ମାଲକାନଗିରି: ଜିଲ୍ଲା ସଦର ମହକୁମା ସ୍ଥିତ ମୁଖ୍ୟ ରାସ୍ତା କଡରେ ଥିବା ଏକ ଘରର ରୋଷେଇ ଘରୁ ବିଳମ୍ବିତ ରାତିରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ରାତିରେ ଘର ମାଲିକ ଶିକ୍ଷକ ରାଜେଶ ପଟ୍ଟନାୟକ ନିଜ ପରିବାର ସହ ଥିବା ବେଳେ ରୋଷେଇ ଘରର ବାସନକୁସନ ଶବ୍ଦ ହୋଇଥିଲା । ଏହାପରେ ସେ ଦେଖିବାକୁ ପାଇଲେ ଗୋଟିଏ ଅଜଗର ସାପ । ସାପର ଲମ୍ୱ ପ୍ରାୟ ୬ ଫୁଟ ହେବ ।


COMMERCIAL BREAK
SCROLL TO CONTINUE READING

ସେ ତୁରନ୍ତ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସତ୍ୟଜିତ ଗୌଡ଼ ଓ ତାଙ୍କ ସହଯୋଗୀ ବି.ବିଭୂତି ଭୂଷଣଙ୍କୁ ଜଣାଇବା ପରେ ଉଭୟ ଆସି ସାପକୁ ଉଦ୍ଧାର କରିଥିଲେ । ପରେ ଭୈରବ ମନ୍ଦିର ନିକଟସ୍ଥ ଜଙ୍ଗଲରେ ସାପକୁ ଛାଡ଼ି ଦେଇଛନ୍ତି ସେମାନେ ।