଘାତ ଦେଇଛି। 
    ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ଦୁଇଜଣ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା ମହାପ୍ରଭୁଙ୍କ ଭଜନକୁ ଅତ୍ୟନ୍ତ କଦର୍ଥ କରି ଉପହାସ ବା ଅପମାନ କରିବାଭଳି ଗାଇବା ସହ ହସିଛନ୍ତି।

     

  • Odisha Weather: ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ଯାଏଁ  ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ପରିମାଣର ବର୍ଷା  ହୋଇପାରେ। ଆଜି ଓ ଆସନ୍ତାକାଲି  କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ୧୧ ରୁ ୧୪ ତାରିଖ ଯାଏଁ ବହୁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଇଏମଡି଼ର ଆକଳନ ଅନୁସାରେ, ଆଜି  ଉତ୍ତର ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ ସ୍ବଳରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବାନ ଅଛି।  କିନ୍ତୁ କୌଣସି  ସ୍ଥାନରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଆଜି ବିଶେଷକରି,  ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ବର୍ଷା ହେବାର ସମ୍ଭାବନା ରହିଛି।

  • Gold Rate: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୭୪୪ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୫୭ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୫୧୮ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୭୪୪ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୫୭ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୫୧୮ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

  • Weather Report: ପାଣିପାଗ ବିଭାଗ ଅନୁଯାୟୀ ଆଜି ମହାରାଷ୍ଟ୍ର, ଆସାମ, ଗୋଆ, ଅରୁଣାଚଳ ପ୍ରଦେଶ, ମେଘାଳୟ, କର୍ଣ୍ଣାଟକ ଆଦି ୭ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ବିହାର, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ରାଜସ୍ଥାନ, ଛତିଶଗଡ, କେରଳ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା, ମିଜୋରାମ, ମଣିପୁର, ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୧୨ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

  • Ratna Bhanadar: ରତ୍ନ ଭଣ୍ଡାର ଖୋଲିବ କି ନାହିଁ ଏ ନେଇ ଆଶା ଆଶଙ୍କାରେ ରାଜ୍ୟବାସୀ। ସରକାର ବଦଳିବା ମାତ୍ରେ ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ ପ୍ରତିଶୃତି ହୋଇଥିଲା ଏବେ ସେହି ପ୍ରତିଶୃତିର ପ୍ରତିଫଳନ ପାଇଁ ଅନେଇ ବସିଛନ୍ତି ଭକ୍ତ ଓ ସାଧାରଣ ଜନତା। ଅନେକ ଥର ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଆଜି(ମଙ୍ଗଳବାର) ପୁଣି ଥରେ ଏ ନେଇ ଏକ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରତ୍ନଭଣ୍ଡାର(Ratnabhandara) ଚାବି ମଧ୍ୟ ମଙ୍ଗଳବାର ବୈଠକରେ ଉପସ୍ଥାପିତ ହେବ। ଶ୍ରୀମନ୍ଦିର(Srimandira) ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି କମିଟି ଆଗରେ ଦାଖଲ କରିବେ। ରତ୍ନଭଣ୍ଡାର ଚାବି ବି କେମିତି ଖୋଲାଯିବ, ବୈଠକରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ।

  • Kidney Transplant Racket: ଗତ ସପ୍ତାହରେ  ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଜଣେ ବରିଷ୍ଠ ମହିଳା ଡାକ୍ତରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ। ଗିରଫ ହୋଇଥିବା ମହିଳା ଡାକ୍ତର ବାଂଲାଦେଶ ଏବଂ ଭାରତରେ ଅଙ୍ଗ ପ୍ରତିରୋପଣ ରାକେଟ ସହ ଜଡିତ ଥିବା କୁହାଯାଉଛି। ପୋଲିସ କହିଛି ଯେ ବର୍ତ୍ତମାନ ନିଲମ୍ବିତ ହୋଇଥିବା ଡାକ୍ତର ବିଜୟ କୁମାରୀ ଏକମାତ୍ର ଡାକ୍ତର ଯିଏକି ଏହି ଗ୍ୟାଙ୍ଗ ସହ କାମ କରୁଥିଲେ ଏବଂ ନୋଏଡାର ଘରୋଇ ୟଥାର୍ଥ ହସ୍ପିଟାଲରେ ୨୦୨୧-୨୩ ବର୍ଷ ମଧ୍ୟରେ ପ୍ରାୟ ୧୬ ଟି ଅଙ୍ଗ ପ୍ରତିରୋପଣ କରିଥିଲେ।

  • ଖଣି ବିଭାଗରେ ଗୁପ୍ତଗୁ.. ଆଉ ବଢ଼ିବ କି ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳ!:

    ରାଜ୍ୟର ଜଣେ ଖଣି ନିର୍ଦ୍ଦେଶକଙ୍କୁ ଅବସର ପରେ ୧୦ ଥର ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ପୁଣି ସେଇ ସମାନ ପଦବୀରେ। ଏବେ ସରକାର ବଦଳିଥିଲେ ବି ସେ ପୁଣି ସେ ପଦବୀ ପାଇଁ ଲବି ଆରମ୍ଭ କରିଥିବା ନେଇ ଖଣି ବିଭାଗରେ ଗୁପ୍ତଗୁ ବଢ଼ି ଚାଲିଛି। ଦୀପକ ମହାନ୍ତି ଜଣେ ବନ ଅଧିକାରୀ। ଓଡ଼ିଶା ସେବାରୁ ଭାରତୀୟ ବନ ସେବାକୁ ପଦୋନ୍ନତି ପାଇଥିବା ଜଣେ ଦକ୍ଷ ଅଧିକାରୀ। ୨୦୧୨ ମସିହା ଜାନୁଆରୀ ୧୧ ତାରିଖରେ ନବୀନ ସରକାର ତାଙ୍କୁ ବନ ବିଭାଗରୁ ଆଣି ଖଣି ନିର୍ଦ୍ଦେଶକ କରିଥିଲେ । ୨୦୧୮ ମାର୍ଚ୍ଚ ମାସରେ ଅବସର ପରେ ଦୀପକ ମହାନ୍ତିଙ୍କ ବିନା ଖଣି ନିର୍ଦ୍ଦେଶାଳୟ ଯେପରି ଚାଲିପାରିବ ନାହିଁ ବୋଲି ନବୀନ ସରକାର ଅନୁଭବ କରି ତାଙ୍କୁ ଓଏସ୍ଡି କମ୍ ସ୍ୱତନ୍ତ୍ର ସଚିବଭାବେ ନିଯୁକ୍ତ କରିଥିଲେ, ଯାହା ଏପର୍ଯ୍ୟନ୍ତ ବର୍ଷ ପରେ ବର୍ଷ ବଢ଼ି ଚାଲିଛି।  ଅର୍ଥାତ୍‍ ପ୍ରାୟ ୧୨ ବର୍ଷ ୬ମାସରୁ ଅଧିକ ସମୟ ହେଲା ଖଣି ନିର୍ଦ୍ଦେଶାଳୟର ପ୍ରମୁଖ ନିଷ୍ପତ୍ତି ନେବା ବିଭାଗରେ ନିରନ୍ତର ଭାବେ କାର୍ଯ୍ୟରତ। ତାଙ୍କ କାର୍ଯ୍ୟକାଳକୁ ୧୦ ଥର ସମ୍ପ୍ରସାରଣ କରାଯାଇଛି।

  • Odisha News: ମୌସୁମୀର ପ୍ରଥମ ମାଡ଼ରେ ବେହାଲ ମୁମ୍ବାଇ । ଦେଶର ବାଣିଜ୍ୟ ନଗରୀରେ ବର୍ଷାର ତାଣ୍ଡବ। ରାତି ଗୋଟାଏ ସମୟରେ ଆରମ୍ଭ ହୋଇଥିବା ବର୍ଷା ସକାଳ ୭ରେ ଛାଡିଥିଲା । ଆଉ ତା ପରର ଦୃଶ୍ୟ ଭୟଙ୍କର। ମାତ୍ର ୬ ଘଣ୍ଟାରେ ୩୦୦ ମିଲିମିଟର ରେକର୍ଡ ବର୍ଷା ହୋଇଥିଲା ମୁମ୍ବାଇରେ । ଯାହା ଫଳରେ ପୁରା ସହର ଜଳମଗ୍ନ ହୋଇଯାଇଛି। ରେଲୱେ ଟ୍ରାକଠାରୁ ଆରମ୍ଭ କରି ରାସ୍ତାଘାଟ ଆଉ ଘର ସବୁଠି ପଶିଥିଲା ବର୍ଷା ପାଣି । ପୁରା ସହର ଯେମିତି କୃତ୍ରିମ ସମୁଦ୍ରରେ ପରିଣତ ହୋଇଥିଲା । ସ୍ଥିତି ଏମିତି ହେଲା ଯେ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ୍ ବନ୍ଦ କେଇ ଘଂଟା ପାଇଁ ପଡିଗଲା। ନା କେହି ଅଫିସ ପହଂଚିପାରିଲେ ନା ସ୍କୁଲ୍ କଲେଜ୍।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link